• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Left Top

mmta
ପ.ବଙ୍ଗରେ ଆଗୁଆ ସରିଲା ପ୍ରଚାର, ବର୍ଷିଲେ ଦିଦି

ନୂଆଦିଲ୍ଲୀ: ବ୍ୟାପକ ହିଂସା ଯୋଗୁ ନିର୍ବାଚନ କମିଶନ ଧାର୍ଯ୍ୟ କରିଥିବା ସମୟ ଅନୁଯାୟୀ ଆଜି ରାତି ୧୦ଟାରେ ପଶ୍ଚିମବଙ୍ଗରେ ପ୍ରଚାର ଶେଷ ହୋଇଛି। ଶେଷ ପର୍ଯ୍ୟାୟ ପାଇଁ ଆସନ୍ତା ୧୯ ତାରିଖରେ ଭୋଟ୍‌ ହେବ। ଏହି ପର୍ଯ୍ୟାୟରେ ଦମ୍‌ଦମ୍‌, ବରାସତ୍‌, ବସିରହାଟ୍‌, ଜୟନଗର, ମଥୁରାପୁର, ଯାଦବପୁର, ଡାଇମଣ୍ଡ ହାର୍ବର, ଦକ୍ଷିଣ ଓ ଉତ୍ତର କୋଲକାତାରେ ନିର୍ବାଚନ ହେବ। ଏହସବୁ ସ୍ଥାନରେ ଆଜି ରାତି ୧୦ଟା ପରଠାରୁ ନିର୍ବାଚନ ସରିବାଯାଏ କୌଣସି ପ୍ରଚାର ହେବନାହିଁ। ପଶ୍ଚିମବଙ୍ଗରେ ଏବେ ସିଧାସଳଖ […]

chan
ରାଜ୍ୟ ସରକାରଙ୍କ ଦାବି ଅବାସ୍ତବ : ଗମାଙ୍ଗ

ଭୁବନେଶ୍ୱର: ଫୋନି ବାତ୍ୟା ବେଳେ ରାଜ୍ୟର ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଥିବା ନେଇ ରାଜ୍ୟ ସରକାରଙ୍କ ଦାବି ଅବାସ୍ତବ । ଏହା କହିଛନ୍ତି ୧୯୯୯ ମହାବାତ୍ୟା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବା ତଥା ବର୍ତ୍ତମାନର ବରିଷ୍ଠ ବିଜେପି ନେତା ଗିରିଧର ଗମାଙ୍ଗ । ଓଟିଭି ଖୋଲାକଥାକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଗମାଙ୍ଗ କହିଛନ୍ତି, ୯୯ ମହାବାତ୍ୟା ବେଳେ ସୂଚନା ପ୍ରଯୁକ୍ତି ଏତେ ଶକ୍ତିଶାଳୀ ନ ଥିଲା। ତେବେ ଏହାର ୨୦ ବର୍ଷ ପରେ ବି ବାତ୍ୟାକୁ […]

bima
ବାତ୍ୟା କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ଦିଆଯିବ ବୀମା ରାଶି

ଭୁବନେଶ୍ୱର: ବାତ୍ୟା କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ବୀମା ପ୍ରଦାନ ଉପରେ ଗୁରୁତ୍ୱ । ଅଯଥା ଡକୁମେମେଣ୍ଟ ନ ମାଗି ସରଳ ଉପାୟରେ ବୀମା ଟଙ୍କା ପ୍ରଦାନ କରିବାକୁ ସମସ୍ତ ବୀମା କଂପାନୀଙ୍କୁ କୁହାଯାଇଛି। କ୍ଷତିଗ୍ରସ୍ତ କ୍ଷୁଦ୍ର ବ୍ୟବସାୟୀ, ଚାଷୀ, କ୍ଷୁଦ୍ରଶିଳ୍ପ, ହୋଟେଲ ମାଲିକ  ପ୍ରାଥମିକ ଡକ୍ୟୁମେଣ୍ଟ ଦେଇ ବୀମା ଟଙ୍କା ପାଇପାରିବେ । ମୁଦ୍ରା ଯୋଜନାରେ ହୋଟେଲ ବ୍ୟବସାୟୀଙ୍କୁ ଋଣ ପ୍ରଦାନ କରାଯିବ । ଛୋଟ ଛୋଟ ବ୍ୟବସାୟୀଙ୍କୁ ଋଣର ରିଷ୍ଟ୍ରକଚର କରି ସରଳ ଉପାୟରେ ଋଣ ଦିଆଯିବ […]

gop
ଫୋନି ଉଜାଡ଼ି ଦେଇଛି ଉତ୍କଳମଣୀଙ୍କ ଅନ୍ତୁଡିଶାଳ

ଭୁବନେଶ୍ୱର: ବାତ୍ୟା ‘ଫୋନି’ର ଛଅ ଘଣ୍ଟାର ପ୍ରଳୟ ପୋଛି ଦେଇଛି ପୂରା ଗାଁକୁ। ଉଡ଼ାଇନେଇଛି ମୁଣ୍ଡ ଉପରୁ ଛାତ। ଆଉ ଉଜାଡ଼ି ଦେଇ ଯାଇଛି ଲୋକଙ୍କ ଜୀବନ ଜୀବିକା। ଏପରି ଚିତ୍ର ଦେଖିବାକୁ ମିଳିଛି, ବିପର୍ଯ୍ୟୟ ବେଳେ ଦୀନ ଦୁଃଖୀଙ୍କ ପାଖରେ ସବୁବେଳେ ଠିଆ ହୋଇଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମମାଟି ‘ସୁଆଣ୍ଡୋ’ରେ। ଉଜୁଡ଼ି ଯାଇଛି ତାଙ୍କ ଅନ୍ତୁଡ଼ିଶାଳ। ଉଡି ଯାଇଛି ମୁଣ୍ଡ ଉପରୁ ଛାତ। ପଲିଥିନ ତଳେ ଷଠିଘରେ ସେମତି ନିଶ୍ଚଳ ହୋଇ ବସିଛନ୍ତି ଉତ୍କଳମଣି […]

diu
ଫୋନି ପରେ ଦାଉ ସାଧୁଛି ଝାଡ଼ାବାନ୍ତି

ପୁରୀ: ପ୍ରକୃତିର ତାଣ୍ଡବ ପରେ ଦୁର୍ଦ୍ଦଶା ଆସିବା ନିଶ୍ଚିତ। ତେବେ କେଉଁଠି କେଉଁ ରୂପରେ ଆସିବ ତାହା କହିବା ମୁସ୍କିଲ । ପୁରୀ ଜିଲ୍ଲାରେ ଫୋନିର କ୍ରୁର ଆକ୍ରମଣ ପରେ ଦାଉ ସାଧୁଛି ଝାଡ଼ାବାନ୍ତି । ଦୂଷିତ ପାଣି ବ୍ୟବହାର କରି ଶତାଧିକ ଲୋକ ଡାଇରିଆରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଜଳଉତ୍ସ ସବୁ ପ୍ରଦୂଷିତ ହୋଇଥିବା କଥା ବି ଖୋଦ୍ ରାଜ୍ୟ ସରକାର ଶକ୍ତି ଓ ଶ୍ରମମନ୍ତ୍ରୀ ଗତକାଲି ସ୍ୱୀକାର କରିଛନ୍ତି। ପ୍ରତିକାର ପାଇଁ […]

nu
କେନ୍ଦ୍ରାପଡ଼ାରେ ହେବ ଆଉ ୩୦ଟି ବାତ୍ୟା ଆଶ୍ରୟସ୍ଥଳୀ

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ନିର୍ମାଣ ହେବ ଆଉ ୩୦ଟି ବାତ୍ୟା ଆଶ୍ରୟସ୍ଥଳୀ। ଆଜି କେନ୍ଦ୍ରାପଡ଼ା ଗସ୍ତରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା ପରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରତି ବାତ୍ୟା ଆଶ୍ରୟସ୍ଥଳରେ ୨ କୋଟି ଟଙ୍କା ଲେଖାଏଁ ଖର୍ଚ୍ଚ ହେବ। ସେହିଭଳି ଫୋନି ଦ୍ୱାରା କ୍ଷତିଗ୍ରସ୍ତ ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର ମରାମତି ପାଇଁ ୨ ଲକ୍ଷ ମିଳିବ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଚାଷୀ, […]

t6
ଭୁବନେଶ୍ୱର ଡକାୟତି ଘଟଣାରେ ବାଂଲାଦେଶୀ ଲିଙ୍କ

ଭୁବନେଶ୍ୱର: ଦିଲ୍ଲୀ ସ୍ପେଶାଲ ସ୍କ୍ୱାଡ୍‌ ହାତରେ ଧରାପଡିଥିବା ବାଂଲାଦେଶୀ ଡକାୟତଙ୍କ ଲିଙ୍କ୍‌ ଭୁବନେଶ୍ୱରରେ ରହିଛି। ଏକଥା ଜଣାପଡ଼ିବା ପରେ ସେମାନଙ୍କୁ ରିମାଣ୍ଡରେ ଆଣିବା ପାଇଁ କମିଶନରେଟ ପୁଲିସର ଏକ ଟିମ୍ ଦିଲ୍ଲୀ ଗସ୍ତ କରିଛି। ସେମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚୁରା କଲେ ଲୁଟ୍‌ର ବହୁ ତଥ୍ୟ ପଦାକୁ ଆସିବ ବୋଲି ପୁଲିସ ଆଶା କରିଛି। ଅନ୍ୟପକ୍ଷରେ ଦିଲ୍ଲୀ ସ୍ପେଶାଲ ସ୍କ୍ୱାଡ୍‌ ହାତରେ ଧରାପଡ଼ିଥିବା ଦୁଇ ବାଂଲାଦେଶୀ ଡକାୟତ କେବଳ ଭୁବନେଶ୍ୱର ନୁହେଁ ଦିଲ୍ଲୀ, ବେଙ୍ଗାଲୁରୁ ଓ ଗୋଆରେ […]

paik
ଆବାସ ଯୋଜନାକୁ ଉପହାସ: ପାଇଖାନା ଘରେ ଦିନ କାଟୁଛନ୍ତି ୨ ପରିବାର

ରାୟଗଡ଼ା: ବାସହୀନଙ୍କୁ ଘର ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ରହିଛି ଅନେକ ଯୋଜନା । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ କି ବିଜୁପକ୍କା ଘର ଯୋଜନା, ସବୁଥିରେ ଗୃହହୀନଙ୍କୁ ଘର ପ୍ରଦାନ କରାଯାଉଛି । ମାତ୍ର ଏସବୁ ଯୋଜନା ଗରିବଙ୍କ ନିକଟରେ କେତେ ଦୂର ପହଞ୍ଚୁଛି, ତାର ଏକ ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି  ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକର ସାନଗୁତିଗୁଡ଼ା ଗାଁରେ। ଘର ପାଇଁ ବହୁବାର ଗୁହାରୀ କରି ନିରାଶ […]

ab
ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଉଦ୍ଦେଶ୍ୟରେ ନୂଆ ବ୍ୟାଜ୍ ପ୍ରଚଳନ

ନୂଆଦିଲ୍ଲୀ: ଯବାନଙ୍କୁ ଉତ୍ସାହିତ ଓ ସେମାନଙ୍କ ବୀରତ୍ୱକୁ ପ୍ରୋତ୍ସାହନ ଦେବାକୁ ବାୟୁସେନା ନେଇଛି ପଦକ୍ଷେପ। ଫେବ୍ରୁଆରୀ ୨୭ରେ ପାକିସ୍ତାନର ଲଢୁଆ ବିମାନ F-16କୁ ଖସାଇବାରେ ସଫଳ ହୋଇଥିବା ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ଉଦ୍ଦେଶ୍ୟରେ ନୂଆ ବ୍ୟାଜ୍ ପ୍ରଚଳନ କରାଯାଇଛି। ଅଭିନନ୍ଦନଙ୍କ ୫୧ ନମ୍ବର ମିଗ୍-୨୧ ବାଇସନ ସ୍କ୍ୱାର୍ଡନ୍‌ର ଯବାନଙ୍କ ପୋଷାକରେ ଏହି ବ୍ୟାଜ ଲାଗିବ। ଯବାନଙ୍କ ପାଇଁ ପ୍ରସ୍ତୁତ ହେଉଥିବା ଆମ୍ରାନ ଡଜର ଏବଂ ଫାଲକନ୍ ସ୍ଲେୟର୍ସ ଚିତ୍ର ଥିବା ବ୍ୟାଜ୍ ୟୁନିଫର୍ମର ଛାତି ଏବଂ […]

black
ହରିଣଙ୍କ ପାଇଁ ବନ ବିଭାଗର ସ୍ୱତନ୍ତ୍ର ବ୍ୟବସ୍ଥା, ଡ୍ରୋନ ଅପରେସନ ଆରମ୍ଭ

ପୁରୀ: ହରିଣଙ୍କ ପାଇଁ ବନବିଭାଗର ଚିନ୍ତା ବଢିଯାଇଛି। ବାଲୁଖଣ୍ଡ ଏବଂ ଆସ୍କା ହରିଣଙ୍କ ପାଇଁ ବନ ବିଭାଗ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ପଦକ୍ଷେପ ନେଇଛି। ବିଧ୍ୱସ୍ତ ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣଙ୍କ ପାଇଁ ଛାମୁଡିଆ ହେବ। ବର୍ଷା ଦିନ ପର୍ଯ୍ୟନ୍ତ ଟ୍ୟାଙ୍କର ଯୋଗେ ଜଙ୍ଗଲ ଜଳାଶୟ ପୂରଣ । କରାଯିବ ହରିଣଙ୍କ ସ୍ଥିତି ଅନୁଧ୍ୟାନ ପାଇଁ ବାଲୁଖଣ୍ଡରେ ଡ୍ରୋନ ଅପରେସନ ଆରମ୍ଭ କରାଯିବ। ଆସ୍କା କୃଷ୍ଣସାର ମୃଗଙ୍କ ପାଇଁ ୫୦ ଏକର ଜାଗା କିଣିବ ବନ ବିଭାଗ । ୫୦ […]

djo
ଧୋନି ଆଇପିଏଲ୍‌ର ସଫଳ ୱିକେଟ୍‌କିପର୍

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗସ୍ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆଇପିଏଲରେ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଧୋନି ଆଇପିଏଲ୍ ଇତିହାସର ସବୁଠାରୁ ସଫଳ ୱିକେଟକିପର ଭାବେ କୋଲାକାତା ନାଇଟ୍ ରାଇଡର୍ସ (କେକେଆର୍) ଦିନେଶ କାର୍ତ୍ତିକଙ୍କୁ ପଛରେ ପକାଇଛନ୍ତି। ରବିବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଫାଇନାଲରେ ଧୋନି କ୍ୱିଣ୍ଟନ୍ ଡି’କକ୍ ଓ ରୋହିତ୍ ଶର୍ମାଙ୍କ କ୍ୟାଚ୍ ନେଇ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ୱିକେଟକିପର ଭାବେ ଧୋନି ଆଇପିଏଲରେ ୧୯୦ ମ୍ୟାଚ୍ ଖେଳି ୧୩୨ (୯୪ […]

no
ରାଜ୍ୟ ସରକାର ବାତ୍ୟା ପରବର୍ତ୍ତୀ ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳ: ନରସିଂହ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଫୋନି ବାତ୍ୟା ପରବର୍ତ୍ତୀ ରିଲିଫ, ଥଇଥାନ ଓ ପୁଃନରୁଦ୍ଧାର କାମରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ରାଜ୍ୟ ସରକାର। ଆଜି ଏଭଳି ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର। ନରସିଂହ କହିଛନ୍ତି ଫୋନିରେ ବାସ୍ତବ କ୍ଷୟକ୍ଷତି ଆକଳନ ହେଉଥିବା ପରିମାଣଠୁ ଯଥେଷ୍ଟ ଅଧିକ। ତେଣୁ କେନ୍ଦ୍ର ସରକାର ଏହାକୁ ଜାତୀୟ ବିପତ୍ତି ଘୋଷଣା କରନ୍ତୁ। ଅନ୍ୟପଟେ ରାଜ୍ୟ ସରକାର ଏ ନେଇ କେନ୍ଦ୍ର ନିକଟରେ ଦାବି କରିବା ସହ ଚିଠି ଲେଖିବା ଦରକାର ବୋଲି […]

ko
ଫନି ବୁଡାଇଲ କୂଳ ବେଉସା, କାଳିଆ ପାଇଁ କୁଡୁଆ ଚିନ୍ତା

ପୁରୀ: ବାତ୍ୟା ଫୋନି ଉଜାଡି ଦେଇଛି ବହୁ ଲୋକଙ୍କ କୂଳ ବେଉସା । କ୍ଷତିଗ୍ରସ୍ତ କୌଳିକ ବୃତ୍ତି ମଧ୍ୟରୁ ଗୋଟିଏ ହେଉଛି କୁମ୍ଭାରଙ୍କ କୁମ୍ଭକାର ସେବା । ପୁରୀ ଶ୍ରୀମନ୍ଦିର ଓ ଜଗନ୍ନାଥଙ୍କ ସେବା ପୂଜା ସହ ସହ ପ୍ରତ୍ୟକ୍ଷ ଜଡିତ ଥିବା ପୁରୀ କୁମ୍ଭାରପଡ଼ାର ମାଟି କୁଡ଼ୁଆ କାରିଗରଙ୍କ କୁମ୍ଭାର ଶାଳକୁ ନିଶ୍ଚିହ୍ନ କରିଛି ବାତ୍ୟା ଫୋନି  । ଫଳରେ ଆଗକୁ ସେମାନେ କେମିତି କୁଡୁଆ ତିଆରି କରିବେ ଏବେ ସେ ଚିନ୍ତା ଖାଲି କୁମ୍ଭକାରଙ୍କୁ […]

u
ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ଫୋନି

ଭୁବନେଶ୍ୱର: ପ୍ରଳୟଙ୍କରୀ ବାତ୍ୟା ଫୋନି ଯିବାରେ ୧୦ ଦିନ ବିତିଗଲାଣି। ହେଲେ ଚାଷୀ କ୍ଷେତରୁ ଏଯାଏଁ କ୍ଷତ ଲିଭିନି। ପାନ, ନଡ଼ିଆ, କଦଳୀ ଭଳି ଅର୍ଥକରୀ ଫସଲ ହେଉ କି ଡ଼ାଳୁଅ ଧାନ, ଏସବୁକୁ ଯେମିତି ସମୂଳେ ଧ୍ୱଂସ କରିଦେଇଛି ବାତ୍ୟା ଫୋନି। କ୍ଷତିଗ୍ରସ୍ତ ଉପକୂଳ ଓଡ଼ିଶାରେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଥିଲେ ବି ଭୀଷଣ କ୍ଷତିର ସମ୍ମୁଖୀନ ହୋଇଥିବା ଚାଷୀ ତା’ର ଅଣ୍ଟା କେବେ ସଳଖିବ, ତାହା ଏବେ ପ୍ରଶ୍ନ ଘେରରେ। କେଉଁଠି ପୋଟଳ […]

nb
ଫୋନି ବାତ୍ୟାରେ ଗୃହଶୂନ୍ୟଙ୍କୁ ମିଳିବ ପକ୍କା ଘର

ଭୁବନେଶ୍ୱର: ଫୋନି ବାତ୍ୟାରେ ଗୃହଶୂନ୍ୟଙ୍କୁ ମିଳିବ ପକ୍କା ଘର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି । ଯେଉଁମାନଙ୍କ ଘର ଧ୍ୱଂସ ପାଇଥିବ ବା ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିବା ସେମାନେ ଏହି ସୁବିଧା ପାଇବେ । ଏଥିପାଇଁ ଆସନ୍ତା ୧୫ ତାରିଖରୁ କ୍ଷୟକ୍ଷତି ଆକଳନ ପ୍ରକ୍ରିୟା ଆରମ୍ଭ ହେବ। ସେହିପରି ଜୁନ ଏକ ତାରିଖରୁ ଘର ବଣ୍ଟନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅତି କ୍ଷତିଗ୍ରସ୍ତ ବ୍ଲକରେ ଉଚ୍ଚପଦସ୍ଥ […]

1
ମିଛ କହୁଛନ୍ତି ସରକାର, ବିଜୁଳି ଯୋଗାଣ ପାଇଁ ଏ ଯାଏଁ ସମ୍ପୁର୍ଣ୍ଣ ହୋଇନି ଭିତ୍ତିଭୂମି

ଭୁବନେଶ୍ୱର: ବିଦ୍ୟୁତ୍‌ ପୁନଃସଂଯୋଗ ନେଇ ସରକାରଙ୍କ କଥା ଓ କାମର ଗୁମର ଖୋଲିଲେ ଖୋଦ୍ ବିଭାଗୀୟ କର୍ମଚାରୀ। ରାଜଧାନୀର ଯେଉଁ ଗୁରୁତ୍ୱପୂର୍ଣ ସ୍ଥାନଗୁ଼ଡିକୁ ବିଜୁଳି ଦେଇଥିବାର ଦାବି କରାଯାଉଥିଲା ସେଇ ସ୍ଥାନରେ ହିଁ କାମ ସରି ନ ଥିବା ଚିତ୍ର ସାମନାକୁ ଆସିଛି।  ଏହାପରେ ଆଜି ସୁଦ୍ଧା ଭୁବନେଶ୍ୱରରେ ସବୁ ଉପଭୋକ୍ତାଙ୍କ ଘରେ ବିଜୁଳି ଦେବାର ଘୋଷଣାର ବାସ୍ତବତାକୁ ନେଇ ଉଠିଛି ପ୍ରଶ୍ନ । ବିଜୁଳି ଦେବାର ପ୍ରତଶ୍ରୁତି ନ ରଖିବାରୁ  ବିଭିନ୍ନ ସ୍ଥାନରେ ଲୋକେ ରାସ୍ତାକୁ […]

yu
କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସରିଲା ୬ଷ୍ଠ ପର୍ଯ୍ୟାୟ ମତଦାନ, ସନ୍ଧ୍ୟା ୪ଟା ସୁଦ୍ଧା ୫୦.୭୭ ପ୍ରତିଶତ ମତଦାନ

ନୂଆଦିଲ୍ଲୀ: ୬ଷ୍ଠ ପର୍ଯ୍ୟାୟରେ ଆଜି ୭ଟି ରାଜ୍ୟର ୫୯ଟି ଲୋକସଭା ନିର୍ବାଚନମଣ୍ଡଳୀରେ ମତଦାନ ହୋଇଛି। ମୋଟ୍ ୯୭୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍ ହୋଇଛି । ଦିଲ୍ଲୀର ସମସ୍ତ ୭ଟି ଆସନ, ଉତ୍ତରପ୍ରଦେଶର ୧୪, ହରିଆଣାର ୧୦, ବିହାର, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗର ୮ଟି ଲେଖାଏଁ ଆସନ ଏବଂ ଝାଡ଼ଖଣ୍ଡର ୪ଟି ଆସନରେ ଭୋଟ୍ ନିଆଯାଇଛି । ଦିଲ୍ଲୀର ସମସ୍ତ ଆସନରେ ହାଇପ୍ରୋଫାଇଲ ଲଢ଼େଇ ହୋଇଛି । ବହୁ ଭିଭିଆଇପିଙ୍କୁ ଭୋଟ୍ ଦେବାର ଦେଖିବାକୁ ମିଳିଥିଲା। […]

maa
ନିଜ କଷ୍ଟ ଭୁଲି ପରିଣତ ବୟସରେ ପୁଅ ସେବାରେ ଲାଗିଛନ୍ତି ସୋମବାରୀ

ବାରିପଦା: ମା’ ସ୍ୱର୍ଗଠାରୁ ବଡ଼, ଈଶ୍ୱରଙ୍କଠାରୁ ମହାନ । ତାର ମମତା ଅମୂଲ, ତାର ଭଲ ପାଇବା ସୀମାହୀନ ସାଗର। ନିଜର ଦୁଃଖକଷ୍ଟ ଭୁଲି ସନ୍ତାନ ପାଇଁ ସେ ବାର ମାସରେ ତେର ବ୍ରତ କରେ । ପିଲାଙ୍କ ମଙ୍ଗଳ ପାଇଁ ସବୁ ଝଡ଼ଝଞ୍ଜାକୁ  ହସିହସି ସହିଯାଏ। ଏମିତି ଜଣେ ମାଆ ହେଉଛନ୍ତି ସୋମବାରୀ। ଯିଏ ପରିଣତ ବୟସରେ ରୋଗାକ୍ରାନ୍ତ ପୁଅର ଦେଖାଶୁଣା କରୁଛନ୍ତି । ସୋମବାରୀଙ୍କ ଘର ମୟୂରଭଞ୍ଜ ଜିଲାର ଉଦଳା। ଘର ବିଛଣାରେ ଭେଣ୍ଡିଆ […]

77
ବିଦ୍ୟୁତ୍‌ ଖୁଣ୍ଟ ପଡ଼ି ନାବାଳକ ମୃତ

କଟକ: ମରଣ କେମିତି ଆସେ କହିବା ମୁସ୍‌କିଲ୍‌। ଠିକ୍‌ ଆଜି ଯେମିତି ମୃତ୍ୟୁବରଣ କରିଛି ଛୋଟ ପିଲାଟିଏ। ବିଦ୍ୟୁତ୍‌ ଖୁଣ୍ଟ ପଡ଼ିଯିବାରୁ ନାବାଳକ ମୃତ୍ୟୁ ହୋଇଛି। ଏଭଳି ଦୁଃଖଦ ଘଟଣା ଘଟିଛି, କଟକ ସଦର ଥାନା ନୂଆଗଡ଼ ଗାଁରେ । ଗ୍ରାମବାସୀଙ୍କ ଉଦ୍ୟମରେ ବିଦ୍ୟୁତ୍‌  ଖୁଣ୍ଟ ପୋତା ଯାଉଥିବା ବେଳେ ଖୁଣ୍ଟ ପଡ଼ି ନାବାଳକ ଗୁରୁତର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। […]

bb
ଘର ପୋଡ଼ିଲା, ଜଳିଗଲେ ନବବଧୂ

ଭଦ୍ରକ: ୮ ବଖରା ଘର ଜଳିଗଲା। ଅଗ୍ନିକାଣ୍ଡରେ ଜଳିଗଲେ ନବବଧୂ । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଓଗାଳପୁର ଗ୍ରାମର ଦୁର୍ଗା ଚରଣ ଟୁଡୁଙ୍କ ଘରେ ଆଜି ମଧ୍ୟାହ୍ନରେ ହଠାତ୍ ନିଆଁ ଲାଗିଯିବା ଫଳରେ ଘର ଭିତରେ ଥିବା ନବବିବାହିତ ଦୁର୍ଗାଙ୍କ ପତ୍ନୀ ପଙ୍କଜିନି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏହାପରେ ନିଆଁ ଆଖପାଖ ଘରକୁ ମଧ୍ୟ ବ୍ୟାପି ଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ଭଦ୍ରକ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ତିନୋଟି […]

y7
ଶିକାର କରିବାକୁ ଯାଇ ନିଜ ଗୁଳିରେ ନିଜେ ହେଲେ ଶିକାର

ସମ୍ବଲପୁର: ଶିକାର କରିବାକୁ ଯାଇ ଶିକାର ହୋଇଗଲା ଶିକାରୀ । ନିଜ ଗୁଳିର ଶିକାର ସେ ନିଜେ ହେଲେ। ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଗଂଜାବାହାଲ ଗାଁରେ।  ମୃତକ ହେଲେ ବାହାଦୁର ସିଂ।  ଗତ ଶୁକ୍ରବାର ସେ ନିଜର ୩ ସହଯୋଗୀଙ୍କ ସହିତ ଜଙ୍ଗଲକୁ ଶିକାର କରିବାକୁ ଯାଇଥିଲେ । ଏକ ମୟୂରକୁ ନିଜ ଦେଶୀ ବନ୍ଧୁକରେ ପିଟିବାକୁ ଚେଷ୍ଟା କରିବା ବେଳେ ମୟୂର ବସିଥିବା ପଥରରେ ପିଟି ହୋଇଥିଲା ବନ୍ଧୁକରେ।  ଏହା ଦ୍ୱାରା […]

6y
ବିଦେଶରେ ପୁଣି ଚମକିଲେ ମାନସ

ଭୁବନେଶ୍ୱର: ପୁଣି ଥରେ ବିଦେଶରେ ଚମକିଲେ ଓଡିଆ ବାଲୁକା ଶିଳ୍ପୀ ମାନସ କୁମାର ସାହୁ। କତାରର ଦୋହାରେ ଏକ ସାଣ୍ଡ ଆନିମେଶନ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମାନସି । ୩୦ ମିନିଟ୍‌ର ଏହି କାର୍ଯ୍ୟକ୍ରମରେ ମାନସଙ୍କ ଆନିମେଶନ୍ ବେଶ ଚିତ୍ତାକର୍ଷକ ହୋଇଥିଲା। ଭାରତ ଓ କତାରର କଳା, ସଂସ୍କୃତି ଏବଂ ଐତିହ୍ୟକୁ ଏହି ଅବସରରେ ଦର୍ଶାଇଥିଲେ ମାନସ। ବହୁ ସଂଖ୍ୟାରେ ବିଦେଶୀ ଅତିଥି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

2j
ଓଡ଼ିଶାରେ ବିଜେପି ହାରିନି ବରଂ ବଢୁଛି, କହିଲେ ବୈଜୟନ୍ତ

ଭୁବନେଶ୍ୱର: ସବୁ ବିରୋଧି ଦଳଙ୍କର ନିର୍ବାଚନୀ ନାରା ଥିଲା ‘ମୋଦି ହଟାଅ’। ଦେଶର ସମସ୍ୟା, ସମାଧାନ, ଉନ୍ନତି ଏହାକୁ ସେମାନେ ପ୍ରସଙ୍ଗ କରି ନ ଥିଲେ। ଭୋଟର ଏକଥା ମଧ୍ୟ ବୁଝି ପାରିଥିଲେ ଯେ, ବିରୋଧୀଙ୍କ ପାଖେ ଆଉ କିଛି ଇସ୍ୟୁ ନାହିଁ। ତେଣୁ ଭୋଟର ଏଥର ନିର୍ବାଚନରେ ବିରୋଧୀଙ୍କୁ ପ୍ରତ୍ୟାଖ୍ୟାନ କଲେ ଏବଂ ବିଜେପିକୁ ପୂର୍ଣ୍ଣ ବହୁମତ ଦେଲେ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବେଜୟନ୍ତ ପଣ୍ଡା। ନିର୍ବାଚନ ଫଳାଫଳ ଚିତ୍ର ସ୍ପଷ୍ଟ ହେବା […]

67
ବୀମା ଟଙ୍କା ନ ମିଳିବାରୁ ରାଜରାସ୍ତାରେ ଚାଷୀ

ଭବାନୀପାଟଣା: ବୀମା ଟଙ୍କା ନ ମିଳିବାରୁ ରାଜରାସ୍ତାରେ ବସିଛନ୍ତି ଚାଷୀ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ମୁଖ୍ୟ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ସମସ୍ତ ଚାଷୀ। ରାସ୍ତାରୋକ ଯୋଗୁଁ ଧର୍ମଗଡ଼-ଖରିଆର ମଧ୍ୟରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି ।…