Advertisment

ଗୁଳିମାଡରେ ଢ଼େଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତିଙ୍କ ମୃତ୍ୟୁ

ଢ଼େଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଗାନ୍ଧିମନ୍ଦିର ନିକଟରେ ଗୁଳିକାଣ୍ଡ।  ଦୁର୍ବୃତ୍ତଙ୍କ ଗୁଳିମାଡରେ ଢ଼େଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡାଙ୍କ ମୃତ୍ୟୁ ହୋଇଛି। ଯଶୋବନ୍ତଙ୍କ ମୁଣ୍ଡରେ ଏକ ଗୁଳି ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିଲା। ହେଲେ ଡାକ୍ତରଖାନାରେ ପହଞ୍ଚିବା ପରେ ତାଙ୍କୁ ମୃତ ଘୋଷଣା କରାଯାଇଛି।  ଆଜି ମେଡିକାଲ ରାସ୍ତାରେ ଯିବାବେଳେ ତାଙ୍କୁ ପିଛା କରିଥିଲେ।  ତାଙ୍କ କାରକୁ ପିଛା କରି ୮ ବୋମା ଓ ୫ ରାଉଣ୍ଡ ଗୁଳି ମାରିଥିବା […]

author-image
Otv Khabar Bureau
ଗୁଳିମାଡରେ ଢ଼େଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତିଙ୍କ ମୃତ୍ୟୁ

dkl

ଢ଼େଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଗାନ୍ଧିମନ୍ଦିର ନିକଟରେ ଗୁଳିକାଣ୍ଡ।  ଦୁର୍ବୃତ୍ତଙ୍କ ଗୁଳିମାଡରେ ଢ଼େଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡାଙ୍କ ମୃତ୍ୟୁ ହୋଇଛି। ଯଶୋବନ୍ତଙ୍କ ମୁଣ୍ଡରେ ଏକ ଗୁଳି ବାଜିଥିଲା।

Advertisment

ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିଲା। ହେଲେ ଡାକ୍ତରଖାନାରେ ପହଞ୍ଚିବା ପରେ ତାଙ୍କୁ ମୃତ ଘୋଷଣା କରାଯାଇଛି।  ଆଜି ମେଡିକାଲ ରାସ୍ତାରେ ଯିବାବେଳେ ତାଙ୍କୁ ପିଛା କରିଥିଲେ।  ତାଙ୍କ କାରକୁ ପିଛା କରି ୮ ବୋମା ଓ ୫ ରାଉଣ୍ଡ ଗୁଳି ମାରିଥିବା ସୂଚନା ମିଳିଛି।

ତେବେ କେଉଁ କାରଣରୁ ଏବଂ କିଏ ତାଙ୍କୁ ଗୁଳିକରିଛି, ସେନେଇ ସ୍ପଷ୍ଟ ହୋଇନି।  ଯଶୋବନ୍ତଙ୍କ ହତ୍ୟାକାଣ୍ଡକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଢେଙ୍କାନାଳ ଏସପି ସନ୍ତୋଷ ନାୟକ। ଯଶୋବନ୍ତଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି।

Advertisment

ଦୁଇ ବର୍ଷପୂର୍ବେ ଯଶୋବନ୍ତଙ୍କ ଉପରେ ଆକ୍ରମଣ ହୋଇଥିଲା। ତେବେ ଆଜିରଅ ଏହି ଘଟଣା ସହ ଏହାର ସଂପୃକ୍ତି ଅଛି କି ନାହିଁ ସେ ନେଇ ତଦନ୍ତ କରୁଛି ପୋଲିସ। ଏହାସହ ଜିଲ୍ଲାର ବିଭିନ୍ନ ପ୍ରବେଶ ପଥକୁ ସିଲ୍ କରାଯାଇଥିବା କହିଛନ୍ତି ଏସପି।

Dhenkanal Jashobant Parida
Advertisment
Advertisment