/odishatv-khabar/media/post_attachments/uploadimage/library/16_9/16_9_0/shreedevi-1_1626430993.jpg)
shreedevi-1
ଶ୍ରୀଦେବୀଙ୍କ ମୃତ୍ୟୁକୁ ନେଇ ଲାଗି ରହିଥିବା ସସପେନ୍ସର ଅବସାନ। କେସ୍ କ୍ଳୋଜ୍ କଲା ଦୁବାଇ ପୋଲିସ୍। ମୃତ୍ୟୁର କାରଣକୁ ନେଇ ସନ୍ଦେହ ଦୂର ହେବା ପରେ ମୃତଦେହ ହସ୍ତାନ୍ତର ଲାଗି ପରିବାର ଏବଂ ଭାରତୀୟ ବାଣିଜ୍ୟକ ଦୂତାବାସକୁ ଅନୁମତି ଦେଇଥିଲା ଦୁବାଇ ପୋଲିସ୍। ପରେ ତାଙ୍କ ମରଶରୀର ମୁମ୍ବାଇ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଗତକାଲି UAE ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଫୋରେନସିକ୍ ରିପୋର୍ଟରେ ଦର୍ଶାଯାଇଥିଲା ଯେ, ଶ୍ରୀଦେବୀଙ୍କ ମୃତ୍ୟୁ ଦୁର୍ଘଟଣାବଶତଃ ଏବଂ ଅଚେତ ଅବସ୍ଥାରେ ସେ ବାଥଟବ୍ରେ ବୁଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା।
ଏହି ମାମଲାର ପ୍ରଥମେ ତଦନ୍ତ କରୁଥିଲା ଦୁବାଇ ପୋଲିସ। କିନ୍ତୁ ଅସ୍ୱାଭାବିକ ମୃତ୍ୟୁ ନେଇ ରିପୋର୍ଟ ପରେ ଘଟଣାର ତଦନ୍ତ ଦାୟିତ୍ୱ ନେଇଥିଲା ଦୁବାଇ ପବ୍ଲିକ୍ ପ୍ରୋସିକ୍ସନ ବିଭାଗ। ଘଟଣା ନେଇ ଜେରାର ସମ୍ମୁଖୀନ ହୋଇଥିଲେ ଶ୍ରୀଦେବୀଙ୍କ ସ୍ୱାମୀ ବୋନି କାପୁର।
ପୁତୁରା ମୋହିତ ମାରଓ୍ୱାଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ସ୍ୱାମୀ ବୋନି କପୁର ଓ ଝିଅ ସହ ଦୁବାଇ ଯାଇଥିଲେ। ଶ୍ରୀଦେବୀ ଜୁମେରା ଏମିରେଟ୍ସ ଟାଓ୍ୱାର ହୋଟେଲରେ ଥିବା ବେଳେ ଶନିବାର ରାତିରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ପ୍ରଥମେ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ଏବେ ମୃତ୍ୟୁର କାରଣ ଉପରେ ପର୍ଦ୍ଦା ହଟିବା ପରେ ଏକ ଘରୋଇ ଚାଟାର୍ଡ ବିମାନ ଯୋଗେ ଶ୍ରୀଦେବୀଙ୍କ ମରଶରୀରକୁ ମୁମ୍ବାଇ ଅଣାଯାଉଛି।
ଏପଟେ ତାଙ୍କ ଶେଷ ଦର୍ଶନ ଲାଗି ତାଙ୍କର ଅଗଣିତ ଫ୍ୟାନ, ସମ୍ପର୍କୀୟ ଓ ପରିବାର ଲୋକେ ଅନାଇ ରହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)