ସାଉଥ୍ ସୁପର୍ଷ୍ଟାର୍ କମଲ ହାସନଙ୍କ ଝିଅ ଶ୍ରୁତି ହାସନ ଆଜି ତାଙ୍କର ୩୯ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୨୮ ଜାନୁଆରୀ ୧୯୮୬ରେ ତାମିଲନାଡୁରେ ଜନ୍ମଗ୍ରହଣ କରିଥିଲେ। ଶ୍ରୁତି ତାଙ୍କ ଅଭିନୟ ଅପେକ୍ଷା ସୌନ୍ଦର୍ଯ୍ୟ ପାଇଁ ଅଧିକ ଖବରରେ ଥାଆନ୍ତି। ତାଙ୍କର ଫିଲ୍ମ କ୍ୟାରିୟର୍ରେ ସେ ବିଶେଷ କିଛି ହୋଇ ନାହାନ୍ତି।
ଗ୍ଲାମର ଦୁନିଆର ପ୍ରେମ ଖେଳ କିଛି ନୂଆ କଥା ନୁହେଁ। ସେ ନାୟକ ହୁଅନ୍ତୁ କି ନାୟିକା ପ୍ରେମିକ-ପ୍ରେମିକା ବଦଳାଇବା ଏକ ଟ୍ରେଣ୍ଡ୍ ହୋଇଯାଇଛି। ଏବେ ଏମିତି ଜଣେ ନାୟିକାଙ୍କ କଥା କହିବା ଯାହାଙ୍କ ପ୍ରେମିକ ତାଲିକାରେ ୬ ଜଣ ଲୋକ ଆସିଲେଣି।