ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ରଣପୁର ବିଧାୟିକା ସୁରମା ପାଢୀ। ଆଜି ସର୍ବସମ୍ମତି କ୍ରମେ ତାଙ୍କୁ ବାଚସ୍ପତି ଭାବେ ନିର୍ବାଚିତ କରାଯାଇଛି।
ସୁରମା ପାଢ଼ୀ ହେଲେ ବିଧାନସଭାର ନୂଆ ବାଚସ୍ପତି। ସବୁ ଦଳର ସମର୍ଥନରେ ବସିଲେ ବାଚସ୍ପତି ଆସନରେ। ବିରୋଧୀ ବିଜେଡି, କଂଗ୍ରେସ୍ ଓ ସିପିଏମ୍ ସୁରମାଙ୍କୁ ଶୁଭେଚ୍ଛା ଜଣାଇବା ସହ ବିନା ପାତରଅନ୍ତରରେ ସେ ଗୃହ କାର୍ଯ୍ୟ ପରିଚାଳନା କରିବେ ବୋଲି ଆଶା ରଖିଛନ୍ତି।
ସର୍ବସମ୍ମତି କ୍ରମେ ବାଚସ୍ପତି ଭାବେ ନିର୍ବାଚିତ ହେଲେ ସୁରମା ପାଢ଼ୀ । ଏକମାତ୍ର ପ୍ରାର୍ଥୀ ଥିବାରୁ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ବିଧାୟକମାନଙ୍କ ସହ ୱାନ ଟୁ ୱାନ୍ ଆଲୋଚନା କରି ଦିଲ୍ଲୀକୁ ରିପୋର୍ଟ ପଠାଇଛନ୍ତି ।
ସୁରମା ପାଢ଼ୀ ହେବେ ପରବର୍ତ୍ତୀ ବାଚସ୍ପତି। ଆଜି ବିଜେପି ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ହେବା ପରେ, ସୁରମା ବାଚସ୍ପତି ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ପ୍ରମିଳା ମଲ୍ଲିକଙ୍କ ପରେ ବିଧାନସଭା ପରିଚାଳନାର ମଙ୍ଗ ଧରିବେ ସୁରମା ପାଢୀ। ରଣପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ସୁରମା ଆଜି ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ, କ୍ୟାବିନେଟ ମନ୍ତ୍ରୀ ଓ ବିଧାୟକଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହେଲେ । ବିଜେଡି ବିଧାୟକ ଦଳ ବୈଠକରେ ନେତା ନିର୍ବାଚିତ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସୁରମା ପାଢ଼ୀ ବିଜେପିର ବାଚସ୍ପତି ପ୍ରାର୍ଥୀ । ସେ ବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବିଜେପି ବିଧାୟକ ଦଳ ବୈଠକରେ ବିଚାରବିମର୍ଶ ଚାଲିଛି । ବିଧାନସଭାର ୫୪ ନମ୍ୱର୍ ପ୍ରକୋଷ୍ଠରେ ଚାଲିଛି ବୈଠକ ।
ସେହିପରି ଉପନେତା ଦୌଡ଼ରେ ଆଗରେ ରହିଛି ବରିଷ୍ଠ ବିଧାୟକ ତଥା ଦଳର ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କ ନାଁ ।
ମୁଣ୍ଡିଆ ମାରିଲେ, ଗୃହ ପ୍ରବେଶ କଲେ, ଶପଥ ନେଲେ । ଆଜିଠୁ ଆରମ୍ଭ ହୋଇଥିବା ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ଶପଥ ପାଠ କରିଛନ୍ତି ନବ ନିର୍ବାଚିତ ବିଧାୟକ । ଏହି ଅବସରରେ ଆଜି ଗୃହରେ ଦେଖିବାକୁ ମିଳିଥିଲା ଅନେକ ରୋଚକ ଦୃଶ୍ୟ ।
ନୂଆ ବିଧାୟକ..ନୂଆ ଉତ୍ସାହ। ସପ୍ତଦଶ ବିଧାନସଭାରେ ଶପଥ ସମାରୋହରେ ଅନେକ ନୂଆ ଚେହେରା। ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି ବିଧାୟକ ଭାବେ। ବିଧାନସଭାରେ ହେଉଛି ଗୃହ ପ୍ରବେଶ।
ଶପଥ ନେଉଛନ୍ତି ରାଜ୍ୟର ନବନିର୍ବାଚିତ ବିଧାୟକ । ଶପଥ ପାଠ କରାଉଛନ୍ତି କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ । ପ୍ରଥମେ ବିଧାୟକ ଭାବେ ଶପଥ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ସାଇକେଲରେ ଆସିଲେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର । ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ସିଦ୍ଧାନ୍ତ ବିଧାନସଭାକୁ ସାଇକେଲ ଧରି ପହଁଚିଛନ୍ତି । ନିଜ ଚିରାଚରିତ ଢଙ୍ଗରେ ସାଇକେଲ ଚଲାଇ ବିଧାନସଭାକୁ ପହଞ୍ଚିଛନ୍ତି ।
ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ସିଦ୍ଧାନ୍ତ ବିଧାନସଭାକୁ ସାଇକେଲ ଧରି ପହଁଚିଛନ୍ତି। ନିଜ ଚିରାଚରିତ ଢଙ୍ଗରେ ସାଇକେଲ ଚଲାଇ ବିଧାନସଭାକୁ ପହଞ୍ଚିଛନ୍ତି।
ଆଜିଠୁ ବିଧାନସଭାର ୩ ଦିନିଆ ସ୍ବତନ୍ତ୍ର ଅଧିବେଶନ । ନବନିର୍ବାଚିତ ବିଧାୟକଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଟିତ ହେବ। ୨୦ରେ ନୂଆ ବାଚସ୍ପତି ନିର୍ବାଚିତ ହେବେ। ଏହି ଅଧିବେଶନ ପାଇଁ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ବିଧାୟକଙ୍କ ଶପଥ ଗ୍ରହଣ ଉତ୍ସବ ଲାଗି ବିଧାନସଭାରେ ତିନିଥାକିଆ ସୁରକ୍ଷା ବ୍ୟବସ୍ଥା ହୋଇଛି । ପୋଲିସ କମିଶନର ସୁରକ୍ଷା ଦାୟିତ୍ବରେ ଥିବାବେଳେ ୭୫ ପୋଲିସ ଅଧିକାରୀଙ୍କ ସହ ୮ ପ୍ଲାଟୁନ ପୋଲିସ୍ ନିୟୋଜିତ ହୋଇଛନ୍ତି ।
ପଟ୍ଟ ପରିବର୍ତ୍ତନ ପରେ ରାଜ୍ୟରେ ଏଥର ସଶକ୍ତ ବିରୋଧୀଙ୍କ ଅଭ୍ୟୁଦୟ ହୋଇପାରେ । ଯାହାକୁ ନେଇ ଆକଳନ କରୁଛନ୍ତି ରାଜନୈତିକ ସମୀକ୍ଷକମାନେ।
ସୁରମା ପାଢ଼ୀ ହେବେ ଓଡ଼ିଶା ବିଧାନସଭାର ବାଚସ୍ପତି । ରଣପୁର ବିଧାନସଭା ଆସନରୁ ହୋଇଛନ୍ତି ନିର୍ବାଚିତ । ମେଣ୍ଟ ସରକାରରେ ଥିଲେ ସମବାୟ ମନ୍ତ୍ରୀ ।
କିଏ ପ୍ରଥମଥର ନିର୍ବାଚିତ ହୋଇଛି ତ କାହାକୁ ବର୍ଷ ବର୍ଷର ସଂଘର୍ଷ ପରେ ମିଳିଛି ସଫଳତା । ବିଜେଡିର ହେଭିୱେଟ ନେତା, ମନ୍ତ୍ରୀ ଏବଂ ଟାଣୁଆ ସଂଗଠକଙ୍କୁ ଦେଇଛନ୍ତି ମାତ୍ ।
କିଏ ପ୍ରଥମଥର ନିର୍ବାଚିତ ହୋଇଛି ତ କାହାକୁ ବର୍ଷ ବର୍ଷର ସଂଘର୍ଷ ପରେ ମିଳିଛି ସଫଳତା।ବିଜେଡିର ହେଭିୱେଟ ନେତା, ମନ୍ତ୍ରୀ ଏବଂ ଟାଣୁଆ ସଂଗଠକଙ୍କୁ ଦେଇଛନ୍ତି ମାତ୍। ପୀଢି ପରେ ପୀଢି ପରିବାରବାଦ ରାଜନୀତିକୁ ଧରାଶାୟୀ କରି, ଗଡ ଭାଙ୍ଗିଦେଇଛନ୍ତି କିଛି ନବାଗତ।
ରାଜ୍ୟ ରାଜନୀତି ବେଶ୍ ସରଗରମ୍। ବିଜେପି ସରକାର ଗଠନ କରିବା ପରେ ପ୍ରମୁଖ ବିରୋଧୀ ଆସନରେ ବସିବାକୁ ଯାଉଛି ବିଜେଡି। ତେବେ ବିଜେଡି କାହାକୁ ବିରୋଧୀ ଦଳ ନେତା କରିବ ତାକୁ ନେଇ ଚର୍ଚ୍ଚା ବଢିଛି ।
ଓଡ଼ିଶା ବିଧାନସଭାର ମୋଟ୍ ୧୪୭ ଆସନରୁ ୮୨ ଜଣ ନୂଆ ବିଧାୟକଙ୍କ ପାଦ ପ୍ରଥମ ଥର ପାଇଁ ଗୃହରେ ପଡ଼ିବାକୁ ଯାଉଛି । ଓଡ଼ିଶାର ଏଭଳି ଜନମତ ସାରା ଦେଶକୁ ଚମକାଇ ଦେଇଛି ।
ଗଣତନ୍ତ୍ରହୀନ ବିଜୁ ଜନତା ଦଳରେ ନେତା ପଣପଣ, କିନ୍ତୁ କାହାର ପାୱାର ନାହିଁ। ଆଦର ନଥିବାରୁ ଦୂରେଇ ରହିଛନ୍ତି ବରିଷ୍ଠ, ଟହଲ ମାରୁଛନ୍ତି ଅଭିଜ୍ଞତାହୀନ ଯୁବପିଢ଼ି।
ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ପୁରୁଣା କ୍ୟାବିନେଟ ଭଙ୍ଗ ହୋଇଥାଏ। ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ନୂଆ ସରକାର ଗଢା ହେବା ପର୍ଯ୍ୟନ୍ତ କାମଚଳା ଦାୟିତ୍ୱରେ ରହିବା ପାଇଁ ପରାମର୍ଶ ଦେଇଥାନ୍ତି।