Advertisment

ଆଜି ରାଜଧାନୀର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ।  ୧୯୪୮ ମସିହା ଆଜିର ଦିନରେ ଗଠିତ ରାଜଧାନୀ ଭୁବନେଶ୍ୱରକୁ ଆଜି ୭୦ ବର୍ଷ ପୂରିଛି।  ଚଳିତ ବର୍ଷ ଏହି ପ୍ରତିଷ୍ଠା ଦିବସ ୩ ଦିନ ବ୍ୟାପି ପାଳନ କରାଯିବ। ଏହି ଅବସରରେ ସଚିବାଳୟ ନିକଟ ରାଜଧାନୀ ପ୍ରତିଷ୍ଠା ଫଳକ ସମ୍ମୁଖରେ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଛି। ରବୀନ୍ଦ୍ର ମଣ୍ଡପଠାରୁ ଜୟଦେବ ଭବନ ପର୍ଯ୍ୟନ୍ତ ବେସାମରିକ ପରେଡ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଭାଗ ନେବେ।  ତାସହ […]

author-image
Otv Khabar Bureau
ଆଜି ରାଜଧାନୀର ପ୍ରତିଷ୍ଠା ଦିବସ

bbsr

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ।  ୧୯୪୮ ମସିହା ଆଜିର ଦିନରେ ଗଠିତ ରାଜଧାନୀ ଭୁବନେଶ୍ୱରକୁ ଆଜି ୭୦ ବର୍ଷ ପୂରିଛି।  ଚଳିତ ବର୍ଷ ଏହି ପ୍ରତିଷ୍ଠା ଦିବସ ୩ ଦିନ ବ୍ୟାପି ପାଳନ କରାଯିବ।

Advertisment

ଏହି ଅବସରରେ ସଚିବାଳୟ ନିକଟ ରାଜଧାନୀ ପ୍ରତିଷ୍ଠା ଫଳକ ସମ୍ମୁଖରେ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଛି। ରବୀନ୍ଦ୍ର ମଣ୍ଡପଠାରୁ ଜୟଦେବ ଭବନ ପର୍ଯ୍ୟନ୍ତ ବେସାମରିକ ପରେଡ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଭାଗ ନେବେ।  ତାସହ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

୧୯୪୬ ମସିହାରେ ରାଜଧାନୀ ଭୁବନେଶ୍ୱରକୁ ଏକ ମହାନଗରରେ ଗଢି ତୋଳିବାର ନକ୍ସା ପ୍ରସ୍ତୁତ କରାଯାଇଥିଲା। ଜର୍ମାନୀର ସ୍ଥପତି ଓ ପ୍ଲାନର ଅଟୋକଏନ୍ସ ବର୍ଗର ଏହି ନକ୍ସା ପ୍ରସ୍ତୁତ କରିଥିଲେ।  ତେବେ ୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ଏହା ବିଧିବଦ୍ଧ ଭାବେ କାର୍ଯ୍ୟକାରୀ ହୋଇଥିଲା। ସେତେବେଳର ପ୍ରଧାନମନ୍ତ୍ରୀ ଜବହାରଲାଲ ନେହୁରଙ୍କ ଦ୍ୱାରା ନୂଆ ରାଜଧାନୀ ପ୍ରତିଷ୍ଠା ହୋଇଥିଲା।

Advertisment

ସେତେବେଳର ନକ୍ସା ଅନୁଯାୟୀ ରାଜଧାନୀ ଭୁବନେଶ୍ୱରର ଜନସଂଖ୍ୟା ପ୍ରଥମ ଦଶବର୍ଷ ମଧ୍ୟରେ ୧୫ ହଜାରରୁ ବଢି ୪୦ହଜାର ଏବଂ ସହରର କ୍ଷେତ୍ରଫଳ ୧୩୨ବର୍ଗ କିଲୋମିଟର ହେବ ବୋଲି ଆକଳନ କରାଯାଇଥିଲା।  ହେଲେ ୨୦୧୭ ସୁଦ୍ଧା ରାଜଧାନୀର ଜନସଂଖ୍ୟା ୯ଲକ୍ଷ ଟପି ସାରିଥିଲା। ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱରର ନକ୍ସା ପୂରାପୂରି ବଦଳି ଯାଇଛି।

ପ୍ରତି ମୂହୁର୍ତ୍ତରେ ବଦଳୁଥିବା ରାଜଧାନୀ ଏହା ଭିତରେ ସ୍ମାର୍ଟ ସିଟିରେ ଏକ ନମ୍ବର ମାନ୍ୟତା ମଧ୍ୟ ପାଇ ସାରିଛି।  ସହରରେ ପୁଞ୍ଜି ନିବେଶ ପାଇଁ ବି ବହୁ ନାମୀଦାମୀ କଂପାନୀଙ୍କ ସୁଅ ଛୁଟୁଛି।

Smart City Bhubaneswar Latest Bhubaneswar News
Advertisment
Advertisment