Advertisment

WhatsApp Policy Change: ମୋବାଇଲ୍‌ରେ ସିମ୍‌ ନଥିଲେ ଚାଲିବନି WhatsApp, ଜାଣି ନିଅନ୍ତୁ

ସରକାରଙ୍କ କଠୋର ନିୟମ । ମୋବାଇଲ୍‌ରେ ସିମ୍‌ ନଥିଲେ ଚାଲିବନି WhatsApp । ସିମ ଯାଞ୍ଚ କରିବାକୁ କମ୍ପାନୀଗୁଡିକୁ କଡା ନିର୍ଦ୍ଦେଶ । ନ ମାନିଲେ କଠୋର କାର୍ଯ୍ୟାନୁଷ୍ଠାନ ।

WhatsApp

WhatsApp Photograph: (OTV)

Advertisment

ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ, ଭାରତ ସରକାର ହ୍ୱାଟ୍ସଆପ୍, ଟେଲିଗ୍ରାମ, ସେୟାରଚାଟ୍, ଜିଓଚାଟ୍, Arattai ଭଳି ଲୋକପ୍ରିୟ ମେସେଜିଂ ଆପ୍ସକୁ ନିୟନ୍ତ୍ରଣ କରୁଥିବା ନିୟମଗୁଡ଼ିକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ଏହି ନିୟମଗୁଡ଼ିକ ସାରା ଭାରତରେ ଲାଗୁ ହେବ ଏବଂ ୟୁଜରମାନେ ଏହି ଆପ୍ ବ୍ୟବହାର କରିବାର ପଦ୍ଧତିକୁ ପରିବର୍ତ୍ତନ କରିବେ। ଏହି ନିୟମ ଅନୁସାରେ ଆପଣ ଯେଉଁ ନମ୍ବରରେ ଏହିସବୁ ମେସେଜିଂ ଆପ୍ ଚଳାଉଛନ୍ତି, ସେହି ସିମ୍ କାର୍ଡଟି ମୋବାଇଲ୍‌ରେ ଥିବା ବାଧ୍ୟତାମୂଳକ। 

Advertisment

QR କୋଡ୍ ସ୍କାନ୍‌ କରି ପୁଣି ଲଗଇନ୍

ସରକାରଙ୍କ କଡା ନିର୍ଦ୍ଦେଶ ରହିଛି ଯେ ୯୦ ଦିନ ମଧ୍ୟରେ ଏହି ଆପ୍‌ଗୁଡ଼ିକୁ ନିଶ୍ଚିତ କରିବାକୁ ପଡିବ ଯେ ୟୁଜରଙ୍କ ସିମ୍ ସବୁବେଳେ ସେମାନଙ୍କ ଆପ୍ ସହିତ ଲିଙ୍କ୍ ହୋଇଛି। ଅନ୍ୟପକ୍ଷରେ ଯେଉଁମାନେ ବ୍ରାଉଜର ମାଧ୍ୟମରେ ଲଗଇନ୍ କରୁଛନ୍ତି ସେମାନଙ୍କ ପାଇଁ ନିୟମ ଆହୁରି କଡା ହୋଇଛି। ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ୱେବ୍ ଆପ୍‌ରେ ପ୍ରତି ୬ ଘଣ୍ଟାରେ ୟୁଜରଙ୍କୁ ଅଟୋ-ଲଗ୍ ଆଉଟ୍ କରିବାକୁ ପଡିବ ଏବଂ ସେମାନଙ୍କୁ QR କୋଡ୍ ସ୍କାନ୍‌ କରି ପୁଣି ଥରେ ଲଗଇନ୍ କରିବାକୁ ହେବ। ଏଭଳି କଡା ନିୟମ ଆଣି ସରକାର ଦାବି କରିଛନ୍ତି ଯେ ଏହା ଦୂରରେ ଥାଇ ନକଲି ନମ୍ବର ଏବଂ ନିଷ୍କ୍ରିୟ ସିମ୍ ବ୍ୟବହାର କରି ଠକେଇ କରୁଥିବା ଅପରାଧୀଙ୍କୁ ରୋକିବାରେ ସଫଳ ହେବ।

ସରକାର କହିଛନ୍ତି ଯେ ବର୍ତ୍ତମାନର ସିଷ୍ଟମରେ ଏକ ବଡ଼ ତ୍ରୁଟି ଅଛି। ଅଧିକାଂଶ ମେସେଜିଂ ଆପ୍, ଗୋଟିଏ ନମ୍ବରକୁ ଥରେ ଯାଞ୍ଚ କରନ୍ତି। ପରେ ଏହି ସିମ୍ ଫୋନରେ ଥାଉ କି ନ ଥାଉ ତାହା ଲଗାତର ଚାଲିଥାଏ। ଏହା ଦ୍ୱାରା ସାଇବର ଅପରାଧୀଙ୍କୁ ଏକ ସୁଯୋଗ ମିଳୁଛି। କାରଣ ସେମାନେ ସିମ୍ ବଦଳ କିମ୍ବା ନିଷ୍କ୍ରିୟ କରିବା ପରେ ମଧ୍ୟ ଚୋରାରେ ଏହି ଆପ୍ ଚଲାଉଛନ୍ତି। 

Advertisment

ସରକାର କହିଛନ୍ତି ଯେ ଲଗାତର ସିମ୍-ବାଇଣ୍ଡିଂ ଦ୍ୱାରା ୟୁଜର, ନମ୍ବର ଏବଂ ଡିଭାଇସ୍ ମଧ୍ୟରେ ଟ୍ରେସିଂ ମଜବୁତ ହେବ ଏବଂ ମେସେଜିଂ ମାଧ୍ୟମରେ ହେଉଥିବା ସ୍ପାମ୍, ଠକେଇ ଏବଂ ଆର୍ଥିକ ଅପରାଧ ହ୍ରାସ ପାଇବ।  

WhatsApp New Rule
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ