ତାଙ୍କ କହିବାର ଭଙ୍ଗି ଯେତିକି ନିଆରା, ସମାଲୋଚନାର ଶୈଳୀ ଥିଲା ତାଠୁ ଅଧିକ ଶକ୍ତିଶାଳୀ । ସେଥିପାଇଁ ବୈଦ୍ୟୁତିକ ଗଣମାଧ୍ୟମରେ ସବୁବେଳେ ଖୋଜାପଡ଼ନ୍ତି ବିଷ୍ଣୁ । ପ୍ରସଙ୍ଗ ଯାହା ହେଉ କିମ୍ବା ଯେତେ ଗୁରୁତ୍ୱ ଥାଉ, ବିଷ୍ଣୁ ପାଟି ଖୋଲିବା ମାତ୍ରେ ତାହା ଭିନ୍ନ ରୂପ ନେଉଥିଲା ।
ଓଡ଼ିଶା ରାଜନୀତି ମୈଦାନରେ ଲମ୍ବା ଇନିଂସ ଖେଳିନଥିଲେ ବି ଖୁବ୍ କମ୍ ଦିନରେ ସେ ପାଲଟି ଯାଇଥିଲେ ଜଣେ ଚର୍ଚ୍ଚିତ ନେତା । କାରଣ ଖାଲି ରାଜନୀତି ପାଠ ଛଡ଼ା ସାହିତ୍ୟ ଓ ଶବ୍ଦ ଉପରେ ତାଙ୍କର ଥିଲା ଅସମ୍ଭବ ଦକ୍ଷତା ।
ଆଉ ନାହାନ୍ତି ବିରୋଧୀଦଳ ନେତା ବିଷ୍ଣୁ ସେଠୀ । ସକାଳ ୮ଟା ବେଳକୁ ଏ ଖବର ଯେମିତି ବିଜୁଳି ବେଗରେ ଖେଳି ଯାଇଥିଲା । ରାଜନେତା, ସାହିତ୍ୟିକ, ବିଜେପି କର୍ମୀ ଓ ଶୁଭେଚ୍ଛୁ ସମସ୍ତେ ହତବାକ୍ ହୋଇ ଯାଇଥିଲେ ଏବଂ ଶେଷ ଦର୍ଶନ ପାଇଁ ଏମସ୍ ମୁହାଁ ହୋଇଥିଲେ ।