Advertisment

New SIM Binding Rule for WhatsApp: ଫୋନରେ ସିମ୍ ନଥିଲେ ଚାଲିବନି ହ୍ବାଟ୍ସଆପ୍, ମାର୍ଚ୍ଚ ପହିଲାରୁ ଲାଗୁ

ଏଣିକି ଫୋନରେ ସିମ୍ ନଥିଲେ ଚାଲିବନି ହ୍ବାଟ୍ସଆପ୍। କମ୍ପ୍ୟୁଟରରେ ୬ ଘଣ୍ଟାରେ ଥରେ ହୋଇଯିବ ଲଗଆଉଟ୍। ଆସନ୍ତା ମାର୍ଚ୍ଚ ପହିଲାରୁ ଲାଗୁ ହେବ ନୂଆ ନିୟମ। ‘ସିମ୍ ବାଇଣ୍ଡିଂ’ ନିୟମ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି। ସିମ୍ କାର୍ଡ ନଥିଲେ ହ୍ୱାଟସଆପ୍, ଟେଲିଗ୍ରାମ୍ ଚାଲିବନି।

New SIM Binding Rule for WhatsApp

ଫୋନରେ ସିମ୍ ନଥିଲେ ଚାଲିବନି ହ୍ବାଟ୍ସଆପ୍ Photograph: (OTV)

Advertisment

ବିନା ସିମ୍ ରେ ଚାଲିବନି ହ୍ବାଟ୍ସଆପ୍। କମ୍ପ୍ୟୁଟରରେ ୬ ଘଣ୍ଟାରେ ଥରେ ହୋଇଯିବ ଲଗଆଉଟ୍ । ଆସନ୍ତା ମାର୍ଚ୍ଚ ପହିଲାରୁ ଲାଗୁ ହେବ ନୂଆ ନିୟମ । 
‘ସିମ୍ ବାଇଣ୍ଡିଂ’ ନିୟମ କାର୍ଯ୍ୟକାରୀ କରିବା ପାଇଁ କଡ଼ା ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ରହିଥିବା ମହଲତକୁ ଆଗକୁ ଆଉ ବଢ଼ାଯିବନାହିଁ। 

Advertisment

ନୂତନ ନିୟମ ଅନୁଯାୟୀ ମୋବାଇଲ୍ ଫୋନରେ ସିମ୍ କାର୍ଡ ନଥିଲେ ହ୍ୱାଟସଆପ୍, ଟେଲିଗ୍ରାମ୍ , ସିଗନାଲ୍ , ସ୍ନାପଚାଟ୍, ସେୟାରଚାଟ୍, ଜିଓଚାଟ୍, ଆରଟଇ ଓ ଜୋସ୍ ଭଳି ମେସେଜିଂ ଆପ୍ ଆଉ କାମ କରିବ ନାହିଁ। ଯେଉଁମାନେ କମ୍ପ୍ୟୁଟରରେ ହ୍ୱାଟସଆପ୍ ବ୍ୟବହାର କରୁଛନ୍ତି, ସେମାନଙ୍କ ଆକାଉଣ୍ଟ୍ ପ୍ରତି ଛଅ ଘଣ୍ଟାରେ ଥରେ ଲଗଆଉଟ୍ ହେବ। 

ସାଇବର୍ ଠକେଇର ମୁକାବିଲା ଲାଗି ସରକାର ଏହି କଠୋର ନିୟମ ଆଣିଛନ୍ତି। ବର୍ତ୍ତମାନ ଫୋନରୁ ସିମ୍ ବାହାର କରିଦେବା ପରେ ବି ହ୍ବାଟସଆପ୍ ଚାଲୁଛି। ଓଟିପି ଜରିଆରେ ହ୍ବାଟସ୍ ଆପରେ ଲଗ୍ ଇନ୍ ସମ୍ଭବ ହେଉଛି। ସିମ୍ ବାଇଣ୍ଡିଂ ନିୟମ ଲାଗୁ ହେବା ପରେ ସେହି ସୁବିଧା ଆଉ ମିଳିବନାହିଁ। ନୂଆ ନିୟମ ଅଧୀନରେ କମ୍ପାନିଗୁଡ଼ିକୁ ନିୟମ ପାଳନ ସମ୍ପର୍କରେ ୧୨୦ ଦିନରେ ରିପୋର୍ଟ ଦେବାକୁ ପଡ଼ିବ। ନିୟମ ଉଲ୍ଲଂଘନ କଲେ ଟେଲିଯୋଗାଯୋଗ ଆଇନ ୨୦୨୩, ଟେଲିକମ୍ ସାଇବର୍ ସୁରକ୍ଷା ନିୟମ ଓ ଅନ୍ୟାନ୍ୟ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। 

Advertisment

ଏହି ନୂଆ ନିୟମ ଦ୍ବାରା ହ୍ୟାକର୍ସ କିମ୍ବା ଠକମାନେ ଅନ୍ୟ ଡିଭାଇସରେ ଆପଣଙ୍କ ନମ୍ବର ବ୍ୟବହାର କରିପାରିବେ ନାହିଁ।

  • ଏଣିକି ଫୋନରେ ସିମ୍ ନଥିଲେ ଚାଲିବନି ହ୍ବାଟ୍ସଆପ୍
  • କମ୍ପ୍ୟୁଟରରେ ୬ ଘଣ୍ଟାରେ ଥରେ ହୋଇଯିବ ଲଗଆଉଟ୍
  • ଆସନ୍ତା ମାର୍ଚ୍ଚ ପହିଲାରୁ ଲାଗୁ ହେବ ନୂଆ ନିୟମ
  • ‘ସିମ୍ ବାଇଣ୍ଡିଂ’ ନିୟମ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି
  • ସିମ୍ କାର୍ଡ ନଥିଲେ ହ୍ୱାଟସଆପ୍, ଟେଲିଗ୍ରାମ୍ ଚାଲିବନି
  • ସିଗନାଲ୍ , ସ୍ନାପଚାଟ୍, ସେୟାରଚାଟ୍ ଭଳି ମେସେଜିଂ ଆପ୍ କାମ କରିବନି
  • ସାଇବର୍ ଠକେଇ ରୋକିବାକୁ ସରକାରଙ୍କ କଠୋର ନିୟମ
  • ହ୍ୟାକର୍ସ କିମ୍ବା ଠକମାନେ ଅନ୍ୟ ଡିଭାଇସରେ ନମ୍ବର ବ୍ୟବହାର କରିପାରିବେନି
Advertisment
SIM Card Racket Fake SIM Card WhatsApp
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ