ପାଠ ପଢ଼ିବା ପାଇଁ ବିଦେଶରୁ ଆସିଥିବା ପିଲାଙ୍କୁ ଧମକଚମକ ଏବଂ ସିକ୍ୟୁରିଟି ଗାର୍ଡଙ୍କ ନିସ୍ତୁକ ମାଡ଼ର ଭିଡିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ନେପାଳ ପ୍ରଧାନମନ୍ତ୍ରୀଙ୍କ ଉଦ୍ବେଗ ପରେ ଛେପ ଢୋକିଛନ୍ତି କିଟ୍ କର୍ତ୍ତୃପକ୍ଷ । ପିଲାଙ୍କୁ ଜୋର୍ କରି ବିଦା କରିସାରିବା ପରେ ସେମାନଙ୍କୁ ଫେରିବାକୁ ଅପିଲ୍ କରିଛନ୍ତି ।