/odishatv-khabar/media/post_attachments/uploadimage/library/16_9/16_9_0/anuska_1626498683.jpg)
anuska
ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ କମେଡି ପ୍ରତି ମନ ବଳେଇଛନ୍ତି। ଭୌତିକ ଓ ପ୍ରେମ କାହାଣୀକୁ ନେଇ ଫିଲ୍ମ କରିସାରିବା ପରେ ଅନୁଷ୍କା ଏବେ କମେଡି ଫିଲ୍ମ କରିବାକୁ ଯୋଜନା କରୁଛନ୍ତି। ଆସନ୍ତା ବର୍ଷ ଜାନୁୟାରୀ ମାସ ଶେଷ ସୁଦ୍ଧା ନିଜର ସବୁ ପ୍ରୋଜେକ୍ଟକୁ ସାରି କମେଡି ଫିଲ୍ମ କରିବାକୁ ସ୍ଥିର କରିଛନ୍ତି।
Advertisment
ଏନ୍ଏଚ୍-୧୦,ଫିଲୌରୀ ଓ ପରୀ ପରି ଫିଲ୍ମ ନିର୍ମାଣ କରିସାରିଛି ଅନୁଷ୍କା ଶର୍ମାଙ୍କ ପ୍ରଯୋଜନା ସଂସ୍ଥା କ୍ଲିନ୍ ସ୍ଲେଟ୍ ଫିଲ୍ସ। ଅନୁଷ୍କାଙ୍କର ଏହି ଫିଲ୍ମ ଗୁଡ଼ିକୁ ମଧ୍ୟ ଲୋକେ ଭଲପାଇଛନ୍ତି। ଫିଲ୍ମ ସହ ଜଡିତ ଏକ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ନିଜର ଅଭିନୟର ପ୍ରତିଭାକୁ ଆହୁରି ବଢାଇବାକୁ ଅନୁଷ୍କା ଏବେ କମେଡି କରିବାକୁ ମନସ୍ଥ କରିଛନ୍ତି।
ଆଗାମୀ ଫିଲ୍ମ ଭାବେ ଅନୁଷ୍କଙ୍କର ରହିଛି ‘ଜିରୋ’ ଓ ‘ସୁଇ ଧାଗା’। ଫିଲ୍ମ ‘ଜିରୋ’ରେ ଶାହାରୁଖଙ୍କ ସହ ଓ ‘ସୁଇ ଧାଗା’ରେ ବରୁଣ ଧୱନଙ୍କ ସହ ସୁଟିଂ ଜାରି ରଖିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)