/odishatv-khabar/media/post_attachments/uploadimage/library/16_9/16_9_0/accident-1_1626502045.jpg)
accident
ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲାର ଜାନିସାହି ନିକଟରେ ଏକ କାର୍ ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି।
Advertisment
ସମସ୍ତ ମୃତାହତ ବୌଦ୍ଧ ଅଞ୍ଚଳର। ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରାଯାଇଥିଲା। ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।
ବୌଦ୍ଧ ଜିଲ୍ଲା ଚରଚରା ଅଞ୍ଚଳର ୭ ଜଣ ଯୁବକ ଖୋର୍ଦ୍ଧାରେ ଏକ ବାହାଘର ଭୋଜିରେ ଯୋଗ ଦେଇ ଫେରୁଥିବା ବେଳେ ଜାନିସାହି ନିକଟରେ ଦୁର୍ଘଟଣା ଘଟିଥିଲା। ଅତ୍ୟଧିକ ମଦପାନ ଯୋଗୁଁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ପୋଲିସ୍ ଘଟଣାର ତଦନ୍ତ କରୁଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)