Advertisment

ଗୁମର ଖୋଲିବେ କି ବୈଜୟନ୍ତ?

ଭୁବନେଶ୍ୱର: ବିଜେଡି-ବୈଜୟନ୍ତ କଳି ତୁଟୁନି। ମଝିରେ ମଝିରେ କିଛି ନା କିଛି ବାଣ ଉଭୟ ପକ୍ଷ ମାରୁଛନ୍ତି। ତେବେ କିଛିଦିନ ଭିତରେ ବୈଜୟନ୍ତଙ୍କ ପଟରୁ କିଛି ବାଣ ଆସିନି। କୌଶଳ କରି ବିଜେଡି ବିଭିନ୍ନ ପ୍ରସଙ୍ଗରେ ବୈଜୟନ୍ତଙ୍କୁ ଅଡୁଆରେ ପକାଇବାକୁ ଚେଷ୍ଟା କରିଛି। କେତେବେଳେ ପ୍ରେସ୍‌ମିଟ୍ ତ କେତେବେଳେ କୌଣସି କର୍ମୀ ଓ ନେତାଙ୍କ ଦ୍ୱାରା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ସତମିଛ ଗପିଛି ବିଜେଡି। ବୈଜୟନ୍ତଙ୍କ ଭାଷାରେ, ଏ ସବୁ ତୃତୀୟ ମହଲାର ଷଡ଼ଯନ୍ତ୍ର। କିନ୍ତୁ କେବଳ […]

author-image
Otv Khabar Bureau
ଗୁମର ଖୋଲିବେ କି ବୈଜୟନ୍ତ?

baijayant panda

ଭୁବନେଶ୍ୱର: ବିଜେଡି-ବୈଜୟନ୍ତ କଳି ତୁଟୁନି। ମଝିରେ ମଝିରେ କିଛି ନା କିଛି ବାଣ ଉଭୟ ପକ୍ଷ ମାରୁଛନ୍ତି। ତେବେ କିଛିଦିନ ଭିତରେ ବୈଜୟନ୍ତଙ୍କ ପଟରୁ କିଛି ବାଣ ଆସିନି। କୌଶଳ କରି ବିଜେଡି ବିଭିନ୍ନ ପ୍ରସଙ୍ଗରେ ବୈଜୟନ୍ତଙ୍କୁ ଅଡୁଆରେ ପକାଇବାକୁ ଚେଷ୍ଟା କରିଛି। କେତେବେଳେ ପ୍ରେସ୍‌ମିଟ୍ ତ କେତେବେଳେ କୌଣସି କର୍ମୀ ଓ ନେତାଙ୍କ ଦ୍ୱାରା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ସତମିଛ ଗପିଛି ବିଜେଡି। ବୈଜୟନ୍ତଙ୍କ ଭାଷାରେ, ଏ ସବୁ ତୃତୀୟ ମହଲାର ଷଡ଼ଯନ୍ତ୍ର। କିନ୍ତୁ କେବଳ ତୃତୀୟ ମହଲା ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତଗତ ସଚିବ ଭି.କାର୍ତିକେୟନ ପାଣ୍ଡିଆନ୍‌ଙ୍କ ନାଁ କହି ବୈଜୟନ୍ତ ତାଙ୍କ ସ୍ୱଭାବ ସୁଲଭ ଢଙ୍ଗରେ ଯାହା କିଛି ଟ୍ୱିଟ୍ କରିଛନ୍ତି କିମ୍ବା ଟିଭି କ୍ୟାମେରାରେ ପ୍ରତିକ୍ରିୟା ଦେଇଛନ୍ତି।

Advertisment

କିନ୍ତୁ ଶୁଣାଯାଉଛି ଆଜି ବୈଜୟନ୍ତ ଗୋଟେ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି। ଏହାର ଆୟୋଜନ ତାଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ କରାଯାଇଛି। ଏଇଠି ସେ କିଛି ଗୋଟେ ଗୁରୁତର କଥା ଖୋଲିଦେବେ ବୋଲି ଶୁଣାଯାଉଛି। କିନ୍ତୁ ସେ କୋଉ ବିଷୟରେ କହିବେ, କାହା ବିଷୟରେ କହିବେ, କୋଉ ମହଲାର କୋଉ ଅଫିସରଙ୍କ ନାଁ ତାଙ୍କର ଏ ସାମ୍ବାଦିକ ସମ୍ମିଳନୀରେ ସ୍ଥାନ ପାଇବ ନା ନାହିଁ, ତାହା ଏ ଯାଏଁ ସ୍ପଷ୍ଟ ହୋଇନି। କେବଳ ଯାହା ଖବରଟି ଆସିଛି ଯେ, ବୈଜୟନ୍ତ ବାବୁ ଆଜି ଅପରାହ୍ମରେ ଗୋଟେ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି। ସେଠି ସେ ନିଜେ ସମ୍ବୋଧିତ କରିବେ ନା ଆଉ କିଏ ସାମ୍ବାଦିକଙ୍କୁ କହିବେ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। କିନ୍ତୁ ଚର୍ଚ୍ଚା ହେଉଛି ଯେ, ବାବୁ ବୈଜୟନ୍ତ ତାଙ୍କ ବିରୋଧୀଙ୍କୁ ଗୋଟେ ଶକ୍ତ ବାଣ ମାରିବାକୁ ପ୍ରସ୍ତୁତି କରିଛନ୍ତି।

Baijayant Panda
Advertisment
Advertisment