/odishatv-khabar/media/post_attachments/uploadimage/library/16_9/16_9_0/bjd-activitists-faceoff_1626502544.jpg)
bjd activists face off
ଭଦ୍ରକ: ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ପକ୍ଷରୁ ଭଦ୍ରକରେ ଆୟୋଜିତ ଆଇନଜୀବୀ ଦିବସ ପାଳନ ସମୟରେ ଦଳର ଦୁଇ ଗୋଷ୍ଠୀ ମୁହାଁମୁହିଁ।
Advertisment
ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କୁ ସଭାସ୍ଥଳକୁ ନିଆଯିବା ସମୟରେ ଘଟିଛି ଏହି ଘଟଣା। ଭଦ୍ରକ ଜିଲ୍ଲା ବିଜେଡି ଉପସଭାପତି ଅସିତ୍ ପଟ୍ଟନାୟକଙ୍କ ସମର୍ଥକ ମାନେ ସ୍ଥାନୀୟ ଯୁବ ବିଜେଡି ସଭାପତି ଦୁର୍ଗା ଦାସ ଏବଂ ଛାତ୍ର ବିଜେଡି ସଭାପତି ତଥାଗତ ସାମଲଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ତେବେ କାହିଁକି ଏଭଳି ଆକ୍ରମଣ କରାଗଲା ସେନେଇ କାରଣ ସ୍ପଷ୍ଟ ହୋଇ ନ ଥିବାବେଳେ ଦଳୀୟ କନ୍ଦଳ ବୋଲି ଚର୍ଚ୍ଚା ହେଉଛି। ତେବେ ଏନେଇ ମନ୍ତ୍ରୀ ପ୍ରତାପ ଜେନା କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)