Advertisment

ଓଟିଭିକୁ ବିଜେଡ଼ିର ନା

ଭୁବନେଶ୍ୱର: ରାଜ୍ୟର ଲୋକପ୍ରିୟ ନ୍ୟୁଜ୍ ଚ୍ୟାନେଲ୍ ଓଟିଭିର ଡିସକସନ୍ ବା ବିତର୍କ ଭିତ୍ତିକ କାର୍ଯ୍ୟକ୍ରମରେ ଭାଗ ନେବ ନାହିଁ ବିଜେଡି। ଓଟିଭି ନିରପେକ୍ଷ ଭାବେ ଖବର ପରିବେଷଣ କରୁନଥିବା ଅଭିଯୋଗ ଆଣି ଏଭଳି ନିଷ୍ପତ୍ତି ନିଆଯାଇଥିବା ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି। ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ପ୍ରତାବ ଦେବ କହିଛନ୍ତି, ଓଟିଭିର ବିତର୍କ ଭିତ୍ତିକ କାର୍ଯ୍ୟକ୍ରମରୁ ବିଜେଡି ନିଜକୁ କ୍ଷାନ୍ତ ରଖିବ। ସାଂସଦ ବୈଜୟନ୍ତ ପଣ୍ଡା ଦଳରୁ ସସପେଣ୍ଡ […]

author-image
Otv Khabar Bureau
ଓଟିଭିକୁ ବିଜେଡ଼ିର ନା

otv

ଭୁବନେଶ୍ୱର: ରାଜ୍ୟର ଲୋକପ୍ରିୟ ନ୍ୟୁଜ୍ ଚ୍ୟାନେଲ୍ ଓଟିଭିର ଡିସକସନ୍ ବା ବିତର୍କ ଭିତ୍ତିକ କାର୍ଯ୍ୟକ୍ରମରେ ଭାଗ ନେବ ନାହିଁ ବିଜେଡି। ଓଟିଭି ନିରପେକ୍ଷ ଭାବେ ଖବର ପରିବେଷଣ କରୁନଥିବା ଅଭିଯୋଗ ଆଣି ଏଭଳି ନିଷ୍ପତ୍ତି ନିଆଯାଇଥିବା ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି।

Advertisment

ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ପ୍ରତାବ ଦେବ କହିଛନ୍ତି, ଓଟିଭିର ବିତର୍କ ଭିତ୍ତିକ କାର୍ଯ୍ୟକ୍ରମରୁ ବିଜେଡି ନିଜକୁ କ୍ଷାନ୍ତ ରଖିବ। ସାଂସଦ ବୈଜୟନ୍ତ ପଣ୍ଡା ଦଳରୁ ସସପେଣ୍ଡ ହେବାପରେ ଓଟିଭି ନିରପେକ୍ଷ ଭାବେ ଖବର ପରିବେଷଣ ନକରି, ଜାଣିଶୁଣି ବିଜେଡି ଓ ରାଜ୍ୟ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରିବାକୁ ଚେଷ୍ଟା କରୁଛି। ଏପରି ଭୁଲ୍ ଖବର ପରିବେଷଣ କରି ଜନମତକୁ ବିଭ୍ରାନ୍ତ କରିବାକୁ ପ୍ରୟାସ କରାଯାଉଥିବା ଦଳ ଅଭିଯୋଗ କରିଛି। ପ୍ରତାବ ଦେବ ଆହୁରି ମଧ୍ୟ କହିଛନ୍ତି, ବିତର୍କ ବେଳେ ବିଜେଡି ନେତାଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦିଆନଯାଇ, କୋଣଠେସା କରାଯାଉଛି ତେଣୁ ଦଳର ପ୍ୟାନେଲିଷ୍ଟମାନେ ଓଟିଭିର ନ୍ୟୁଜ୍ ଓ ବିତର୍କରେ ଭାଗ ନନେବାକୁ ଦଳ ନିଷ୍ପତ୍ତି ନେଇଥିବା ପ୍ରତାପ ଦେବ କହିଛନ୍ତି। ଯଦି ଚ୍ୟାନେଲ୍ ଆଗକୁ ନିରପେକ୍ଷତା ଅବଲମ୍ବନ କରୁଛି ବୋଲି ଦଳ ଅନୁଭବ କରିବ ତାହାଲେ ଦଳର ମୁଖପାତ୍ରମାନେ ଭାଗ ନେବେ ବୋଲି ସେ କହିଛନ୍ତି।

ଓଟିଭି ସବୁବେଳ ନିରପେକ୍ଷ ଭାବେ ଖବର ପ୍ରସାରଣ କରି ଆସିଛି। ଖବରର ସବୁ ଦିଗକୁ ଆମେ ତର୍ଜମା କରିବା ସହ ସବୁ ପକ୍ଷକୁ ନଜର ଦେଇଥାଉ। ଆମେ ଯେଉଁ ଖବର ପରିବେଷଣ କରୁ ବା ବିତର୍କ ଭିତ୍ତିକ କାର୍ଯ୍ୟକ୍ରମ ପ୍ରସାରଣ କରୁ ସେଥିରେ ପକ୍ଷ ରଖିବା ଲାଗି ଅଭିଯୁକ୍ତ ବା ପ୍ରତିପକ୍ଷଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଦେଇଥାଉ।

Advertisment

ଏଥିରେ କୌଣସି ବ୍ୟକ୍ତିବିଶେଷ କିମ୍ବା ଅନୁଷ୍ଠାନ, ସରକାର କି ବିରୋଧୀ କାହାର ସ୍ୱାର୍ଥ ନୁହେଁ, ବରଂ ଦର୍ଶକଙ୍କୁ ନିରପେକ୍ଷ ଖବର ଦେବାର ପ୍ରତିଶ୍ରୁତି ହିଁ ସର୍ବାଗ୍ରେ ରହିଥାଏ। ସେ ଦୃଷ୍ଟିରୁ ବିଜେଡିର ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା, ଅମୂଳକ ଓ ଗଣ ମାଧ୍ୟମର କଣ୍ଠରୋଧ ଲାଗି ଉଦ୍ୟମ ବୋଲି ପ୍ରମାଣିତ ହେଉଛି। ଯେଉଁ ଦଳ ବା ବ୍ୟକ୍ତି ବିଶେଷ କ୍ଷମତାରେ ରହିଥାଆନ୍ତି ସେମାନଙ୍କ ବିଭିନ୍ନ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। ବିଜେଡି ରାଜ୍ୟ ଶାସନରେ ରହିଥିବାରୁ ଓଟିଭି ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ବିଭିନ୍ନ ସମ୍ବାଦ ପରିବେଷଣରେ ଆବଶ୍ୟକତା ଅନୁଯାୟୀ ପ୍ରଶ୍ନ ଉଠାଇବା ସହ ବିରୋଧୀଙ୍କ ସମାଲୋଚନା ଓ ସରକାରଙ୍କ ପକ୍ଷକୁ ସ୍ଥାନିତ କରିଥାଏ। ତେଣୁ ବିଜେଡି ଆମକୁ ନିନ୍ଦିତ କରିବା ଅପଚେଷ୍ଟାରୁ କ୍ଷାନ୍ତ ରହି ଓଟିଭିର ନିରପେକ୍ଷ ପ୍ଲାଟଫର୍ମରେ ନିଜ ପକ୍ଷ ରଖିଲେ ଦର୍ଶକଙ୍କ ପାଖରେ ପ୍ରକୃତ ତଥ୍ୟ ପହଞ୍ଚିପାରିବ।

ସେପଟେ ବିଜେଡିର ଅଭିଯୋଗ ନେଇ ସ୍ପଷ୍ଟୀକରଣ ରଖିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା।  ଓଟିଭି ସଂପାଦକୀୟ ନିଷ୍ପତ୍ତିରେ ତାଙ୍କର କୌଣସି ଭୂମିକା ନ ଥିବା ବୈଜୟନ୍ତ କହିଛନ୍ତି।  ଓଟିଭି ଓଡ଼ିଶାର ସର୍ବବୃହତ ଖବର ପରିବେଷଣକାରୀ ସଂସ୍ଥା ଓ ପେସାଦାର ଓ ନିରପେକ୍ଷ ପ୍ଲାଟଫର୍ମ ପାଇଁ ଏହାର ଖ୍ୟାତି ରହିଛି । ଓଟିଭି କୌଣସି ସ୍ୱରକୁ ଚପାଇ ଦିଏନା । ଶ୍ରୀଯୁକ୍ତ ପାଣ୍ଡିଆନ୍ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ନେଇ ସ୍ପଷ୍ଟୀକରଣ ଦେବା ଉଚିତ୍ ଥିଲା।   ତେଣୁ ପକ୍ଷପାତିତା ନେଇ ଅଭିଯୋଗ ଆଣିବା ପରିବର୍ତ୍ତେ ଓଟିଭିର ନିରପେକ୍ଷ ପ୍ଲାଟଫର୍ମ ଜରିଆରେ ବିଜେଡି ଓ ପାଣ୍ଡିଆନ, ଲୋକଙ୍କ ନିକଟରେ ନିଜ ମତ ରଖିବା ଉଚିତ୍ ବୋଲି ବୈଜୟନ୍ତ କହିଛନ୍ତି।

ବିତର୍କରେ ଭାଗ ନନେଇ କଣ ବାର୍ତ୍ତା ଦେବାକୁ ଚାହୁଁଛି ଦଳ ଏହାକୁ ନାପସନ୍ଦ କରିଛନ୍ତି ବରିଷ୍ଠ ସାମ୍ବାଦିକମାନେ। ସେପଟେ କଂଗ୍ରେସ ଓ ବିଜେପି ମଧ୍ୟ ବିଜେଡିର ଏହି ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛନ୍ତି।

Otv Pratap Dev
Advertisment
Advertisment