Advertisment

AI Brings Joy: ୧୯ ବର୍ଷ ଧରି ହେଉନଥିଲେ ପିଲାଛୁଆ, ଏବେ ବାପା ହେବାର ଆଶା ଦେଲା ଏଆଇ

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏଆଇର ଜବରଦସ୍ତ ପ୍ରଭାବ। ସାରା ବିଶ୍ବକୁ ଚମକାଇଲା ଭଳି ଖବର। ବାପା ହେବା ପାଇଁ ୧୯ ବର୍ଷର ଆଶାକୁ ଶେଷରେ ପୂରଣ କରିବାକୁ ଯାଉଛି ଏଆଇ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଜରିଆରେ ଏଭଳି ଏକ ସଫଳତା ପାଇବାକୁ ଯାଉଛନ୍ତି ଆମେରିକାର ଜଣେ କପଲ

AI

AI Photograph: (OTV)

Advertisment

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏଆଇର ଜବରଦସ୍ତ ପ୍ରଭାବ। ସାରା ବିଶ୍ବକୁ ଚମକାଇଲା ଭଳି ଖବର। ବାପା ହେବା ପାଇଁ ୧୯ ବର୍ଷର ଆଶାକୁ ଶେଷରେ ପୂରଣ କରିବାକୁ ଯାଉଛି ଏଆଇ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଜରିଆରେ ଏଭଳି ଏକ ସଫଳତା ପାଇବାକୁ ଯାଉଛନ୍ତି ଆମେରିକାର ଜଣେ କପଲ ବିଶେଷ କରି ଯେଉଁ ପୁରୁଷଙ୍କ ପାଖରେ ପିଲା ଜନ୍ମ କରିବାର କ୍ଷମତା ନଥାଏ ଏହି ଏଆଇ ସିଷ୍ଟମ ତାକୁ ସମ୍ଭବ କରାଇ ଦେଖାଇଛି। ଶରୀରରେ ଥିବା ବିରଳ ଶୁକ୍ରାଣୁକୁ ଚିହ୍ନଟ କରିବା ସହିତ ତାକୁ ଗର୍ଭଧାରଣରେ ସହାୟତା କରିବା ପାଇଁ କାର୍ଯ୍ୟ କରିଥାଏ। କଲମ୍ବିଆ ବିଶ୍ବବିଦ୍ୟାଳୟ ଗବେଷକ ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସିଷ୍ଟମ ଡେଭଲପ କରି ସାରା ବିଶ୍ବକୁ ବଡ଼ ଅପଡେଟ ଦେଇଛନ୍ତି।

Advertisment

ଏଭଳି ଅସମ୍ଭବକୁ ସମ୍ଭବ କରାଇ ପାରୁଥିବା ଟେକ୍ନୋଲୋଜିର ନାଁ ହେଉଛି ସ୍ପର୍ମ ଟ୍ରାକିଙ୍ଗ ଆଣ୍ଡ ରିକଭରି ଟେକ୍ନୋଲୋଜି ବାଷ୍ଟାର। ପୁରୁଷ ବନ୍ଧ୍ୟାକରଣ ପାଇଁ ଏହି ଟେକ୍ନୋଲୋଜି ସିଷ୍ଟମ ଏକ ପ୍ରକାର ବରଦାନ ଭଳି ହୋଇଛି। ଆମେରିକାର ୩୭ ବର୍ଷିୟ ମହିଳା ଓ ୩୯ ବର୍ଷିୟ ଯୁବକ ଆଇଭିଏଫ ଜରିଆରେ ବାରମ୍ବାର ଗର୍ଭଧାରଣ କରିବାକୁ ଚେଷ୍ଟା କରିଥିଲେ। ହେଲେ ଏହା ସଫଳ ହେଉନଥିଲା। ଏଥିପାଇଁ ଦୁଇଥର ସର୍ଜରି ବି ହୋଇଛନ୍ତି ହେଲେ କିଛି କାମ ଦେଲା ନାହିଁ। ତେବେ ହଠାତ ଏଆଇ ଆଲଗୋରିଦିମ ଅସମ୍ଭବକୁ ସମ୍ଭବ କରାଇଲା। ଯୁବକଙ୍କ ଶରୀରରୁ ସ୍ପର୍ମ ଚିହ୍ନଟ କରିବାରେ ସକ୍ଷମହେଲା। ଏଥିପାଇଁ ଏଆଇକୁ ବି କମ କସରତ କରିବାକୁ ପଡିନାହିଁ। ଯୁବକଙ୍କ ସିମେନ୍ସ ସାମ୍ପଲର ପ୍ରାୟ ୨୫ ଲକ୍ଷ ଇମେଜକୁ ସ୍କାନ କରିଥିଲା ଷ୍ଟାର ଟେକ୍ନୋଲୋଜି। ପ୍ରାୟ ଦୁଇଘଣ୍ଟା ଧରି ଏହି ଏଭଳି ଉଦ୍ୟମ ଜାରି ରହିଥିଲା। ଶେଷରେ ଯୁବକଙ୍କ ଶରୀରରୁ ଦୁଇଟି ସକ୍ରିୟ ଶୁକ୍ରାଣୁ ଚିହ୍ନଟ ହୋଇଥିଲା।

ସିମେନ ସାମ୍ପୁଲଟି ଅତି ସ୍ବାଭାବିକ ଲାଗୁଥିଲେ ମଧ୍ୟ ମାଇକ୍ରୋସ୍କୋପରେ କିନ୍ତୁ ଆଦୌ ଦୃଶ୍ୟମାନ ହେଉନଥିଲା ବୋଲି କହିଛନ୍ତି କଲମ୍ବିଆ ବିଶ୍ବବିଦ୍ୟାଳୟ ଫର୍ଟିଲିଟିସେଣ୍ଟରର ନିର୍ଦ୍ଦେଶକ। ଯେଉଁଠି ମାଇକ୍ରେସ୍କୋପ କାମ କରୁନି ସେଠାରେ ଏଆଇ ବଡ ସଫଳତାର ସହ କାମ କରିଛି।

Advertisment

ଏମ୍ବ୍ରିଓଲୋଜିଷ୍ଟ କେବଳ ମାଇକ୍ରେସ୍କୋପ ଉପରେ ନିର୍ଭର କରୁଥିବା ବେଳେ ଅନେକ ସମୟରେ ପୁରୁଷଙ୍କୁ ନିରାଶ ହେବାକୁପଡିଥାଏ।ତେବେ ଏଭଳି କ୍ଷେତ୍ରରେ ଏଆଇ ସିଷ୍ଟମ କାମ କଲା କିପରି ? ଏଆଇ ଟେକ୍ନୋଲୋଜି ମାଧ୍ୟମରେ ଲକ୍ଷ ଲକ୍ଷ ମାଇକ୍ରୋସ୍କୋପିକ ଛବିକୁ ସ୍କାନ କରିଥାଏ। ଏଥିରେ ବ୍ୟବହୃତ ଚିପ ହିଁ ଶୁକ୍ରାଣୁକୁ ଚିହ୍ନଟ କରିବାରେ ସକ୍ଷମ ହୋଇଥାଏ। ଯେଉଁଠି ଗୋଟିଏ ଶୁକ୍ରାଣୁକୁ ଚିହ୍ନଟ କରିଥାଏ ତାକୁ ଅଲଗା କରିବା ସହିତ ଚିକିତ୍ସାରେ ସହାୟତା କରିଥାଏ। ଏହାପରେ ଇଣ୍ଟ୍ରାସାଇଟୋପ୍ଲାଜମିକ ସ୍ପର୍ମ ଇଞ୍ଜେକ୍ସନ ଜରିଆରେ ସିଙ୍ଗଲ ସ୍ପର୍ମକୁ ଏଗ ଭିତରକୁ ନେଇଥାଏ। ଏବେ ମହିଳା ଜଣଙ୍କ ପ୍ରେଗ୍ନାଣ୍ଟ ଥିବା ବେଳେ ଉଭୟ ଦମ୍ପତ୍ତି ବେଶ ଖୁସି ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ