/odishatv-khabar/media/post_attachments/uploadimage/library/16_9/16_9_0/toll-collection_1626434429.jpg)
toll collection
ସମ୍ବଲପୁର: ସମ୍ବଲପୁର-ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ୍ର ରେଙ୍ଗାଲି ନୂଆଖୁରି ଗାଁ ଟୋଲ ପ୍ଲାଜାରୁ ଟୋଲ ଆଦାୟ ବନ୍ଦ ଓ ଟୋଲ୍ଗେଟ୍ ଉଚ୍ଛେଦ କରିବା ଦାବିରେ ଏପ୍ରିଲ ୨ ତାରିଖରେ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି।
Advertisment
ସମ୍ବଲପୁର ଜିଲ୍ଲା ରାଜପଥ ବ୍ୟବହାରକାରୀ ସଂଘ ଏହି ବନ୍ଦ ଡାକରା ଦେଇଛି। ଶିକ୍ଷାନୁଷ୍ଠାନକୁ ବନ୍ଦରୁ ବାଦ୍ ଦିଆଯିବ। ସେହିପରି ଆମ୍ବୁଲାନ୍ସ, ସ୍କୁଲ ବସ୍କୁ ମଧ୍ୟ ବନ୍ଦରୁ ବାଦ୍ ଦିଆଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି।
ବରଗଡ଼ ଟୋଲ୍ ଗେଟ୍ରେ ବରଗଡ଼ ଲୋକଙ୍କୁ ଟୋଲ୍ ଛାଡ୍ କରାଯାଇଥିବାରୁ ସମ୍ବଲପୁରରେ ମଧ୍ୟ ସମ୍ବଲପୁରର ଲୋକଙ୍କଠାରୁ ଟୋଲ୍ ନିଆ ନ ଯାଉ ବୋଲି ଦାବି କରାଯାଇଛି। ଏ ସଂପର୍କରେ ଜିଲ୍ଲାପାଳ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।
Advertisment
Protests Over Toll Collection
Toll Plaza
Sambalpur
Toll Collection On Biju Express Way
Toll Collection
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)