Advertisment

ଏବେବି ଦେଶରେ ବିମୁଦ୍ରାକରଣ ଭଳି ଅନୁରୂପ ପରିସ୍ଥିତି

ନୂଆଦିଲ୍ଲୀ: ବିମୁଦ୍ରାକରଣ ପରେ ଏଟିଏମ୍ ଆଗରେ ଦେଖିବାକୁ ମିଳୁଥିଲା ଲମ୍ବା ଲାଇନ୍‌। ଏବେବି ସେହି ବିମୁଦ୍ରାକରଣ ଭଳି ଅନୁରୂପ ପରିସ୍ଥିତି ସୃଷ୍ଚି ହୋଇଛି। ଘଣ୍ଟା ଘଣ୍ଟା ଧରି ଛିଡା ହେଲେ ମଧ୍ୟ ଗ୍ରାହକଙ୍କୁ ଖାଲି ହାତରେ ଫେରିବାକୁ ପଡୁଛି। ସାରା ଦେଶରେ ଦେଖାଦେଇଛି ଏବେ ଟଙ୍କାର ଅଭାବ। ବିଭିନ୍ନ ରାଜ୍ୟରେ ଥିବା ଏଟିଏମ ଗୁଡିକରେ ଟଙ୍କାର ମରୁଡି ଦେଖିବାକୁ ମିଳିଛି।  ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ବିହାର,ମହାରାଷ୍ଟ୍ର ଓ ଗୁଜରାଟ ଭଳି ରାଜ୍ୟରେ ଏଟିଏମ ଗୁଡିକରେ ଟଙ୍କାର ଅଭାବ […]

author-image
Otv Khabar Bureau
ଏବେବି ଦେଶରେ ବିମୁଦ୍ରାକରଣ ଭଳି ଅନୁରୂପ ପରିସ୍ଥିତି

atm

ନୂଆଦିଲ୍ଲୀ: ବିମୁଦ୍ରାକରଣ ପରେ ଏଟିଏମ୍ ଆଗରେ ଦେଖିବାକୁ ମିଳୁଥିଲା ଲମ୍ବା ଲାଇନ୍‌। ଏବେବି ସେହି ବିମୁଦ୍ରାକରଣ ଭଳି ଅନୁରୂପ ପରିସ୍ଥିତି ସୃଷ୍ଚି ହୋଇଛି। ଘଣ୍ଟା ଘଣ୍ଟା ଧରି ଛିଡା ହେଲେ ମଧ୍ୟ ଗ୍ରାହକଙ୍କୁ ଖାଲି ହାତରେ ଫେରିବାକୁ ପଡୁଛି। ସାରା ଦେଶରେ ଦେଖାଦେଇଛି ଏବେ ଟଙ୍କାର ଅଭାବ।

Advertisment

publive-imageବିଭିନ୍ନ ରାଜ୍ୟରେ ଥିବା ଏଟିଏମ ଗୁଡିକରେ ଟଙ୍କାର ମରୁଡି ଦେଖିବାକୁ ମିଳିଛି।  ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ବିହାର,ମହାରାଷ୍ଟ୍ର ଓ ଗୁଜରାଟ ଭଳି ରାଜ୍ୟରେ ଏଟିଏମ ଗୁଡିକରେ ଟଙ୍କାର ଅଭାବ ଦେଖିବାକୁ ମିଳିଛି। ଏଟିଏମ୍‌ରୁ ଟଙ୍କା ବାହାରୁନଥିବାରୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲୋକମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ଖାଲି ହାତରେ ଫେରୁଛନ୍ତି। ୨ରୁ ୩ ଦିନ ହେଲା ଏଭଳି ସ୍ଥିତି ଲାଗି ରହିଛି। ଦିଲ୍ଲୀରେ ୮୦ ପ୍ରତିଶତ ଏଟିଏମ୍ କ୍ୟାସଲେସ୍ ହୋଇପଡିଛି। ଯାହା କିଛି ଏଟିଏମ୍ ଅଛି ସେଥିରୁ କେବଳ ୫ଶହ ଟଙ୍କିଆ ନୋଟ୍ ବାହାରୁଛି। ତେବେ ଏହା ସାମୟିକ ଅବସ୍ଥା। ଖୁବ୍‌ଶୀଘ୍ର ଏହାର ସମାଧାନ ହୋଇଯିବ ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟଲି କହିଛନ୍ତି।

publive-imageକିଛି ରାଜ୍ୟରେ ଅତ୍ୟଧିକ ନୋଟ୍ ଥିବାବେଳେ କିଛି ରାଜ୍ୟରେ ବହୁତ କମ୍‌ ନୋଟ୍‌ ରହିଛି। ଏହି ସମସ୍ୟାର ସମାଧାନ ପାଇଁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ନୋଟ୍ ସ୍ଥାନାନ୍ତର କରାଯିବ।

Advertisment

ଏହି ପ୍ରସଙ୍ଗରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଟ୍ୱିଟ୍ କରି କହିଛନ୍ତି, ଦେଶର ମୁଦ୍ରା ସ୍ଥିତିର ସମୀକ୍ଷା ହୋଇଛି। ବର୍ତ୍ତମାନ ବ୍ୟାଙ୍କ୍‌ରେ ଓ ବଜାରରେ ଆବଶ୍ୟକତା ଠାରୁ ଅଧିକ ମୁଦ୍ରା ରହିଛି। ଦେଶର କିଛି ସ୍ଥାନରେ ସାମୟିକ ଭାବେ ଏହି ସମସ୍ୟା ଦେଖାଦେଇଛି ଏବଂ ଏହାର ତୁରନ୍ତ ସମାଧାନ ପାଇଁ ଚେଷ୍ଟା ଚାଲିଛି।

Union Finance Minister Arun Jaitley Many States Out Of Cash
Advertisment
Advertisment