/odishatv-khabar/media/post_attachments/uploadimage/library/16_9/16_9_0/puri-7_1626504526.jpg)
Assault On Elderly Woman
ପୁରୀ: ଥାନାରେ ଶାଶୁ ଓ ବୋହୂଙ୍କୁ ପିଟିବା ଘଟଣାରେ ନିମାପଡ଼ା IIC ମୃତ୍ୟୁଞ୍ଜୟ ସ୍ୱାଇଁଙ୍କୁ ଥାନାରୁ ଅପସାରଣ କରାଯାଇଛି। ତାଙ୍କୁ ପୁରୀ ହେଡକ୍ୱାର୍ଟରେ କାମ କରିବା ପାଇଁ ପଠାଯାଇଛି।
Advertisment
ଏହି ମାମଲାର ତଦନ୍ତ ଶେଷ ଯାଏଁ ସେ ପୁରୀ ହେଡକ୍ୱାର୍ଟରରେ କାମ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ପୁରୀ ଅତିରିକ୍ତ ଏସ୍ପି ଏହି ଘଟଣାର ତଦନ୍ତ କରୁଛନ୍ତି।
ସୂଚନାଥାଉ କି, ଘରୋଇ କଳିର ସମାଧାନ ପାଇଁ ଥାନାକୁ ଯାଇଥିବା ବେଳେ ନିମାପଡ଼ା ଥାନା ଆଇଆଇସି ମୃତ୍ୟୁଞ୍ଜୟ ସ୍ୱାଇଁ ଶାଶୁ ଓ ବୋହୂଙ୍କୁ ଆଖିବୁଜା ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଅନ୍ୟପକ୍ଷରେ ଏଭଳି ଅଭିଯୋଗକୁ IIC ଖଣ୍ଡନ କରିଥିଲେ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)