/odishatv-khabar/media/post_attachments/uploadimage/library/16_9/16_9_0/amitabh_1626432306.jpg)
amitabh
ମୁମ୍ବାଇ: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଅସୁସ୍ଥ। ଯୋଧପୁରରେ ଏକ ଫିଲ୍ମ ସୁଟିଂ ବେଳେ ବିଗ ବି ଅସୁସ୍ଥ ହୋଇଥିବାର ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁସାରେ, ଯୋଧପୁରରେ ଅମିତାଭ ତାଙ୍କ ଆଗାମୀ ଫିଲ୍ମ ‘Thugs Of Hindostan ’ ସୁଟିଂ ସମୟରେ ଅସୁସ୍ଥତା ଅନୁଭବ କରିଥିଲେ। ଫଳରେ ସୁଟିଂ ଅଧାରୁ ଫେରି ଆସିଥିଲେ ଅମିତାଭ ।
ମୁମ୍ବାଇରୁ ଏକ ଟିମ୍ ଡାକ୍ତର ଯୋଧପୁରରେ ପହଞ୍ଚିବା ସହ ତାଙ୍କ ସ୍ୱାସ୍ଥ୍ୟବସ୍ଥା ତଦାରଖ କରୁଛନ୍ତି।
ପ୍ରକୃତରେ ତାଙ୍କ ଅସୁସ୍ଥତାର କାରଣ କ’ଣ ଜଣାପଡିନି। ସ୍ୱାସ୍ଥ୍ୟବସ୍ଥା ତଦାରଖ କରିବା ପାଇଁ ଏକ ଡାକ୍ତରୀ ଟିମ୍ ଯୋଧପୁର ଆସୁଥିବା କଥା, ଅମିତାଭ ନିଜ ବ୍ଲଗରେ ଲେଖିଥିଲେ।
‘ସକାଳ ୫ଟା, ଏକ ନୂଆ ସକାଳର ଆରମ୍ଭ। କିଛି ଲୋକ ବଞ୍ଚିବା ପାଇଁ କାମ ଓ ପରିଶ୍ରମ କରନ୍ତି। ଏହା ବହୁତ କଠିନ, ବିନା ପରିଶ୍ରମରେ କିଛି ମିଳେ ନାହିଁ। କିଛି ନିରାଶ, ସଂଘର୍ଷ ଓ କଷ୍ଟ ହେବ.....ତା’ପରେ ଆମର ସବୁ ଇଚ୍ଛା ପୂରଣ ହେବ..କେବେ ହେବ ଓ କେବେ ନାହିଁ...ମାତ୍ର ଆମେ ଆମର ଚେଷ୍ଟା ଜାରି ରଖିବା ଆବଶ୍ୟକ’ ବୋଲି ସେ ବ୍ଲଗରେ ଲେଖିଥିଲେ।
ଗତ କିଛିଦିନ ତଳେ ଅମିତାଭଙ୍କୁ ମୁମ୍ବାଇର କୋକିଳାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)