Advertisment

ଅଜବ ନୁହେଁ ସତ : ବାପା-ମା’ଙ୍କ ମୃତ୍ୟୁର ୪ବର୍ଷ ପରେ ଜନ୍ମ ହେଲା ଶିଶୁ

ନୂଆଦିଲ୍ଲୀ: ଚୀନରେ ଘଟିଛି ଏକ ଆଶ୍ଚର୍ଯ୍ୟକର ଘଟଣା। ଯାହାକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା। ଘଟଣାଟି ଅଜବ ଲାଗୁଥିଲେ ବି ସତ। ମୃତ୍ୟୁର ଚାରି ବର୍ଷ ପରେ ଚୀନ୍ ଦମ୍ପତିଙ୍କ ଭ୍ରୁଣରୁ ଜନ୍ମ ନେଇଛି ଏକ ଶିଶୁ, ନାଁ ତିଏନ୍ତିଆନ୍ ।  ତିଏନ୍ତିଆନର ମାତା-ପିତା ୪ବର୍ଷ ପୂର୍ବେ ଏକ କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ । ଏହି ଘଟଣାର ୪ବର୍ଷ ପରେ ଏହି ଶିଶୁ ଜନ୍ମ ହୋଇଛି । ପୁରା ଘଟଣା ଏହିପରି – ତାୟନ୍ତିୟନଙ୍କ ବାପା […]

author-image
Otv Khabar Bureau
ଅଜବ ନୁହେଁ ସତ : ବାପା-ମା’ଙ୍କ ମୃତ୍ୟୁର ୪ବର୍ଷ ପରେ ଜନ୍ମ ହେଲା ଶିଶୁ

wonder kid

ନୂଆଦିଲ୍ଲୀ: ଚୀନରେ ଘଟିଛି ଏକ ଆଶ୍ଚର୍ଯ୍ୟକର ଘଟଣା। ଯାହାକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା। ଘଟଣାଟି ଅଜବ ଲାଗୁଥିଲେ ବି ସତ। ମୃତ୍ୟୁର ଚାରି ବର୍ଷ ପରେ ଚୀନ୍ ଦମ୍ପତିଙ୍କ ଭ୍ରୁଣରୁ ଜନ୍ମ ନେଇଛି ଏକ ଶିଶୁ, ନାଁ ତିଏନ୍ତିଆନ୍ ।  ତିଏନ୍ତିଆନର ମାତା-ପିତା ୪ବର୍ଷ ପୂର୍ବେ ଏକ କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ । ଏହି ଘଟଣାର ୪ବର୍ଷ ପରେ ଏହି ଶିଶୁ ଜନ୍ମ ହୋଇଛି ।

Advertisment

publive-imageପୁରା ଘଟଣା ଏହିପରି -

ତାୟନ୍ତିୟନଙ୍କ ବାପା ମା ଆଇଭିଏଫ୍ ( ଇନ୍ ଭିଟ୍ରୋ ଫର୍ଟିଲାଇଜେସନ୍) ମାଧ୍ୟମରେ ଶିଶୁ ଜନ୍ମ କରିବାକୁ ଚାହିଁଥିଲେ। ଏଥି ପାଇଁ ଚୀନ୍‌ର ନାନ୍ ଜିଙ୍ଗ୍‌ ହସ୍ପିଟାଲରେ ତାଙ୍କ ଭ୍ରୁଣ ନାଇଟ୍ରୋଜେନ୍‌ ଟ୍ୟାଙ୍କରେ ସୁରକ୍ଷିତ ରଖିଥିଲେ।  କିନ୍ତୁ ଦୁର୍ଘଟଣାରେ ଦମ୍ପତିଙ୍କ ଅକାଳ ମୃତ୍ୟୁ ପରେ ତିଏନ୍ତିଆନଙ୍କ ଜେଜେ ବାପା କୋର୍ଟରେ ଲଢେଇ କରି ହସ୍ପିଟାଲରୁ ଉକ୍ତ ଭ୍ରୁଣର ଉତ୍ତରାଧିକାରୀ ହୋଇଥିଲେ।

publive-imageଭ୍ରୁଣର ଅଧିକାର ଆଣିବା ପରେ ତା ପାଇଁ ସରୋଗେଟ୍‌ ମା ଖୋଜିବା ଏକ ସମସ୍ୟା ହୋଇଥିଲା। ଚୀନ୍‌ରେ ସରୋଗେସି ବେଆଇନ୍‌ ହୋଇଥିବାରୁ ଏକ ଏଜେନ୍ସି ସହାୟତାରେ ବିଦେଶରେ ଉକ୍ତ ଭ୍ରୁଣକୁ ସରୋଗେଟ୍‌ ମା’ଙ୍କ ଗର୍ଭରେ  ସ୍ଥାପନ କରାଯାଇଥିଲା। ଏହା ପରେ ଗତ ବର୍ଷ ଡିସେମ୍ୱରରେ ତିଏନ୍ତିଆନ  ସରୋଗେଟ୍‌ ମା ଗର୍ଭରୁ ଜନ୍ମ ହୋଇଥିଲା। ଗତ ମାସରେ  ତିଏନ୍ତିଆନକୁ ୧୦୦ଦିନ ପୂରିବା ପରେ ତାର ଜେଜେ ବାପା -ମା ଏକ ଉତ୍ସବର ଆୟୋଜନ କରିଥିଲେ।

Advertisment

(ଫଟୋ ସୌଜନ୍ୟ : The Straits Times)

Parents Died Surrogacy
Advertisment
Advertisment