Advertisment

ବଜ୍ରାଘାତରେ ଚାଲିଗଲା ଜୀବନ

ଢ଼େଙ୍କାନାଳ: ବଜ୍ରାଘାତ ଜଣଙ୍କର ଜୀବନ ନେଇଯାଇଛି। ଆଜି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଆମ୍ବପଳାସ ଗାଁରେ ବଜ୍ରାଘାତରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ହେଲେ କନ୍ତୁର ଚାନ୍ଦପୁର ଗାଁର ନରେଶ ଦେହୁରୀ। ଗୁରୁତର ହୋଇପଡ଼ିଥିବା ଅମ୍ରିତ ମହାପାତ୍ରଙ୍କ ଘର ଆମ୍ବପଳାସ ଗାଁରେ। ଦୁଇଜଣ ଯାକ ଗାଁ ନିକଟସ୍ଥ ପୋଖରିକୁ ଗାଧୋଇବାକୁ ଯାଇଥିବା ବେଳେ ବଜ୍ରାଘାତ ହୋଇଥିଲା। ଫଳରେ ସେମାନେ ଗୁରୁତର ହୋଇପଡ଼ିଥିଲେ। ସେମାନଙ୍କୁ ପ୍ରଥମେ ପରଜଙ୍ଗ […]

author-image
Otv Khabar Bureau
ବଜ୍ରାଘାତରେ ଚାଲିଗଲା ଜୀବନ

lightning

ଢ଼େଙ୍କାନାଳ: ବଜ୍ରାଘାତ ଜଣଙ୍କର ଜୀବନ ନେଇଯାଇଛି। ଆଜି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଆମ୍ବପଳାସ ଗାଁରେ ବଜ୍ରାଘାତରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

Advertisment

ମୃତକ ଜଣକ ହେଲେ କନ୍ତୁର ଚାନ୍ଦପୁର ଗାଁର ନରେଶ ଦେହୁରୀ। ଗୁରୁତର ହୋଇପଡ଼ିଥିବା ଅମ୍ରିତ ମହାପାତ୍ରଙ୍କ ଘର ଆମ୍ବପଳାସ ଗାଁରେ। ଦୁଇଜଣ ଯାକ ଗାଁ ନିକଟସ୍ଥ ପୋଖରିକୁ ଗାଧୋଇବାକୁ ଯାଇଥିବା ବେଳେ ବଜ୍ରାଘାତ ହୋଇଥିଲା। ଫଳରେ ସେମାନେ ଗୁରୁତର ହୋଇପଡ଼ିଥିଲେ। ସେମାନଙ୍କୁ ପ୍ରଥମେ ପରଜଙ୍ଗ ଓ ପରେ ତାଳଚେର ଡାକ୍ତରଖାନାକୁ ନିଆଯାଇଥିଲା।

ଆଜି ପୂର୍ବାହ୍ନରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ପ୍ରବଳ ବର୍ଷା ପବନ ହୋଇଥିଲା। ୧୧ଟା ବେଳକୁ ବର୍ଷା ପବନ ଆରମ୍ଭ ହୋଇଥିଲା। ବର୍ଷା ସାଙ୍ଗକୁ ପବନ ବହିଥିଲା ଓ ଘଡଘଡି ମଧ୍ୟ ମାରିଥିଲା। କିଛିଦିନର ଅସହ୍ୟ ଗୁଳୁଗୁଳିରୁ ଲୋକମାନେ ସାମାନ୍ୟ ନିସ୍ତାର ପାଇଥିଲେ ବି କେତେକ ସ୍ଥାନରେ ବଜ୍ରାଘାତ ଜନିତ ଅଘଟଣ ଖବର ଆସିଛି।

Advertisment
Dhenkanal Lightning
Advertisment
Advertisment