Advertisment

୨ ରେଲୱେ କର୍ମଚାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଟିଟିଲାଗଡ଼ ଷ୍ଟେସନରୁ ବିନା ଇଞ୍ଜିନରେ ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସର ୨୨ଟି ବଗି ୧୫ କିଲୋମିଟର ଗଡ଼ିଯିବା ଘଟଣାରେ ତଦନ୍ତ ଚାଲିଛି।  ଏହି ଘଟଣାରେ ପୂର୍ବରୁ ୭ଜଣ ରେଲ୍‌ୱେ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଆଉ ୨ଜଣ ଅଧିକାରୀ ମଧ୍ୟ କର୍ତ୍ତବ୍ୟରେ ଅବହେଳା କରିଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସମ୍ବଲପୁର ଡିଆର୍‌ଏମ୍‌ କହିଛନ୍ତି। ସେମାନେ ହେଲେ ଟିଟିଲାଗଡ଼ ଷ୍ଟେସନ୍ ମ୍ୟାନେଜର୍ ଏସ୍. କେ. ମହନ୍ତ ଓ ମେକାନିକାଲ ଜୁନିୟର ଇଂଜିନିୟର ଏସ୍. ନାୟକ।  ସେହି ଦୁଇ […]

author-image
Otv Khabar Bureau
୨ ରେଲୱେ କର୍ମଚାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

railway

ଭୁବନେଶ୍ୱର: ଟିଟିଲାଗଡ଼ ଷ୍ଟେସନରୁ ବିନା ଇଞ୍ଜିନରେ ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସର ୨୨ଟି ବଗି ୧୫ କିଲୋମିଟର ଗଡ଼ିଯିବା ଘଟଣାରେ ତଦନ୍ତ ଚାଲିଛି।  ଏହି ଘଟଣାରେ ପୂର୍ବରୁ ୭ଜଣ ରେଲ୍‌ୱେ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଆଉ ୨ଜଣ ଅଧିକାରୀ ମଧ୍ୟ କର୍ତ୍ତବ୍ୟରେ ଅବହେଳା କରିଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସମ୍ବଲପୁର ଡିଆର୍‌ଏମ୍‌ କହିଛନ୍ତି।

Advertisment

ସେମାନେ ହେଲେ ଟିଟିଲାଗଡ଼ ଷ୍ଟେସନ୍ ମ୍ୟାନେଜର୍ ଏସ୍. କେ. ମହନ୍ତ ଓ ମେକାନିକାଲ ଜୁନିୟର ଇଂଜିନିୟର ଏସ୍. ନାୟକ।  ସେହି ଦୁଇ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଆର୍‌ଏମ୍ କହିଛନ୍ତି।

ଏପଟେ ରେଳ ଦୁର୍ଘଟଣା ରୋକିବା ଲାଗି ସାରା ଭାରତରେ ହେବ ସୁରକ୍ଷା ଅଭିଯାନ ବା ସେଫ୍ଟି ଡ୍ରାଇଭ୍ । ଏନେଇ ରେଲୱେ ବୋର୍ଡ ଅଧ୍ୟକ୍ଷ ସୂଚନା ଦେଇଛନ୍ତି।  ଦୀର୍ଘ ମାସେ ଧରି ଚାଲିବ ଏହି ସେଫ୍ଟି ଡ୍ରାଇଭ୍।

Advertisment

ବିଭିନ୍ନ ଷ୍ଟେସନରେ ହେବାକୁ ଥିବା ଏହି ଅଭିଯାନରେ ଅପରେଟିଂ ଏବଂ ଇଲେକ୍ଟ୍ରିକାଲ୍‌ ବିଭାଗ କର୍ମଚାରୀ ସାମିଲ ହେବେ।  ରେଲୱେର ମୁଖ୍ୟ ନିରାପତ୍ତା ଅଧିକାରୀ ସୁରକ୍ଷା ଅଭିଯାନର ତଦାରଖ କରିବେ।  କ’ଣ କଲେ ରେଳ ଦୁର୍ଘଟଣା ରୋକାଯାଇପାରିବ, ଏନେଇ ଜିଏମ୍ ରିପୋର୍ଟ କରିବେ।

ଉଲ୍ଲେଖଥାଉ କି, ଶନିବାର ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସର୨୨ଟି ବଗି ବିନା ଇଞ୍ଜିନରେ ଟିଟିଲାଗଡରୁ କେସିଙ୍ଗା ଯାଏଁ ପ୍ରାୟ ୧୫ କିଲୋମିଟର ଟ୍ରାକରେ ବିନା ବାଧାରେ ଗଡି ଯାଇଥିଲା।  ଦୀର୍ଘ ୨ ଘଣ୍ଟା ପରେ ଆଉ ଏକ ଇଞ୍ଜିନ ଯୋଗେ କେସିଙ୍ଗାରୁ ବଗିଗୁଡିକ ଫେରାଇ ଅଣାଯାଇଥିଲା।   ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିଲେ ଶହ ଶହ ଯାତ୍ରୀ।ଟ୍ରେନର ସ୍କିଡ୍ ବ୍ରେକ୍ ବ୍ୟବହାର ନହେବାରୁ ଏପରି ଘଟିଥିବା ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ କୁହାଯାଇଛି।

Indian Railways Puri-ahmedabad Train Train Run Without Engine Railway Officials Railway Safety Drive Safety Drive
Advertisment
Advertisment