Advertisment

ନିଟ୍‌: ୪୦ କେନ୍ଦ୍ରରେ ପ୍ରାୟ ୪୦ ହଜାର ପରୀକ୍ଷାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଜି ସାରା ଦେଶରେ ଅନୁଷ୍ଠିତ ହେଉଛି ନ୍ୟାସନାଲ ଏଲିଜିବିଲିଟି ଆଣ୍ଡ୍ ଏନଟ୍ରାନ୍ସ ଟେଷ୍ଟ ବା ନିଟ୍।  ସକାଳ ୧୦ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଆବେଦନକାରୀ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ସକାଳ ୭ଟା ୩୦ ମିନିଟ୍‌ରୁ ଆଡମିଟ୍ କାର୍ଡ ଦେଖାଇ ପ୍ରବେଶ କରିଛନ୍ତି। ଛାତ୍ରଛାତ୍ରୀମାନେ ପରୀକ୍ଷା ହଲ୍‌କୁ କୌଣସି ପ୍ରକାରର ଇଲେକ୍ଟ୍ରୋନିକ୍‌ ଗେଜେଟ୍ସ୍‌, ବଲ୍ ପେନ୍, ଜୋତା, ବେଲ୍ଟ, କ୍ୟାପ୍, ଓ୍ୱାଲେଟ,ଅଳଙ୍କାର,ଚଷମା ତଥା ଖାଦ୍ୟସାମଗ୍ରୀ ନେବା ଉପରେ କଟକଣା […]

author-image
Otv Khabar Bureau
ନିଟ୍‌: ୪୦ କେନ୍ଦ୍ରରେ ପ୍ରାୟ ୪୦ ହଜାର ପରୀକ୍ଷାର୍ଥୀ

neet exam

ନୂଆଦିଲ୍ଲୀ/ଭୁବନେଶ୍ୱର: ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଜି ସାରା ଦେଶରେ ଅନୁଷ୍ଠିତ ହେଉଛି ନ୍ୟାସନାଲ ଏଲିଜିବିଲିଟି ଆଣ୍ଡ୍ ଏନଟ୍ରାନ୍ସ ଟେଷ୍ଟ ବା ନିଟ୍।  ସକାଳ ୧୦ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ।

Advertisment

ଆବେଦନକାରୀ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ସକାଳ ୭ଟା ୩୦ ମିନିଟ୍‌ରୁ ଆଡମିଟ୍ କାର୍ଡ ଦେଖାଇ ପ୍ରବେଶ କରିଛନ୍ତି। ଛାତ୍ରଛାତ୍ରୀମାନେ ପରୀକ୍ଷା ହଲ୍‌କୁ କୌଣସି ପ୍ରକାରର ଇଲେକ୍ଟ୍ରୋନିକ୍‌ ଗେଜେଟ୍ସ୍‌, ବଲ୍ ପେନ୍, ଜୋତା, ବେଲ୍ଟ, କ୍ୟାପ୍, ଓ୍ୱାଲେଟ,ଅଳଙ୍କାର,ଚଷମା ତଥା ଖାଦ୍ୟସାମଗ୍ରୀ ନେବା ଉପରେ କଟକଣା ଜାରି କରାଯାଇଛି।

ପରୀକ୍ଷା ଦେବା ଲାଗି କେନ୍ଦ୍ରରେ ବଲ୍ ପେନ୍ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଛାତ୍ରଛାତ୍ରୀମାନେ ହାଲୁକା ପୋଷାକ ପିନ୍ଧି ପରୀକ୍ଷା ଦେବାକୁ ଯିବାକୁ କୁହାଯାଇଛି। ସେହିଭଳି ହାଇ ହିଲ୍‌ ଓ ଜୋତା ଉପରେ କଟକଣା ଲାଗିଥିବା ବେଳେ ସାଧାରଣ ଚପଲ ପିନ୍ଧିବାକୁ ନିୟମ କରାଯାଇଛି।

Advertisment

ଓଡ଼ିଶାରେ ପ୍ରାୟ ୪୦ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଏଥିପାଇଁ ୭ଟି ସହର ଯଥା ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର, ବାଲେଶ୍ୱର, ଅନୁଗୁଳ ଓ ବ୍ରହ୍ମପୁରରେ ୪୦ଟି ପରୀକ୍ଷା କେନ୍ଦ୍ର ହୋଇଛି।

NEET NEET Exam Medical Exam
Advertisment
Advertisment