ଅନ୍ଧ ବାପା-ମା’ଙ୍କୁ ଝୁଲାରେ ବୋହି ବାଟ ଚାଲୁଥିବା ଶ୍ରବଣକୁମାରର ସଂଘର୍ଷକୁ କେହି ହୁଏତ ଆଜି ପରୀ ରାଇଜର କାହାଣୀ ବୋଲି କହିପାରନ୍ତି। ହେଲେ ଆଜି ଆମେ ଆପଣଙ୍କୁ ସେଇ ଶ୍ରବଣକୁମାରଙ୍କ ସହ ଭେଟ କରାଇବୁ। ଏଇ ଶ୍ରବଣକୁମାର ବାପାମା’ଙ୍କୁ ଝୁଲାରେ ବୋହି ବାଟ ଚାଲୁନି କାନ୍ଧରେ ବସାଇ ପାହାଡ଼ ଚଢୁଛି ।
ସାଧାରଣ ମଣିଷ ଲୋଭ ମୋହ ମାୟା ଭିତରେ ଛନ୍ଦି ହୋଇଥାଏ। କିନ୍ତୁ ଆଜି ବି ଅନେକ ମଣିଷ ଏହି ପୃଥିବୀର ଅଛନ୍ତି ସେମାନେ ଲୋଭ ମୋହ ମାୟା ଠାରୁ ଉର୍ଦ୍ଧରେ । ସ୍ୱାଭିମାନ ଆଗରେ ସେମାନଙ୍କ ପାଇଁ ସୁନା ରୂପା ତୁଛ । ଏମିତି ଜଣେ ନିଆରା ମଣିଷ ହେଲେ ଅଟୋଚାଳକ ଶ୍ରବଣ କୁମାର ।