ଖରା ବର୍ଷାରେ ଖଟିଥିଲେ । କିଏ ବର୍ଷେ ତ ଆଉ କିଏ ୧୫ ମାସ... ପେଟ କାଟି ମଜୁରୀ କରିଥିଲେ । ହେଲେ ଦୁଇ ବର୍ଷ ହୋଇଗଲା ମିଳୁନି ପାରିଶ୍ରମିକ । ଏ ଅଫିସରୁ ସେ ଅଫିସ ଦୌଡି ଦୌଡି ନୟାନ୍ତ ହେଲେଣି । ରେଞ୍ଜରଙ୍କ ଠାରୁ ଆରମ୍ଭ କରି ଡିଏଫଓଙ୍କ ଯାଏଁ ସମସ୍ତଙ୍କୁ ଗୁହାରି କରି ନିରାଶ ହେଲେଣି । ଓଲଟା ପରିଶ୍ରମର ପାଉଣା ଟଙ୍କା ମାଗିବାରୁ ତାଙ୍କ ବଦଳରେ ଅନ୍ୟ ହିତାଧିକାରୀଙ୍କୁ ନିୟୋଜିତ କରାଯାଇଛି ।