/odishatv-khabar/media/post_attachments/uploadimage/library/16_9/16_9_0/aurangzeb-last-photo_1626672735.jpg)
aurangzeb-last-image
ଶ୍ରୀନଗର: ଭାରତୀୟ ସେନାର ଯବାନ ଔରଙ୍ଗଜେବଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି । ଆତଙ୍କବାଦୀମାନେ ଔରଙ୍ଗଜେବଙ୍କୁ ହତ୍ୟା କରିବା ପୂର୍ବରୁ ଏହି ଭିଡିଓ ସୁଟ୍ କରିଥିବା ଜଣାପଡ଼ିଛି ।
ଏହି ଭିଡିଓରେ ଆତଙ୍କବାଦୀମାନେ ତାଙ୍କୁ ଅନେକ ପ୍ରଶ୍ନ ପଚାରିଛନ୍ତି । ବ୍ୟକ୍ତିଗତ ଜୀବନ ସହିତ ସେ କେଉଁ କେଉଁ ଏନ୍କାଉଣ୍ଟରରେ ସାମିଲ ଥିଲେ, ଏନ୍କାଉଣ୍ଟରରେ କଣ କଣ ହୋଇଥିଲା ସେ ସଂପର୍କରେ ଟିକିନିଖି ପ୍ରଶ୍ନ କରିଥିଲେ ଆତଙ୍କବାଦୀ । ଏପରିକି ଔରଙ୍ଗଜେବଙ୍କ ଆର୍ମି ଟିମ୍ ସଂପର୍କରେ ମଧ୍ୟ ପଚାରିଥିଲେ । ଏହି ଭିଡିଓ ଅସଲି ନା ନକଲି, ସେ ସଂପର୍କରେ ସେନା ପକ୍ଷରୁ ଅନୁସନ୍ଧାନ କରାଯାଉଛି ।
ଔରଙ୍ଗଜେବ ଫୋର୍ ଜାମ୍ମୁ ଆଣ୍ଡ କାଶ୍ମୀର ଲାଇଟ୍ ଇନଫ୍ରାଣ୍ଟ୍ରିର ଯବାନ ଥିଲେ । ସେ ସୋପିଏନନ୍ର ୪୪ ରାଷ୍ଟ୍ରୀୟ ରାଇଫଲ୍ସ କ୍ୟାମ୍ପରେ ମୁତୟନ ଥିଲେ । ହିଜବୁଲ କମାଣ୍ଡର ସମୀର ଟାଇଗର୍ ଯେଉଁ ଅପରେସନରେ ନିହତ ହୋଇଥିଲା, ସେହି ଅପରେସନରେ ସାମିଲ ଥିଲେ ଔରଙ୍ଗଜେବ । ତେଣୁ ତାଙ୍କୁ ଅପହରଣ ପରେ ଆତଙ୍କବାଦୀମାନେ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଜୁନ ୧୪ରେ ସେ ଇଦ୍ ପାଇଁ ଘରକୁ ଫେରୁଥିବା ବେଳେ ବାଟରୁ ହିଁ ତାଙ୍କୁ ଆତଙ୍କବାଦୀମାନେ ଅପହରଣ କରିନେଇଥିଲେ । ତା ପରଦିନ ଔରଙ୍ଗଜେବଙ୍କ ଗୁଳିବିଦ୍ଧ ଶରୀର ଉଦ୍ଧାର ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)