Advertisment

ଛାତ୍ରଙ୍କ ଅଦ୍ଭୁତ ସଫଳତା : ମାତ୍ର ୫୦ ହଜାର ଟଙ୍କାରେ ତିଆରି କଲେ ମିନି କାର୍

ବଲାଙ୍ଗିର : ସମସ୍ତଙ୍କର ଇଚ୍ଛା ମୋ ପାଖରେ କାର୍‌ଟିଏ ଥାଆନ୍ତା କି ? କିନ୍ତୁ ବାଧକ ସାଜେ ଅର୍ଥ। କାରଣ କାର୍‌ଟିଏ କିଣିବାକୁ ଲକ୍ଷ ଲକ୍ଷ ଟଙ୍କା ଦେବାକୁ ପଡ଼େ।  ତେଣୁ ଇଚ୍ଛା ଥାଇ ବି ଲୋକେ କାରଟିଏ କିଣି ପାରି ନଥାନ୍ତି। କିନ୍ତୁ ବଲାଙ୍ଗିରର କିଛି ଛାତ୍ର ମାତ୍ର ୫୦ ହଜାର ଟଙ୍କାରେ ତିଆରି କରିଛନ୍ତି ମିନି କାର୍। ଏହି କାର୍ ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି। ବଲାଙ୍ଗିର ସହର ରାସ୍ତାରେ ଗଡ଼ୁଛି ଟୁ ସିଟର୍ […]

author-image
Otv Khabar Bureau
ଛାତ୍ରଙ୍କ ଅଦ୍ଭୁତ ସଫଳତା : ମାତ୍ର ୫୦ ହଜାର ଟଙ୍କାରେ ତିଆରି କଲେ ମିନି କାର୍

ଜମଦ-୨

ବଲାଙ୍ଗିର : ସମସ୍ତଙ୍କର ଇଚ୍ଛା ମୋ ପାଖରେ କାର୍‌ଟିଏ ଥାଆନ୍ତା କି ? କିନ୍ତୁ ବାଧକ ସାଜେ ଅର୍ଥ। କାରଣ କାର୍‌ଟିଏ କିଣିବାକୁ ଲକ୍ଷ ଲକ୍ଷ ଟଙ୍କା ଦେବାକୁ ପଡ଼େ।  ତେଣୁ ଇଚ୍ଛା ଥାଇ ବି ଲୋକେ କାରଟିଏ କିଣି ପାରି ନଥାନ୍ତି। କିନ୍ତୁ ବଲାଙ୍ଗିରର କିଛି ଛାତ୍ର ମାତ୍ର ୫୦ ହଜାର ଟଙ୍କାରେ ତିଆରି କରିଛନ୍ତି ମିନି କାର୍। ଏହି କାର୍ ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି।

Advertisment

publive-imageବଲାଙ୍ଗିର ସହର ରାସ୍ତାରେ ଗଡ଼ୁଛି ଟୁ ସିଟର୍ ମିନି କାର୍‌।  ମାତ୍ର ୫୦ ହଜାର ଟଙ୍କାରେ ଏଭଳି ମିନି କାର୍ ତିଆରି କରିଛନ୍ତି ସରକାରୀ ପଲିଟେକନିକର ଛାତ୍ରମାନେ। ନିଜର ଅକ୍ଲାନ୍ତ ପରିଶ୍ରମ ପରେ ରାସ୍ତାକୁ ଛାଡ଼ିଛନ୍ତି କାର୍। ପାଠ୍ୟକ୍ରମରେ ଥିବା ପ୍ରୋଜେକ୍ଟରେ ଏକ ମିନି କାର୍ କରିବାକୁ ମନସ୍ତ କରିଥିଲେ ଶେଷ ବର୍ଷର ୩୦ ଜଣ ଛାତ୍ର। ଆଉ ତାକୁ ସାକାର ବି କରିଛନ୍ତି।

ଏଥିପାଇଁ ପ୍ୟାଲେସ ଲାଇନ ପଡାର ଅଟୋମୋବାଇଲ ଇଂଜିନିୟର ରାହୁଲ ପାଢିଙ୍କ ସାହାଯ୍ୟ ବି ନେଇଛନ୍ତି ଛାତ୍ରମାନେ।  ନିଜ ନିଜ ଭିତରେ ପଇସା ଆଦାୟ କରି ଦେଢ ମାସରେ ତିଆରି କରିଛନ୍ତି କାର।

Advertisment

publive-imageକାର୍‌ର କ’ଣ ରହିଛି ବିଶେଷତ୍ୱ -

ପେଟ୍ରୋଲ୍‌ ଚାଳିତ କାରଟି ଘଣ୍ଟାପ୍ରତି ୫୦ କିଲୋମିଟର ବେଗରେ ଚାଲୁଥିବାବେଳେ ପ୍ରତି ଲିଟରରେ ପାଖାପାଖି ୪୫ କିଲୋମିଟର ଚାଲୁଛି। ଏଥିସହିତ କାରରେ ଅଟୋମେଟିକ ଚେନ୍‌ ଟାଇଟିଂ ସିଷ୍ଟମ ଲାଗିଥିବାରୁ ବାରମ୍ବାର ମେକାନିକଙ୍କ ପାଖକୁ ଯିବାକୁ ପଡିବ ନାହିଁ।  ସ୍କୁଟରର ଚକ, ଫୋର ହ୍ୱିଲରର ଷ୍ଟିଅରିଂ, ଏବଂ ବାଇକ୍‌ର ଇଂଜିନକୁ ନେଇ ତିଆରି ହୋଇଛି ଏହି ମିନି କାର୍‌। ସେମିତି କିଛି ମେଣ୍ଟେନସ  ବି ଆବଶ୍ୟକ ନାହିଁ। ତେବେ ସରକାରଙ୍କ ତରଫରୁ କିଛି ସୁବିଧା ସୁଯୋଗ ମିଳିଲେ ଏହାକୁ ଫୋର ସିଟେଟ ବା ଚାରିଜଣ ବସିବା ଭଳି ମଧ୍ୟ ତିଆରି କରାଯାଇପାରିବ ବୋଲି କହିଛନ୍ତି ଅଟୋମୋବାଇଲ ଇଂଜିନିୟର।  ଅନ୍ୟପଟେ ପିଲାଙ୍କ ଏଭଳି ଉଦ୍ୟମରେ ସ୍ଥାନୀୟବାସିନ୍ଦା ବି ବେଶ୍ ଖୁସୀ।

Odisha Bolangir Government Polytechnic College Mini-car Students Design Car
Advertisment
Advertisment