Advertisment

ମାଓବାଦୀଙ୍କ ଶକ୍ତିଶାଳୀ ବିସ୍ଫୋରଣ: ୨ ଯବାନ ସହିଦ

ନୂଆପଡ଼ା: ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ମାଓ ହମଲାରେ ଦୁଇ ଯବାନ ସହିଦ ହୋଇଛନ୍ତି। ନୂଆପଡ଼ା ଜିଲ୍ଲା ସୀମାନ୍ତବର୍ତ୍ତୀ ଆମାମୋଲା ଗାଁ ନିକଟରେ ମାଓବାଦୀମାନେ ଏହି ଶକ୍ତିଶାଳୀ ବିସ୍ପୋରଣ କରିଛନ୍ତି। ଏଥିରେ ଛତିଶଗଡ଼ ପୋଲିସର ଦୁଇ ଯବାନ ପ୍ରାଣ ହରାଇଛନ୍ତି। ଛତିଶଗଡ଼ ଗିରିଆବନ୍ଧ ଏସ୍‌ପିଙ୍କ ସୂଚନା ଅନୁସାରେ, ନୂଆପଡ଼ା ସୀମାନ୍ତ ଆମାମୋଲା ଗାଁରେ ଛତିଶଗଡ଼ ପୋଲିସ ପକ୍ଷରୁ ସମସ୍ୟା ନିବାରଣ ଶିବିର ଆୟୋଜିତ ହେବାର ଥିଲା। ଶିବିର ପୂର୍ବରୁ ଗତକାଲି ପୋଲିସ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ପାଟ୍ରୋଲିଂ ଚାଲିଥିବା ବେଳେ […]

author-image
Otv Khabar Bureau
ମାଓବାଦୀଙ୍କ ଶକ୍ତିଶାଳୀ ବିସ୍ଫୋରଣ: ୨ ଯବାନ ସହିଦ

maoist

ନୂଆପଡ଼ା: ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ମାଓ ହମଲାରେ ଦୁଇ ଯବାନ ସହିଦ ହୋଇଛନ୍ତି। ନୂଆପଡ଼ା ଜିଲ୍ଲା ସୀମାନ୍ତବର୍ତ୍ତୀ ଆମାମୋଲା ଗାଁ ନିକଟରେ ମାଓବାଦୀମାନେ ଏହି ଶକ୍ତିଶାଳୀ ବିସ୍ପୋରଣ କରିଛନ୍ତି।

Advertisment

ଏଥିରେ ଛତିଶଗଡ଼ ପୋଲିସର ଦୁଇ ଯବାନ ପ୍ରାଣ ହରାଇଛନ୍ତି। ଛତିଶଗଡ଼ ଗିରିଆବନ୍ଧ ଏସ୍‌ପିଙ୍କ ସୂଚନା ଅନୁସାରେ, ନୂଆପଡ଼ା ସୀମାନ୍ତ ଆମାମୋଲା ଗାଁରେ ଛତିଶଗଡ଼ ପୋଲିସ ପକ୍ଷରୁ ସମସ୍ୟା ନିବାରଣ ଶିବିର ଆୟୋଜିତ ହେବାର ଥିଲା। ଶିବିର ପୂର୍ବରୁ ଗତକାଲି ପୋଲିସ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ପାଟ୍ରୋଲିଂ ଚାଲିଥିବା ବେଳେ ମାଓବାଦୀମାନେ ରାସ୍ତାରେ ଶକ୍ତିଶାଳୀ ବିସ୍ଫୋରଣ କରିଥିଲେ।

ଘଟଣାସ୍ଥଳରେ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗିରିଆବନ୍ଧ ମେଡିକାଲ୍‌ରେ ପ୍ରାଣ ହରାଇଛନ୍ତି। ବିସ୍ଫୋରଣରେ ଯବାନଙ୍କ ବାଇକ୍‌ ସମ୍ପୂର୍ଣ୍ଣ ଚୁର୍‌ମାର ହୋଇଯାଇଛି।

Advertisment

ଏହି ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ଛତିଶଗଡ଼ ପୋଲିସ ପକ୍ଷରୁ ଜୋରଦାର କମ୍ବିଂ ଅପରେସନ ଆରମ୍ଭ ହୋଇଛି। ଏପଟେ ନୂଆପଡ଼ା ପୋଲିସ ମଧ୍ୟ ସତର୍କ ରହିଥିବା ଏସ୍‌ପି ସ୍ମିଥ୍ ପରମାର ସୂଚନା ଦେଇଛନ୍ତି।

Maoist Attack Jawan Martyred
Advertisment
Advertisment