/odishatv-khabar/media/post_attachments/uploadimage/library/16_9/16_9_0/well_1626438021.jpg)
lady doctor death
ଭୁବନେଶ୍ୱର: କୂଅରୁ ମିଳିଲା ନିଖୋଜ ଡାକ୍ତରାଣୀଙ୍କ ମୃତଦେହ। ଘଟଣା ଘଟିଛି ଭୁବନେଶ୍ୱର ଝାରପଡ଼ା ଅଞ୍ଚଳରେ। ମୃତ ଡାକ୍ତରାଣୀଙ୍କ ନାଁ ସଂଘମିତ୍ରା ମିଶ୍ର। ଲକ୍ଷ୍ମୀସାଗଗର ଥାନା ଅନ୍ତର୍ଗତ ଝାରପଡ଼ା ପ୍ଲଟ୍ ନମ୍ବର ୭୧୭ ଥିବା ଏକ ୪୦ ଫୁଟ ଗଭୀର କୂଅ ଭିତରୁ ଗତରାତିରେ ସଂଘମିତ୍ରାଙ୍କ ମୃତଦେହ ଉଦ୍ଧାର କରାଯାଇଛି।
Advertisment
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସକାଳ ପ୍ରାୟ ୯ଟାରୁ ନିଖୋଜ ଥିଲେ ସଂଘମିତ୍ରା। ବହୁ ଖୋଜାଖୋଜି ପରେ ପରିବାର ଲୋକେ ଗତ ସଂଧ୍ୟାରେ ଘର ପରିସରରେ ଥିବା ଏକ କୂଅ ପାଖରେ ସଂଘମିତ୍ରାଙ୍କ ଚପଲ ଦେଖି ସନ୍ଦେହରେ ପୋଲିସ୍କୁ ଖବର ଦେଇଥିଲେ।
ପରେ ଦମକଳବାହିନୀ ସହାୟତାରେ ସଂଘମିତ୍ରାଙ୍କ ମୃତଦେହକୁ ଉଦ୍ଧାର କରାଯାଇ କ୍ୟାପିଟାଲ୍ ହସ୍ପିଟାଲ୍ ନିଆଯାଇଥିଲା। ପାରିବାରିକ କାରଣରୁ ସେ ଦୀର୍ଘଦିନ ହେବ ଅବସାଦଗ୍ରସ୍ତ ରହୁଥିବା ତାଙ୍କ ଭାଇ କହିଛନ୍ତି।
Advertisment
ତେବେ ପ୍ରକୃତରେ ସେ କେଉଁ ପରିସ୍ଥିତିରେ କୂଅରେ ପଡ଼ିଲେ ସେ ନେଇ ପୋଲିସ୍ ତନାଘନା କରୁଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)