Advertisment

ନଦୀକୁ ଖସି ପଡ଼ିଲା ଟ୍ରକ: ୨୧ ମୃତ

ଭୋପାଳ: ମଧ୍ୟପ୍ରଦେଶରେ ନଦୀକୁ ଟ୍ରକ୍ ଖସି ୨୧ଜଣଙ୍କ ମୃତ୍ୟୁ ହୋଇଛି। ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଉଥିବା ବେଳେ ମଧ୍ୟପ୍ରଦେଶର ସିଦ୍ଧି ନିକଟରେ ଟ୍ରକ୍‌ଟି ସୋନ୍‌ ନଦୀ ଭିତରକୁ ଖସିପଡିଥିଲା। ଘଟଣାସ୍ଥଳରେ ୧୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଆହତ ମାନଙ୍କୁ ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।  ତେବେ ଡାକ୍ତରଖାନାରେ ଆଉ ୬ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଟ୍ରକ ତଳେ ଆହୁରି କିଛି ଲୋକ ଚାପି ହୋଇ ରହିଥିବା […]

author-image
Otv Khabar Bureau
ନଦୀକୁ ଖସି ପଡ଼ିଲା ଟ୍ରକ: ୨୧ ମୃତ

truck

ଭୋପାଳ: ମଧ୍ୟପ୍ରଦେଶରେ ନଦୀକୁ ଟ୍ରକ୍ ଖସି ୨୧ଜଣଙ୍କ ମୃତ୍ୟୁ ହୋଇଛି। ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଉଥିବା ବେଳେ ମଧ୍ୟପ୍ରଦେଶର ସିଦ୍ଧି ନିକଟରେ ଟ୍ରକ୍‌ଟି ସୋନ୍‌ ନଦୀ ଭିତରକୁ ଖସିପଡିଥିଲା।

Advertisment

ଘଟଣାସ୍ଥଳରେ ୧୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଆହତ ମାନଙ୍କୁ ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।  ତେବେ ଡାକ୍ତରଖାନାରେ ଆଉ ୬ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି।

ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଟ୍ରକ ତଳେ ଆହୁରି କିଛି ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ସୋନ୍‌ ନଦୀ ଉପରେ ଟ୍ରକଟି ଯାଉଥିବା ବେଳେ ଡ୍ରାଇଭର ଗାଡି ଉପରୁ ନିୟନ୍ତ୍ରଣ ହରାଇଥିଲେ।  ଟ୍ରକଟି ବାରିକେଡ଼୍‌କୁ ଧକ୍କାଦେଇ ପ୍ରାୟ ୧୦୦ଫୁଟ ତଳକୁ ଖସିପଡିଥିଲା।

Advertisment

ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ମୃତକଙ୍କ ପରିବାର ପ୍ରତି ୨ଲକ୍ଷ ଟଙ୍କା ଓ ଆହତମାନଙ୍କୁ ୫୦ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି।

Madhya Pradesh Truck Falls Off From Bridge
Advertisment
Advertisment