/odishatv-khabar/media/post_attachments/uploadimage/library/16_9/16_9_0/bus-accident_1626433735.jpg)
bus accident
ଭୁବନେଶ୍ୱର: ଝାଡ଼ଖଣ୍ଡର ଟାଟା ନଗର ପାଖରେ ଓଡ଼ିଶାର ତୀର୍ଥଯାତ୍ରୀଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ। ତୀର୍ଥଯାତ୍ରା ସାରି ଆଜମେରରୁ ଫେରୁଥିବା ବେଳେ ଶ୍ରୀରାମ ବେଞ୍ଜ ବସ୍ ଝାଡ଼ଖଣ୍ଡର ଟାଟା ସହର ନିକଟରେ ପୋଲ ତଳକୁ ଖସି ପଡ଼ିଥିଲା। ଫଳରେ ୧୫ଜଣ ଆହତ ହୋଇଛନ୍ତି।
Advertisment
ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ଆହତଙ୍କୁ ଟାଟା ମେଡିକାଲରେ ଭର୍ତ୍ତି କରାଯାଇଛି।
ବସରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ। ଏହି ବସ୍ରେ କଟକ, କେନ୍ଦ୍ରାପଡ଼ା ଓ ସୋର ଅଞ୍ଚଳ ଲୋକ ତୀର୍ଥ ଯାଇଥିଲେ।
Advertisment
ସୂଚନା ଅନୁସାରେ, ଟାଟା ନିକଟରେ ଏହି ବସ୍ଟି ରାସ୍ତା କଡ଼ରେ ପାର୍କିଂ କରି ଠିଆ ହୋଇଥିଲା। ଏହି ସମୟରେ ଏକ ଟ୍ରକ୍ ପଛ ପଟୁ ଧକ୍କା ଦେଇଥିଲା। ଫଳରେ ବସଟି ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଥିଲା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)