Advertisment

ଜୁନ୍ ପହିଲାରୁ ଖୋଲିବ କଲେଜ, ଉଚ୍ଚଶିକ୍ଷା ସଚିବଙ୍କ ଚିଠି

ଭୁବନେଶ୍ୱର: ଖୁବଶୀଘ୍ର ଖୋଲିବ କଲେଜ । ମେ’ ୩୧ରେ ଖରା ଛୁଟି ସରିବା ପରେ ଜୁନ୍ ପହିଲାରୁ ଖୋଲିବ କଲେଜ। ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଜୁନ୍ ପହିଲାରୁ ଖୋଲିବା ନେଇ ନିଷ୍ପତ୍ତି ହୋଇଛି ।…

ଅଦ୍ୟତନ ହୋଇଛି
ଜୁନ୍ ପହିଲାରୁ ଖୋଲିବ କଲେଜ, ଉଚ୍ଚଶିକ୍ଷା ସଚିବଙ୍କ ଚିଠି
Advertisment

ଭୁବନେଶ୍ୱର: ଖୁବଶୀଘ୍ର ଖୋଲିବ କଲେଜ । ମେ’ ୩୧ରେ ଖରା ଛୁଟି ସରିବା ପରେ ଜୁନ୍ ପହିଲାରୁ ଖୋଲିବ କଲେଜ। ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଜୁନ୍ ପହିଲାରୁ ଖୋଲିବା ନେଇ ନିଷ୍ପତ୍ତି ହୋଇଛି । ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ଡିଗ୍ରୀ କଲେଜ ଗୁଡିକ ମଧ୍ୟ ଜୁନ୍ ପହିଲାରୁ ଖୋଲିବାକୁ ଅନୁମତି ଦି‍ଆଯାଇଛି ।

Advertisment

ଏନେଇ ବିଶ୍ୱବିଦ୍ୟାଳୟ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ । ମେ ୩୧ରେ ଗ୍ରୀଷ୍ମ ଛୁଟି ସରିବା କ୍ଷଣି ଶିକ୍ଷାନୁଷ୍ଠାନ ଖୋଲିବାକୁ ଚିଠିରେ ଦର୍ଶାଇଛନ୍ତି ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର । ଏପ୍ରିଲ୍ ୧୬ ଓ ୨୬ରେ ଦିଆଯାଇଥିବା ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି ।

ସୂଚନା ଅନୁସାରେ, ରାଜ୍ୟରେ କରୋନା ମହାମାରୀ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ମାମଲା ବୃଦ୍ଧି ପାଇବା ପରେ ରାଜ୍ୟ ସରକାର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରିଦେଇଥିଲେ।

Advertisment
College University
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ