Advertisment

ଶୋଇଥିବା ବେଳେ ଦଳିଦେଲା ହାତୀ

ସମ୍ବଲପୁର: ସମ୍ବଲପୁରରେ ହାତୀ ଆତଙ୍କ। ଗତରାତିରେ ରେଢ଼ାଖୋଲ ମାକରକେଣ୍ଡା ଗାଁରେ ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଶମ୍ଭୁ ଭୋଇ ଓ ଦଇମତି ଭୋଇ। ସେମାନେ ରାତିରେ ଶୋଇଥିଲା ବେଳେ ଘରେ ପଶି ହାତୀ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଛି। ବନବିଭାଗ କର୍ମଚାରୀ ସେଠାରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ବିଗତ କିଛିଦିନ ଧରି ସେହି ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଦେଖାଦେଉଥିବାରୁ ରାତିରେ […]

author-image
Otv Khabar Bureau
ଶୋଇଥିବା ବେଳେ ଦଳିଦେଲା ହାତୀ

sambalpur

ସମ୍ବଲପୁର: ସମ୍ବଲପୁରରେ ହାତୀ ଆତଙ୍କ। ଗତରାତିରେ ରେଢ଼ାଖୋଲ ମାକରକେଣ୍ଡା ଗାଁରେ ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଶମ୍ଭୁ ଭୋଇ ଓ ଦଇମତି ଭୋଇ।

Advertisment

ସେମାନେ ରାତିରେ ଶୋଇଥିଲା ବେଳେ ଘରେ ପଶି ହାତୀ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଛି। ବନବିଭାଗ କର୍ମଚାରୀ ସେଠାରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ବିଗତ କିଛିଦିନ ଧରି ସେହି ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଦେଖାଦେଉଥିବାରୁ ରାତିରେ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି।

Advertisment
Sambalpur Elephant Attack
Advertisment
Advertisment