Advertisment

କେଜ୍ରିୱାଲଙ୍କ ସଂପର୍କୀୟ ଗିରଫ

ନୂଆଦିଲ୍ଲୀ: ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମ୍ପର୍କୀୟଙ୍କୁ ଗିରଫ କରିଛି ଦୁର୍ନୀତି ନିବାରଣ ବ୍ୟୁରୋ। କେଜ୍ରିୱାଲଙ୍କ ଶଳା ସୁରେନ୍ଦ୍ର ବଂଶଲଙ୍କ ପୁଅ ବିନୟ ବଂଶଲଙ୍କୁ ଗିରଫ କରିଛି ଦିଲ୍ଳୀ ସରକାରଙ୍କ ଏସିବି। ପୂର୍ତ୍ତ ବିଭାଗରେ ଜାଲ୍ ବିଲ୍ ଦେଇ ଟଙ୍କା ହାତେଇଥିବା ଅଭିଯୋଗରେ ବିନୟ ଗିରଫ ହୋଇଛନ୍ତି। ବିଭିନ୍ନ ଟେଣ୍ଡରରେ ଫେକ୍ ବିଲ୍ ଦେଇଥିଲେ ବିନୟ। ଏପରିକି ତାଙ୍କ ନାଁରେ ଥିବା କମ୍ପାନୀ ମଧ୍ୟ ଫେକ୍ ବୋଲି ଅଭିଯୋଗ ହୋଇଛି। ପୂର୍ବରୁ ବିନୟଙ୍କ ନାଁରେ ଭିଜିଲାନ୍ସ ପକ୍ଷରୁ […]

author-image
Otv Khabar Bureau
କେଜ୍ରିୱାଲଙ୍କ ସଂପର୍କୀୟ ଗିରଫ

arvind kejriwal

ନୂଆଦିଲ୍ଲୀ: ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମ୍ପର୍କୀୟଙ୍କୁ ଗିରଫ କରିଛି ଦୁର୍ନୀତି ନିବାରଣ ବ୍ୟୁରୋ। କେଜ୍ରିୱାଲଙ୍କ ଶଳା ସୁରେନ୍ଦ୍ର ବଂଶଲଙ୍କ ପୁଅ ବିନୟ ବଂଶଲଙ୍କୁ ଗିରଫ କରିଛି ଦିଲ୍ଳୀ ସରକାରଙ୍କ ଏସିବି।

Advertisment

ପୂର୍ତ୍ତ ବିଭାଗରେ ଜାଲ୍ ବିଲ୍ ଦେଇ ଟଙ୍କା ହାତେଇଥିବା ଅଭିଯୋଗରେ ବିନୟ ଗିରଫ ହୋଇଛନ୍ତି। ବିଭିନ୍ନ ଟେଣ୍ଡରରେ ଫେକ୍ ବିଲ୍ ଦେଇଥିଲେ ବିନୟ। ଏପରିକି ତାଙ୍କ ନାଁରେ ଥିବା କମ୍ପାନୀ ମଧ୍ୟ ଫେକ୍ ବୋଲି ଅଭିଯୋଗ ହୋଇଛି। ପୂର୍ବରୁ ବିନୟଙ୍କ ନାଁରେ ଭିଜିଲାନ୍ସ ପକ୍ଷରୁ ମାମଲା ଦାଏର ହୋଇଥିଲା।

ପ୍ରାୟ ୬ କୋଟି ଟଙ୍କାର ଟେଣ୍ଡର ନେଇଥିଲା ବିନୟ ବଂଶଲଙ୍କ କମ୍ପାନୀ। ତେବେ ଏନେଇ କୌଣସି କାମ ହୋଇନଥିଲା ଏବଂ ମିଛ ବିଲ୍ ଦେଇ ୬ କୋଟି ଟଙ୍କା ବଂଶଲଙ୍କ କମ୍ପାନୀ ବିଭାଗଠାରୁ ହାତେଇଥିବା ଅଭିଯୋଗ କରିଥିଲେ ଇଞ୍ଜିନିୟର ରାହୁଲ ଶର୍ମା। ଏଥିରେ ଅନ୍ୟ ପୂର୍ତ୍ତ ବିଭାଗ ଅଧିକାରୀ ବି ସାମିଲ ବୋଲି ସେ ଅଭିଯୋଗ କରିଛନ୍ତି।

Advertisment
Arvind Kejriwal Delhi
Advertisment
Advertisment