Advertisment

୯ ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ, ଦେହରେ ୮୬ କ୍ଷତଚିହ୍ନ

ସୁରଟ: କାଠୁଆ ଓ ଉନ୍ନାଓ ଗଣଦୁଷ୍କର୍ମ ମାମଲାକୁ ନେଇ ଦେଶବ୍ୟାପୀ ପ୍ରତିବାଦର ନିଆଁ ଜଳୁଥିବା ବେଳେ ଗୁଜରାଟର ସୁରଟ ସହରରେ ମଧ୍ୟ ଅନୁରୁପ ଘଟଣା ସାମ୍ନାକୁ ଆସିଛି।  ଜଣେ ୯ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୁରଟର ପାଣ୍ଡେସରାରେ ଘଟିଛି ଏହି ଲୋମଟାଙ୍କୁରା ଘଟଣା। ନାବାଳିକାକୁ କେବଳ ଦୁଷ୍କର୍ମ କରାଯାଇନି, ପ୍ରାୟ ୮ ଦିନ ଧରି ଏଭଳି ନିର୍ଯାତନା ଦିଆଯାଇଛି ଯେ, ତା ଶରୀରରେ ୮୬ଟି କ୍ଷତଚିହ୍ନ ଥିବା ପୋଷ୍ଟ ମର୍ଟମ […]

author-image
Otv Khabar Bureau
୯ ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ, ଦେହରେ ୮୬ କ୍ଷତଚିହ୍ନ

representationl image

ସୁରଟ: କାଠୁଆ ଓ ଉନ୍ନାଓ ଗଣଦୁଷ୍କର୍ମ ମାମଲାକୁ ନେଇ ଦେଶବ୍ୟାପୀ ପ୍ରତିବାଦର ନିଆଁ ଜଳୁଥିବା ବେଳେ ଗୁଜରାଟର ସୁରଟ ସହରରେ ମଧ୍ୟ ଅନୁରୁପ ଘଟଣା ସାମ୍ନାକୁ ଆସିଛି।  ଜଣେ ୯ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

Advertisment

ସୁରଟର ପାଣ୍ଡେସରାରେ ଘଟିଛି ଏହି ଲୋମଟାଙ୍କୁରା ଘଟଣା। ନାବାଳିକାକୁ କେବଳ ଦୁଷ୍କର୍ମ କରାଯାଇନି, ପ୍ରାୟ ୮ ଦିନ ଧରି ଏଭଳି ନିର୍ଯାତନା ଦିଆଯାଇଛି ଯେ, ତା ଶରୀରରେ ୮୬ଟି କ୍ଷତଚିହ୍ନ ଥିବା ପୋଷ୍ଟ ମର୍ଟମ ରିପୋର୍ଟରୁ ଜଣାପଡିଛି।

ଗତ ଏପ୍ରିଲ ୬ ତାରିଖରୁ ନାବାଳିକାଟିର ମୃତଦେହ ମିଳିଛି, କିନ୍ତୁ ଏବେବି ପରିଚୟ ମିଳିପାରିନାହିଁ। ମୃତ ନାବାଳିକାର ପରିବାର ଲୋକଙ୍କ ସମ୍ପର୍କରେ ଖବର ଦେଲେ ୨୦ ହଜାର ଟଙ୍କା ପୁରସ୍କାର ରାଶି ମିଳିବ ବୋଲି ପୋଲିସ ଘୋଷଣା କରିଛି। ପାଣ୍ଡେସରା ପୋଲିସ ୨ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ଘଟଣାର ଅନୁସନ୍ଧାନ ଚଳାଇଛି।

Advertisment
Surat Minor Girl Rape Minor Girl Raped Minor Girl Killed
Advertisment
Advertisment