ଦେଶର ସାର୍ବଭୌମକତା, ଏକତା ଓ ଅଖଣ୍ଡତାକୁ ହନନ କରୁଥିବା ଶକ୍ତିଙ୍କ ସକ୍ରିୟ ସହଯୋଗରେ ଦେଶରେ ବିଦ୍ରୋହ, ଉତ୍ତେଜନା, ବିବାଦ, ଆନ୍ଦୋଳନ, ହିଂସା ଆଦି ବଢିଚାଲିଛି। କେବେକେବେ ଜାତିର ଦ୍ୱାହି ଦେଇ ତ ବେଳେବେଳେ ଧର୍ମ, ପୁଣି କେତେବେଳେ ଭାଷା, ରାଜ୍ୟ କିମ୍ବା ବ୍ୟବସ୍ଥା ନେଇ ବିଛିନ୍ନତାବାଦ ଓ ସନ୍ତ୍ରାସବାଦ କାୟା ବିସ୍ତାର କରିଚାଲିଛି।