ସୁପର-୮ ପର୍ଯ୍ୟାୟରେ ୨ଟି ଗ୍ରୁପରେ ୮ଟି ଦ Photograph: (OTV)
ଆଜିଠୁ ଟି-୨୦ ବିଶ୍ବକପ୍ ସୁପର-୮ ମୁକାବିଲା। ସୁପର-୮ ପର୍ଯ୍ୟାୟରେ ୨ଟି ଗ୍ରୁପରେ ୮ ଦଳ ରହିଛନ୍ତି। ଗ୍ରୁପ୍-ଏ’ ରେ ଭାରତ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍ ଓ ଜିମ୍ବାୱେ ରହିଥିବା ବେଳେ ଗ୍ରୁପ୍-ବି’ରେ ପାକିସ୍ତାନ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଓ ଶ୍ରୀଲଙ୍କା ରହିଛନ୍ତି। ୨୦ଟି ଦଳକୁ ନେଇ ଆୟୋଜିତ ଟି-୨୦ ବିଶ୍ବକପରୁ ୧୨ ଦଳ ବିଦାୟ ନେଇଛନ୍ତି।
ସୁପର-୮ ପର୍ଯ୍ୟାୟରେ ନିଜ ନିଜ ଗ୍ରୁପରେ ପ୍ରତିଦଳ ନିଜ ନିଜ ମଧ୍ୟରେ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବେ। ଗ୍ରୁପର ଶ୍ରେଷ୍ଠ ଦୁଇଟି ଦଳ ସେମିଫାଇନାଲରେ ପାଇଁ ଯୋଗ୍ୟତା ଅର୍ଜନ କରିବେ। ଲିଗ୍ ପର୍ଯ୍ୟାୟରେ ଗ୍ରୁପ୍ -ଏ’ରୁ ଭାରତ ଅପରାଜେୟ ଭାବେ ସୁପର-୮କୁ ଯାଇଥିଲା ବେଳେ ଏବେ ଟ୍ରଫି ଦାବିଦାରେ ପ୍ରଥମ ସ୍ଥାନରେ ରହିଛି।
ସେପଟେ ଜିମ୍ବାୱେ ଗ୍ରୁପ୍ ମ୍ୟାଚରେ ବିଶ୍ବର ଶ୍ରେଷ୍ଠ ଦଳ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କାକୁ ମାତ୍ ଦେଇ ଗ୍ରୁପ୍ ପର୍ଯ୍ୟାୟରେ ଅପରାଜେୟ ରହିଛି। ଆଜି ସୁପର-୮ ପର୍ଯ୍ୟାୟର ପ୍ରଥମ ମ୍ୟାଚରେ କଳମ୍ବୋରେ ପାକିସ୍ତାନକୁ ଭେଟିବ ନ୍ୟୁଜିଲାଣ୍ଡ। ଆସନ୍ତାକାଲି ଅହମଦାବାଦରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଆୟୋଜକ ଭାରତ।
- ଆଜିଠୁ T-20 ବିଶ୍ବକପ୍ ସୁପର-୮
- ସୁପର-୮ ପର୍ଯ୍ୟାୟରେ ୨ଟି ଗ୍ରୁପରେ ୮ଟି ଦଳ
- ଗ୍ରୁପ୍-ଏ’ରେ ଭାରତ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍ ଓ ଜିମ୍ବାୱେ
- ଗ୍ରୁପ୍-ବି’ରେ ପାକିସ୍ତାନ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା
- ପ୍ରତି ଗ୍ରୁପର ଶ୍ରେଷ୍ଠ ଦୁଇଟି ଦଳ ସେମିରେ ଖେଳିବେ
- ଆଜି କଳମ୍ବୋରେ ସୁପର-୮ ମ୍ୟାଚରେ ପାକିସ୍ତାନ-ନ୍ୟୁଜିଲାଣ୍ଡ ଟକ୍କର
- ରବିବାର ଅହମ୍ମଦାବାଦରେ ଦକ୍ଷିଣ ଆଫ୍ରିକା-ଭାରତ ମୁକାବିଲା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/21/t20-world-cup-super-8-2026-02-21-18-03-04.jpg)