ଦୁଷ୍କର୍ମର ମାମଲାରେ ମାତ୍ର ୨୭ ରୁ ୨୮ ପ୍ରତିଶତ ଅଭିଯୁକ୍ତ ଦଣ୍ଡ ପାଆନ୍ତି । ଅର୍ଥାତ ୧୦୦ରୁ ୨୭ ମାମଲାରେ ହିଁ ଦୋଷୀ ପ୍ରମାଣିତ ହୋଇପାରେ । ଆଉ ପ୍ରମାଣ ଅଭାବରେ ଅନ୍ୟ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଯାଆନ୍ତି । ରିପୋର୍ଟ ଅନୁସାରେ ୨୦୨୨ ଶେଷ ସୁଦ୍ଧା ଦେଶର ପ୍ରାୟ ଦୁଇ ଲକ୍ଷ ଦୁଷ୍କର୍ମ ମାମଲା ବିଚାରାଧୀନ ଥିଲା। ହେଲେ ଏଥିରୁ ମାତ୍ର ୧୮୦୦୦ ମାମଲାର ଟ୍ରାଏଲ ହୋଇ ପାରିଥିଲା ।