ନାରୀ ଆଜି ସଫଳତାର ଶୀର୍ଷରେ। ନିଜର ପରିଶ୍ରମ ଏବଂ ଉଦ୍ୟମ ବଳରେ ସେ ଆଜି ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିପାରିଛି। ଆମ ଭିତରେ ଏମିତି ଅନେକ ନାରୀ ଅଛନ୍ତି ଯେଉଁମାନେ ଓଡ଼ିଶାର କଳା, ସଂସ୍କୃତି ଓ ପରଂପରାକୁ ଆଗକୁ ନେବା ସହିତ ବିଶ୍ୱବନ୍ଦିତ ହୋଇପାରିଛନ୍ତି। ସେମିତି ଏକ ମହତ ଉଦ୍ଦେଶ୍ୟ ସହିତ ଆଗକୁ ବଢିଛନ୍ତି ରୂପଶ୍ରୀ ମହାପାତ୍ର।