Advertisment

ଗ୍ୟାରେଜ ଘରେ ଚାଲୁଛି ଅଙ୍ଗନୱାଡି କେନ୍ଦ୍ର

ମୟୁରଭଞ୍ଜ :  ଗ୍ୟାରେଜ ଘରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର। ନିଜସ୍ୱ ଗୃହ ନଥିବାରୁ ଏହି ଭଳି ଭାବେ ପଢୁଛନ୍ତି କୁନି କୁନି ପିଲା। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଠାକୁରବାଡି ଗାଁରେ। ଏଠାରେ ଖୋଲା ଘରେ ପାଠ ପଢା ହେଉଛି। ଆଉ ସେଇଠି ହିଁ ହେଉଛି ଖାଇବା। ଦୀର୍ଘ ୨୦ ବର୍ଷ ହେଲା ଗାଁରେ ଅଙ୍ଗନଓ୍ୱାଡି କେନ୍ଦ୍ରକୁ ଗୃହ ଯୋଗାଇ ଦେଇପାରୁନାହିଁ ପ୍ରଶାସନ। ସ୍ଥାନୀୟ ଲୋକଙ୍କ  ଅଭିଯୋଗ ଏନେଇ ସିଡିପିଓ, ବିଡିଓଙ୍କଠାରୁ […]

author-image
Otv Khabar Bureau
ଗ୍ୟାରେଜ ଘରେ ଚାଲୁଛି ଅଙ୍ଗନୱାଡି କେନ୍ଦ୍ର

angawadi

ମୟୁରଭଞ୍ଜ :  ଗ୍ୟାରେଜ ଘରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର। ନିଜସ୍ୱ ଗୃହ ନଥିବାରୁ ଏହି ଭଳି ଭାବେ ପଢୁଛନ୍ତି କୁନି କୁନି ପିଲା। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଠାକୁରବାଡି ଗାଁରେ।

Advertisment

ଏଠାରେ ଖୋଲା ଘରେ ପାଠ ପଢା ହେଉଛି। ଆଉ ସେଇଠି ହିଁ ହେଉଛି ଖାଇବା। ଦୀର୍ଘ ୨୦ ବର୍ଷ ହେଲା ଗାଁରେ ଅଙ୍ଗନଓ୍ୱାଡି କେନ୍ଦ୍ରକୁ ଗୃହ ଯୋଗାଇ ଦେଇପାରୁନାହିଁ ପ୍ରଶାସନ। ସ୍ଥାନୀୟ ଲୋକଙ୍କ  ଅଭିଯୋଗ ଏନେଇ ସିଡିପିଓ, ବିଡିଓଙ୍କଠାରୁ ଆରମ୍ଭ କରି ଉପଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କୁ ଗୁହାରି ଜଣାଇ ଦିଆଯାଇଛି। କିନ୍ତୁ ସୁଫଳ ମିଳିପାରିନାହିଁ।

publive-imageବହଳଦା ବ୍ଲକରେ ମୋଟ ୧୪୧ଟି ଅଙ୍ଗନୱାଡି କେନ୍ଦ୍ର ଥିବାବେଳେ ସେଥିରୁ ପ୍ରାୟ ୪୦ଟି କେନ୍ଦ୍ର ଅସ୍ଥାୟୀ ଭାବେ ଚାଲିଛି। ଅଙ୍ଗନଓ୍ୱାଡି କର୍ମୀଙ୍କ କହିବା ଅନୁଯାୟୀ ୨୦୧୪-୧୫ରେ ଏଥିପାଇଁ ଅର୍ଥ ମଞ୍ଜୁର ହୋଇଥିଲା, କିନ୍ତୁ ଫେରିଯାଇଥିଲା। ICDS ସୁପରଭାଇଜର କହିଛନ୍ତି ସରକାରୀ ଜମି ନମିଳିବାରୁ ଅର୍ଥ ଫେରିଯାଇଥିଲା। ତେବେ ଏନେଇ ତହସିଲଦାରଙ୍କୁ ଅବଗତ କରାଯାଇଛି।

Advertisment
Advertisment
Advertisment