Advertisment

ସୁକମା IED ବିସ୍ଫୋରଣ ଘଟଣାରେ ସମ୍ପୃକ୍ତ ୭ ନକ୍ସଲ ଗିରଫ

ଭୁବନଶ୍ୱର: ଛତିଶଗଡ଼ ସୁକମା ଜିଲ୍ଲାର କିସ୍ତାରାମ ଜଙ୍ଗଲରେ ୯ ଯବାନ ସହିଦ୍ ହେବା ଘଟଣାରେ ୭ଜଣ ନକ୍ସଲଙ୍କୁ ଗିରଫ କରାଯାଇଛି। କିସ୍ତାରାମ ଅଞ୍ଚଳରୁ ସୁରକ୍ଷାକର୍ମୀ ଏହି ୭ ନକ୍ସଲଙ୍କୁ ଗିରଫ କରିଛନ୍ତି। ଗତ ୧୩ ତାରିଖରେ କିସ୍ତାରାମ ଜଙ୍ଗଲରେ ହୋଇଥିବା IED ବିସ୍ଫୋରଣରେ ୯ ଜଣ ସିଆରପିଏଫ୍ ଯବାନ ସହିଦ୍ ହୋଇଥିଲେ। ଏଥିରେ ୨ଜଣ ଆହତ ହୋଇଥିଲେ। ଏହି ବଡ଼ଧରଣର ନକ୍ସଲ ଆକ୍ରମଣରେ ଏମାନଙ୍କର ହାତ ଥିବା ଜଣାପଡିଛି। ଏହି ଆକ୍ରମଣରେ ଜଣେ ଓଡ଼ିଆ ଯବାନ ପୁରୀ […]

author-image
Otv Khabar Bureau
ସୁକମା IED ବିସ୍ଫୋରଣ ଘଟଣାରେ ସମ୍ପୃକ୍ତ ୭ ନକ୍ସଲ ଗିରଫ

naxal arrested

ଭୁବନଶ୍ୱର: ଛତିଶଗଡ଼ ସୁକମା ଜିଲ୍ଲାର କିସ୍ତାରାମ ଜଙ୍ଗଲରେ ୯ ଯବାନ ସହିଦ୍ ହେବା ଘଟଣାରେ ୭ଜଣ ନକ୍ସଲଙ୍କୁ ଗିରଫ କରାଯାଇଛି। କିସ୍ତାରାମ ଅଞ୍ଚଳରୁ ସୁରକ୍ଷାକର୍ମୀ ଏହି ୭ ନକ୍ସଲଙ୍କୁ ଗିରଫ କରିଛନ୍ତି।

Advertisment

ଗତ ୧୩ ତାରିଖରେ କିସ୍ତାରାମ ଜଙ୍ଗଲରେ ହୋଇଥିବା IED ବିସ୍ଫୋରଣରେ ୯ ଜଣ ସିଆରପିଏଫ୍ ଯବାନ ସହିଦ୍ ହୋଇଥିଲେ। ଏଥିରେ ୨ଜଣ ଆହତ ହୋଇଥିଲେ।

ଏହି ବଡ଼ଧରଣର ନକ୍ସଲ ଆକ୍ରମଣରେ ଏମାନଙ୍କର ହାତ ଥିବା ଜଣାପଡିଛି। ଏହି ଆକ୍ରମଣରେ ଜଣେ ଓଡ଼ିଆ ଯବାନ ପୁରୀ ବ୍ରହ୍ମଗିରି ରେବଣା ନୂଆଗାଁର ମନୋରଞ୍ଜନ ଲେଙ୍କା ସହିଦ୍ ହୋଇଥିଲେ।

Advertisment
Ied Blast CRPF Killed Naxals Sukma Ied Blast In Sukma Naxals Arrested
Advertisment
Advertisment