/odishatv-khabar/media/post_attachments/uploadimage/library/16_9/16_9_0/konark_1626432617.jpg)
konark
ଭୁବନେଶ୍ୱର: କୋଣାର୍କରେ ବୋମା ମାଡ଼। କୋଣାର୍କ ଥାନାଠାରୁ ମାତ୍ର ୧୦୦ ମିଟର ଦୂରରେ ଥିବା କୋଣାର୍କ ନଗର ବିଜେଡି ସଭାପତି ଗୋପାଳ ଚନ୍ଦ୍ର ବେହେରାଙ୍କ ବାସଗୃହ ଓ କାର୍ଯ୍ୟାଳୟ ଉପରେ କେହି ଦୁର୍ବୃତ୍ତ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି।
Advertisment
ଗୋପାଳଙ୍କର ଥିବା ହୋଣ୍ଡା ବାଇକ ସୋରୁମ୍ ଉପରେ ମଧ୍ୟ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ। ଏଥିରେ କିଛି ଗାଡ଼ି ପୋଡ଼ିଯାଇଥିବା ସୂଚନା ମିଳିଛି।
ଗତକାଲି ରାତି ପ୍ରାୟ ୧୨ଟା ପରେ ଏହି ବୋମାମାଡ଼ ହୋଇଥିବା କୁହାଯାଉଛି। ଠିକାଦାରୀ ଘଟଣାକୁ ଏହି ବୋମାମାଡ଼ ହୋଇଥିବା ପୋଲିସ ପ୍ରାଥମିକ ଅନୁସନ୍ଧାନରୁ ଅନୁମାନ କରିଛି। ନିମାପଡ଼ା ଡିଏସପି ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)