/odishatv-khabar/media/post_attachments/uploadimage/library/16_9/16_9_0/olive-rideley-55_1626433920.jpg)
olive ridley turtle
ଭୁବନେଶ୍ୱର: ଦେଢ଼ ମାସ ପରେ ସମୁଦ୍ରକୁ ଫେରିଲେ ଅଲିଭ ରିଡଲେଙ୍କ ଶାବକ। ୫୪୨ଟି ଅଲିଭ୍ ରିଡଲେ କଇଁଛ ଛୁଆଙ୍କୁ ସମୁଦ୍ରକୁ ଛାଡ଼ିଛନ୍ତି ବନ ବିଭାଗ କର୍ମଚାରୀ।
Advertisment
ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କୋଣାର୍କ ଉପକୂଳରେ ନିର୍ମାଣ ହୋଇଥିବା ସ୍ୱତନ୍ତ୍ର ପ୍ରଜନନ କେନ୍ଦ୍ରରେ ଚଳିତ ବର୍ଷର ରେକର୍ଡ ସଂଖ୍ୟକ ଅଣ୍ଡା ସୁରକ୍ଷିତ ରକ୍ଷା ଯାଇଛି।
ଏହାସହ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଲିଭ ରିଡଲେଙ୍କ ମୃତ୍ୟୁହାର ହ୍ରାସ ପାଇଛି। ଦେବୀ ନଦୀ ମୁହାଣରେ ୬୫୦ କଇଁଛଙ୍କ ବସା ଠାବ ହୋଇଥିବା ବେଳେ କୋଣାର୍କ ଉପକୂଳରେ ୫୩୦ଟି ବସାକୁ ଠାବ କରାଯାଇଛି।
Advertisment
ଏହି ଦୁଇ ଅଞ୍ଚଳରୁ ୬୨ ହଜାର ୯୭୮ଟି ଅଣ୍ଡାକୁ ସୁରକ୍ଷିତ ଭାବେ ରଖାଯାଇଥିଲା। ବନ ବିଭାଗ ପକ୍ଷରୁ ଏସମସ୍ତ ଅଞ୍ଚଳକୁ ସୁରକ୍ଷିତ ଭାବେ ରଖାଯାଇଛି। ଜୀବ ଜନ୍ତୁଙ୍କ କବଳରୁ କଇଁଛଙ୍କ ଅଣ୍ଡାକୁ ସୁରକ୍ଷିତ ଭାବେ ରଖିବା ପରେ ନିଦ୍ଧିଷ୍ଟ ତାପମାତ୍ରାରେ ପ୍ରଜନନ କରାଇଥାନ୍ତି ବନ ବିଭାଗ କର୍ମଚାରୀ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)