Advertisment

ବଜ୍ରପାତ ନେଲା ପୁଣି ୫ ଜୀବନ

ଭୁବନେଶ୍ୱର: ପୁଣି ଜୀବନ ନେଲା ବଜ୍ରପାତ। ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ଗତକାଲି ୫ ଜଣଙ୍କ ମୃତ୍ୟୁ ଘଟିଛି। ମାଲ୍‌କାନଗିରିରେ କାଳବୈଶାଖୀ ପ୍ରଭାବରେ ବର୍ଷା ସାଙ୍ଗକୁ ବଜ୍ରପାତରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। କାଲିମେଳା ବ୍ଲକ୍ ଏମ୍ଭି-୪୧ ଗ୍ରାମରେ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ମାଥିଲି ବ୍ଲକ୍ ଭେଜାଗୁଡ଼ାରେ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ଦୁଇ ଜଣ ପ୍ରାଣ ହରାଇଛନ୍ତି। କଙ୍କଡ଼ାହାଡ଼ ଥାନା ମରୁଆବଲିରେ ଛେଳି ଚରାଇବାକୁ ଯାଇଥିଲା ବେଳେ ବଜ୍ରପାତରେ […]

author-image
Otv Khabar Bureau
ବଜ୍ରପାତ ନେଲା ପୁଣି ୫ ଜୀବନ

lightning

ଭୁବନେଶ୍ୱର: ପୁଣି ଜୀବନ ନେଲା ବଜ୍ରପାତ। ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ଗତକାଲି ୫ ଜଣଙ୍କ ମୃତ୍ୟୁ ଘଟିଛି। ମାଲ୍‌କାନଗିରିରେ କାଳବୈଶାଖୀ ପ୍ରଭାବରେ ବର୍ଷା ସାଙ୍ଗକୁ ବଜ୍ରପାତରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। କାଲିମେଳା ବ୍ଲକ୍ ଏମ୍ଭି-୪୧ ଗ୍ରାମରେ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ମାଥିଲି ବ୍ଲକ୍ ଭେଜାଗୁଡ଼ାରେ ଜଣଙ୍କର ମୃତ୍ୟୁ ହୋଇଛି।

Advertisment

ସେହିପରି ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ଦୁଇ ଜଣ ପ୍ରାଣ ହରାଇଛନ୍ତି। କଙ୍କଡ଼ାହାଡ଼ ଥାନା ମରୁଆବଲିରେ ଛେଳି ଚରାଇବାକୁ ଯାଇଥିଲା ବେଳେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ଭୁବନ ଥାନା ମଝିପାଳ ଗାଁରେ ବଜ୍ରପାତରେ ଜେଜେମାର ମୃତ୍ୟୁ ହୋଇଥିଲା ବେଳେ ନାତୁଣୀ ଗୁରୁତର ଆହତ ହୋଇଛନ୍ତି। ସେହିପରି କୋରାପୁରଟ ନାରାୟଣ ପାଟଣାରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଛି।

Odisha Lightning
Advertisment
Advertisment