/odishatv-khabar/media/post_attachments/uploadimage/library/16_9/16_9_0/train-run-without-engine_1626437825.jpg)
train run without engine
ଭୁବନେଶ୍ୱର: ଟିଟିଲାଗଡ଼ ଷ୍ଟେସନରୁ ବିନା ଇଞ୍ଜିନରେ ୨୨ଟି ବଗି ୧୫ କିଲୋମିଟର ଗଡ଼ିଯିବା ଘଟଣାରେ ଚାଲିଛି ରେଲୱେର ତନାଘନା। ଏଭଳି ତ୍ରୁଟି କେଉଁଠି ରହିଲା ଏବଂ ଏହା ପଛରେ କିଏ ଦାୟୀ ସେ ନେଇ ତର୍ଜମା କରୁଛନ୍ତି ରେଲୱେର ବରିଷ୍ଠ ଅଧିକାରୀ।
ଘଟଣା ପାଇଁ ବର୍ତ୍ତମାନ ସୁଦ୍ଧା ୨ ଜଣ ଇଞ୍ଜିନ୍ ଡ୍ରାଇଭରଙ୍କ ସମେତ ୫ ଜଣଙ୍କୁ ନିଲମ୍ବିତ କରାଯାଇଛି। ଗତକାଲି ଏଭଳି ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତିଯାଇଥିଲା ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ। ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିଲେ ଶହ ଶହ ଯାତ୍ରୀ।
ଗତକାଲି ରାତି ପ୍ରାୟ ୧୦ଟା ୫ ମିନିଟ୍ରେ ଟିଟିଲାଗଡ଼ ଷ୍ଟେସନ୍ରେ ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ୍ର ଇଞ୍ଜିନ ବଦଳ ହୋଇଥିଲା। ଏହାପରେ ବିନା ଇଞ୍ଜିନରେ ୨୨ଟି ବଗି ଗଡିଥିଲା। ଟିଟିଲାଗଡରୁ କେସିଙ୍ଗା ୧୫ କିଲୋମିଟର ପର୍ଯ୍ୟନ୍ତ ବିନା ବାଧାରେ ଗଡି ଚାଲିଥିଲା ଏହି ଏକପ୍ରେସ ଟ୍ରେନ।
ତେବେ ଏହା ଜଣାପଡ଼ିବା ପରେ କେସିଙ୍ଗା ନିକଟରେ ଗଡ଼ି ଚାଲିଥିବା ବଗିଗୁଡିକୁ ଅଟକାଯାଇଥିଲା। ୧୫ କିଲୋମିଟର ବିନା ଇଞ୍ଜିନରେ ଗଡିବା ସତ୍ତ୍ୱେ ସୌଭାଗ୍ୟବଶତଃ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିଲେ। ଦୀର୍ଘ ୨ ଘଣ୍ଟା ପରେ ଆଉ ଏକ ଇଞ୍ଜିନ ଯୋଗେ କେସିଙ୍ଗାରୁ ବଗିଗୁଡିକ ଫେରିଥିଲା। ତେବେ ସ୍କିଡ୍ ବ୍ରେକ୍ ବ୍ୟବହାର ନହେବାରୁ ଏପରି ଘଟିଥିବା ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ପ୍ରାଥମିକ ସୂଚନା ଦିଅାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)