Advertisment

Odisha Assembly : ବିଧାନସଭାରେ ସାର ପାଇଁ ହଙ୍ଗାମା: ଆଲୋଚନା ପାଇଁ ରାଜିଥିଲେ ବାଚସ୍ପତି, ଷଣ୍ଢ ପୂରାଇଲା ବିଜେଡି

ହଙ୍ଗାମା ପାଇଁ ମାତ୍ର ୪ ମିନିଟ୍ ଚାଲିପାରିଲା ଗୃହ। ଅଧିବେଶନ ଆରମ୍ଭରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରଶ୍ନୋତ୍ତର ବେଳେ ହୋହଲ୍ଲା ହୋଇଥିଲା। ଏହି ସମୟରେ ସାର ଅଭାବ ପ୍ରସଙ୍ଗ ଉଠାଇ ନାରା ବାଜି କରିଥିଲା ବିଜେଡି । ବାଚସ୍ପତିଙ୍କ ପୋଡିୟମ ତଳକୁ ଆସି ବିଜେଡି ବିଧାୟକ ପ୍ରତିବାଦ କରିଥିଲେ। ଫଳରେ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି କରିଥିଲେ ବାଚସ୍ପତି ସୁରମା ପାଢୀ। କଂଗ୍ରେସର ମୁଲତବି ପ୍ରସ୍ତାବ ବାଚସ୍ପତି ଗ୍ରହଣ କରିଥିଲେ। ଏହା ସତ୍ତ୍ବେ ବିଜେଡି ନାରାବାଜି ଓ ହୋହଲ୍ଲା କରିଥିଲେ।

author-image
Jnanadarsi Sahoo
Opposition protests on the second day of the assembly session today.

Opposition protests on the second day of the assembly session today.

ଭୁବନେଶ୍ବର : ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନରେ ଆଜି ବିରୋଧୀଙ୍କ ହୋ ହଲ୍ଲା। ଚାଲିପାରିଲାନି ଗୃହ, ଅପରାହ୍ନ ୪ଟା ଯାଏଁ ମୁଲତବୀ କଲେ ବାଚସ୍ପତି। ହଙ୍ଗାମା ପାଇଁ ମାତ୍ର ୪ ମିନିଟ୍ ଚାଲିପାରିଲା ଗୃହ। ଅଧିବେଶନ ଆରମ୍ଭରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରଶ୍ନୋତ୍ତର ବେଳେ ହୋହଲ୍ଲା ହୋଇଥିଲା। ଏହି ସମୟରେ ସାର ଅଭାବ ପ୍ରସଙ୍ଗ ଉଠାଇ ନାରା ବାଜି କରିଥିଲା ବିଜେଡି । ବାଚସ୍ପତିଙ୍କ ପୋଡିୟମ ତଳକୁ ଆସି ବିଜେଡି ବିଧାୟକ ପ୍ରତିବାଦ କରିଥିଲେ। ଫଳରେ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି କରିଥିଲେ ବାଚସ୍ପତି ସୁରମା ପାଢୀ। କଂଗ୍ରେସର ମୁଲତବି ପ୍ରସ୍ତାବ ବାଚସ୍ପତି ଗ୍ରହଣ କରିଥିଲେ। ଏହା ସତ୍ତ୍ବେ ବିଜେଡି ନାରାବାଜି ଓ ହୋହଲ୍ଲା କରିଥିଲେ।

Advertisment

ସେପଟେ ମୁଲତବୀ ପ୍ରସ୍ତାବ ଗ୍ରହଣ କରାଯାଇଥିବା ବେଳେ ବିଜେଡି କିନ୍ତୁ ପ୍ରଶ୍ନକାଳ ବାତିଲ କରି ସାର ସମସ୍ୟା ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରିଥିଲା। ଆବଶ୍ୟକୀୟ ସାର ମିଳୁନଥିବାରୁ ଚାଷୀ ମାନେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରୁଛନ୍ତି । ରାଜ୍ୟରେ ଚାଷୀଙ୍କ ସଂଖ୍ୟା 60 ଭାଗ, ତେଣୁ ଚାଷୀଙ୍କ ସମସ୍ୟା ବାବଦରେ ଆଲୋଚନା ପାଇଁ ଆମେ ଦାବି କରିଥିଲୁ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। କିନ୍ତୁ ବାଚସ୍ପତି ଅନ୍ୟ କାର୍ଯ୍ୟକ୍ରମ ଆରମ୍ଭ କଲେ । କଂଗ୍ରେସ ସାର ପ୍ରସଙ୍ଗରେ ମୁଲତବି ପ୍ରସ୍ତାବ ଦେଇଥିଲା ଆଲୋଚନା ହୋଇପାରିଥାନ୍ତା, ପ୍ରଶ୍ନରେ ବିଜେଡ଼ି କହିଛି, ୧୫ ମିନିଟ କଣ ଆଲୋଚନା ହୋଇପାରିବ କି ? ତେଣୁ ଆସନ୍ତାକାଲି ଠାରୁ ଯଦି ପ୍ରଶ୍ନକାଳ ବାତିଲ କରି ଆଲୋଚନା କରାନଯାଏ ତାହେଲେ ଗୃହ ଚଳାଇ ଦେବନାହିଁ ବୋଲି ବିଜେଡ଼ି ଚେତାବନୀ ଦେଇଛି ।

ବିଜେଡିକୁ କଡ଼ା କାଉଣ୍ଟର କରି ବିଜେପି ବିଧାୟକ ଅଗସ୍କତି ବେହେରା କହିଛନ୍ତି, ବିଜେଡ଼ି କେବଳ ମାଇଲେଜ ଷ୍ଟଣ୍ଟ କରୁଛି । କଂଗ୍ରେସ ମୁଲତବି ପ୍ରସ୍ତାବ ଦେଇଥିଲା, ଆଲୋଚନା ହୋଇଥାନ୍ତା । ହେଲେ ବିଜେଡି ହଟ୍ଟଗୋଳ କରି ଆଲୋଚନା କରାଇ ଦେଲାନି । ସମବାୟ ସମିତି ଆଗରେ ଜାଲ ଚାଷୀଙ୍କୁ ବିରୋଧୀ ଠିଆ କରି ଆନ୍ଦୋଳନ କରୁଛନ୍ତି । ଅନ୍ୟପଟେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ରାଜ୍ୟରେ ଆଜି ପ୍ରମାଣିତ ହେଲା ବିଧାନସଭାରେ ବିଜେଡି ଓ ବିଜେପି ଗୋଟେ. ସାର ପାଇଁ କଂଗ୍ରେସ ମୂଲତବି ଆଲୋଚନା ଦେଇଥିଲା। ଏହା ଗ୍ରହଣ ହୋଇଥିଲା. ଦୁର୍ଭାଗ୍ୟ, ବିଜେଡି ସାର ପାଇଁ ପ୍ରଶ୍ନକାଳରେ ହୋହାଲ୍ଲା କଲା । ବାଚସ୍ପତି 4ଟା ଯାଏଁ ବିଧାନସଭା ବନ୍ଦ ରଖିଲେ। 

Advertisment

ଆଲୋଚନା ବନ୍ଦ କରିବା ଉଦ୍ଦେଶ୍ୟରେ ବିଜେପି ବିଜେଡି କଥା ହୋଇ ଗୃହ ବନ୍ଦ କଲେ । ଗରିବ ଲୋକଙ୍କ ଟିକସ ବିଧାନସଭା ଚାଲୁଛି । ଆଲୋଚନା ବଦଳରେ ବିଧାନସଭା ବନ୍ଦ କରିବା ନିନ୍ଦନୀୟ ବୋଲି କହିବା ସହ ଆଜି ହାହାକାର ସୃଷ୍ଟି ହୋଇଛି, ଚାଷୀ ସାର ପାଉନି। ସେମାନେ ହଇରାଣ ହେଉଛନ୍ତି, ବିଧାନସଭାରେ ଆଲୋଚନା ହୋଇଥିଲେ, ସାର ସଚେତନ ହୋଇଥାନ୍ତା ଓ ସାର ପାଇଥାନ୍ତେ ଚାଷୀ. ଆମେ ବି ନିଜ ଆସନରେ ଠିଆ ହୋଇ ଆଲୋଚନା ପାଇଁ ଦାବି କରୁଥିଲୁ ବୋଲି କହିଛନ୍ତି ତାରା।

Odisha News Odisha Odisha Assembly
Advertisment
Advertisment