Advertisment

ଥମୁନି ଲଜ୍ଜା : ୫ ବର୍ଷର ଶିଶୁକୁ ଦୁଷ୍କର୍ମ

ସମ୍ବଲପୁର : ସମ୍ବଲପୁରରେ ଜଣେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ବୁର୍ଲା ଥାନା ଗୋଶାଳା ଫାଣ୍ଡି ଅଞ୍ଚଳରେ ଜଣେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଦୁଷ୍କର୍ମ କରିଥିବା ଅଭିଯୋଗରେ ପଡ଼ୋଶୀ ଘରର ଯୁବକଙ୍କୁ ଗିରଫ କରିଛି ପୋଲିସ। ହେଲେ ଅଭିଯୁକ୍ତ ଜଣକ ନାବାଳକ। ସେପଟେ ନାବାଳିକା ଦୁଷ୍କର୍ମ ପ୍ରସଙ୍ଗରେ ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ବିବୃତ୍ତି ରଖି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ କହିଛନ୍ତି ନାବାଳିକାଙ୍କୁ ଦୁଷ୍କର୍ମ ଭଳି […]

author-image
Otv Khabar Bureau
ଥମୁନି ଲଜ୍ଜା : ୫ ବର୍ଷର ଶିଶୁକୁ ଦୁଷ୍କର୍ମ

rape

ସମ୍ବଲପୁର : ସମ୍ବଲପୁରରେ ଜଣେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ବୁର୍ଲା ଥାନା ଗୋଶାଳା ଫାଣ୍ଡି ଅଞ୍ଚଳରେ ଜଣେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଦୁଷ୍କର୍ମ କରିଥିବା ଅଭିଯୋଗରେ ପଡ଼ୋଶୀ ଘରର ଯୁବକଙ୍କୁ ଗିରଫ କରିଛି ପୋଲିସ। ହେଲେ ଅଭିଯୁକ୍ତ ଜଣକ ନାବାଳକ।

Advertisment

ସେପଟେ ନାବାଳିକା ଦୁଷ୍କର୍ମ ପ୍ରସଙ୍ଗରେ ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ବିବୃତ୍ତି ରଖି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ କହିଛନ୍ତି ନାବାଳିକାଙ୍କୁ ଦୁଷ୍କର୍ମ ଭଳି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ୍‌କୁ ନିର୍ଦ୍ଦେଶ ଦିଆଯାଇଛି।

ନିକଟରେ ଘଟିଥିବା କିଛି ଘଟଣାର ଉଦାହରଣ ଦେଇ ଅଭିଯୁକ୍ତଙ୍କୁ ୧୨ ଘଣ୍ଟା ମଧ୍ୟରେ ଗିରଫ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ଉତ୍ତର ନରଖିବା ଦୁର୍ଭାଗ୍ୟଜନକ ଓ ପୀଡ଼ିତାଙ୍କ ପ୍ରତି ବିଶ୍ୱାସଘାତକତା ବୋଲି ବିଜେପି କହିଥିଲା ବେଳେ କଂଗ୍ରେସ କହିଛି ଦୋଷୀଙ୍କୁ ଦଣ୍ଡିତ କରିବାକୁ ଚାହୁଁଥିଲେ ରାଜ୍ୟ ସରକାର ବି ଅଧ୍ୟାଦେଶ ଆଣନ୍ତୁ।

Advertisment

ଏପଟେ କଟକ ବଡ଼ ଡାକ୍ତରଖାନାରେ ଏବେ ବି ଜୀବନ ସହ ଜୁଝୁଛି ସାଲେପୁର ପୀଡ଼ିତା। ଗତକାଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପରେ ଆଜି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ମେଡିକାଲ୍ ଯାଇ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।

Odisha Sambalpur Minor Girl Raped
Advertisment
Advertisment