କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର SBIରୁ ସୁନା ଚୋରି ମାମଲା ପଛର କାହାଣୀ ଏବେ ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଛି। ବ୍ୟାଙ୍କ୍ ଚୋରି ତ ନୁହେଁ ପୁରା ଫିଲ୍ମ। ଚୋରି କରିବାକୁ ଗୋଟିଏ ଦିନ ବ୍ୟାଙ୍କ୍ରେ ରହିଲା ଲୁଟାରା। ଲୁଚିଲେ ଆଉ ଲୁଟିଲେ। ଚୋରି ପଛର ମାଷ୍ଟରମାଇଣ୍ଡ ହେଉଛନ୍ତି ପୂର୍ବତନ ବ୍ୟାଙ୍କ କର୍ମଚାରୀ ଶେଖର କୁଲଦିପିଆ।
ପ୍ରେମିକା ଆସିଥିଲେ ପ୍ରେମିକଙ୍କୁ ଭେଟି। ଜଙ୍ଗଲ ଭିତରେ ବାରା ଶିକାର ପାଇଁ ଶିକାରୀ ବିଛାଇଥିଲେ ବିଦ୍ୟୁତ୍ ତାର। ହେଲେ ଦୁର୍ଭାଗ୍ୟ ପ୍ରେମିକାର ଚାଲିଗଲା ଜୀବନ
ବିପଜ୍ଜନକ ଯାତ୍ରାରୁ ଲୋକଙ୍କୁ ମୁକ୍ତି ଦେବାକୁ ସାତ ବର୍ଷ ତଳେ ଅର୍ଥାତ୍ ୨୦୧୪ରେ ରାଜ୍ୟ ସରକାର ବିଜୁ ଗାଁ ଗାଡ଼ି ଯୋଜନା ଆରମ୍ଭ କରିଥିଲେ।
ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କୋରାପୁଟ। ଶୀତ ଆସିଲେ କୋରାପୁଟ୍ ଆଉ ଟିକେ ସୁନ୍ଦର ଦିଶେ। ଆଉ ଏହି ସୁନ୍ଦରତାକୁ ଦେଖିବା ପାଇଁ ଦେଶ ତଥା ଦେଶ ବାହାରୁ ବି ଆସନ୍ତି ପର୍ଯ୍ୟଟକ। ଆଉ ଏ ବର୍ଷ କୋରାପୁଟରେ ଆପଣଙ୍କୁ ସ୍ୱାଗତ କରିବ ପାଇନ୍ ରିସର୍ଟ... ଜାଣିଛନ୍ତି କି ଏ ରିସର୍ଟରେ ରହିବା ପାଇଁ ଆପଣଙ୍କୁ ଦେବାକୁ ପଡ଼ବି କେତେ?
କୋରାପୁଟରେ ପ୍ରବଳ ହେଉଛି କନ୍ଦମୂଳ ଚାଷ । ଚଳିତବର୍ଷ ଭଲ ଅମଳ ସତ୍ୱେ ବଜାର ଅଭାବ ଓ କନ୍ଦମୂଳର ପ୍ରକ୍ରିୟାକରଣ ୟୁନିଟ ନଥିବାରୁ ବାଧ୍ୟ ହୋଇ ଦଲାଲଙ୍କୁ ଶାଗମାଛ ଦରରେ କନ୍ଦମୂଳ ବିକ୍ରି କରୁଛନ୍ତି ଚାଷୀ । କନ୍ଦମୂଳଚାଷୀଙ୍କ ମୁହଁରୁ ଶୁଣନ୍ତୁ ସେମାନଙ୍କର ଦୁଃଖ ।
ଦୁର୍ଘଟଣା ଯୋଗୁଁ କୋରାପୁଟ୍ ଜିଲ୍ଲା ସୁଙ୍କି ଘାଟିରେ ରାସ୍ତା ଜାମ୍.. ଦୁର୍ଘଟଣାସ୍ଥଳର ଉଭୟ ପାର୍ଶ୍ୱରେ ବହୁ ଦୂର ଯାଏ ଶହ ଶହ ଗାଡ଼ି ଅଟକି ରହିଛନ୍ତି..
ବିକ୍ରି ପାଇଁ ଉଦ୍ଦିଷ୍ଟ ନଥିବା କ୍ଷୀର ପ୍ୟାକେଟ ଉପରେ ସ୍ପଷ୍ଟ ଭାବେ ଲେଖା ଥିବା ସତ୍ତ୍ବେ ଏହାକୁ ବିକ୍ରି କରି ଲାଭବାନ ହେଉଛନ୍ତି କଳାବେପାରୀ।
ଓଡ଼ିଶାରେ ବିକ୍ରି ହେଉଛି ଆନ୍ଧ୍ରର ସରକାରୀ କ୍ଷୀର । ଅଙ୍ଗନବାଡ଼ି କେନ୍ଦ୍ରକୁ ଯୋଗାଯାଉଥିବା ମାଗଣା କ୍ଷୀରକୁ କୋରାପୁଟ ପଟାଙ୍ଗୀରେ ବିକ୍ରି କରୁଛନ୍ତି ଅସାଧୁ ବ୍ୟବସାୟୀ। ନଜର ପକାନ୍ତୁ ପୁରା ଘଟଣା ଉପରେ ।
କୋରାପୁଟ ଲାଗୁଛି ଦେରାଦୁନ୍ ପରି। ସହରକୁ ଫେରିଲା ଶୀତ ସହ କୁହୁଡ଼ି I ପାହାଡରେ କୁହୁଡିର ଚାଦର ବଢାଉଛି ସୌନ୍ଦର୍ଯ୍ୟ
କାହାର ଗୋଡ-ହାତ ଅକାମୀ ତ ଆଉ କିଏ ଜନ୍ମରୁ ଅକ୍ଷମ । ଦୃଢ ଇଛାଶକ୍ତି ଓ ସଂଘର୍ଷ ବଳରେ ଆଜି ସେମାନେ ସକ୍ଷମ । ଦିବ୍ୟାଙ୍ଗ ହୋଇ ବି ସକ୍ଷମ । ଅନ୍ୟଙ୍କ ପାଇଁ ଉଦାହରଣ ଦିବ୍ୟାଙ୍ଗ ଜୟନ୍ତ ଓ ଦିଲ୍ଲୀପ ।
ବ୍ରାଣ୍ଡ ଅଫ୍ କୋରାପୁଟ, ପ୍ରାଇଡ୍ ଅଫ୍ ଓଡ଼ିଶା। ସାରା ବିଶ୍ୱକୁ ମହକିଛି ଆଦିବାସୀ ଅଧ୍ୟୁଷିତ କୋରାପୁଟ ମାଟିର ଉତ୍କର୍ଷ କଫି। ଗଲା ପ୍ରାୟ ଦୁଇ ଦଶନ୍ଧି ତଳୁ ଏଠାରେ ଆରମ୍ଭ ହୋଇଥିବା କଫି ଚାଷ ପରିକଳ୍ପନା ଏବେ ଖାଲି ବାସ୍ତବତା ନୁହେଂ, ତାଠୁ ଆହୁରି ଆଗରେ।
ଆପଣ ସବୁଜ କଲରା ଖାଇଛନ୍ତି। ଟୁପୁସି କଲରା ଖାଇଛନ୍ତି। ହେଲେ କେବେ ଦେଖିଛନ୍ତି କି ଧଳା କଲରା ? କେମିତି ଚାଷ ହେଉଛି ଏ ଧଳା କଲରା ? ଏ କଲରାରର ଦାମ୍ କେତେ? ଚାଲନ୍ତୁ ଦେଖିବା କୋରାପୁଟରୁ ଏହି ସ୍ୱତନ୍ତ୍ର ରିପୋର୍ଟ
ନାହିଁ ନାହିଁରେ ଚାଲିଛି କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ! ବିଭିନ୍ନ ସମସ୍ୟା କାରଣରୁ ଏଠାରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ
ନାହିଁ ନାହିଁରେ ଚାଲିଛି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ । ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ଶିକ୍ଷାର ବିକାଶ ପାଇଁ ସୁନାବେଡାରେ ପ୍ରତିଷ୍ଠା ହୋଇଛି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ । ହେଲେ ଅନେକ ସମସ୍ୟା କାରଣରୁ ଏଠାରୁ ଛାତ୍ରଛାତ୍ରୀମାନେ ମୁହଁ ଫେରାଉଛନ୍ତି ।
ଆକାଶ ମେଘମୁକ୍ତ ହେବା ପରେ ଆରମ୍ଭ ହୋଇଯାଇଛି ଶୀତ । କନ୍ଧମାଳରେ ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ଏଥିସହ ଓଡିଶାର କାଶ୍ମୀର ଦାରିଙ୍ଗବାଡ଼ିକୁ ଛୁଟୁଛି ପର୍ଯ୍ୟଟକଙ୍କ ଭିଡ । ସେପଟେ ଜଙ୍ଗଲ ପାହାଡ଼ ଘେରା ବଣାଇରେ ବି ବଢିଲାଣି ଶୀତ । ଦେଖନ୍ତୁ ଏହି ରିପୋର୍ଟ ।
ଲକ୍ଷ୍ୟ ଥିଲା କୋରାପୁଟ ଜିଲ୍ଲାର ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା । ଏଥିପାଇଁ ପ୍ରତିଷ୍ଠା ମଧ୍ୟ ହୋଇଥିଲା କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଏବଂ ହସ୍ପିଟାଲ। ହେଲେ ମେଡିକାଲର ଦୁରାବସ୍ଥା ଦେଖି ଲୋକଙ୍କ ଆସ୍ଥା ହରାଇବାକୁ ବସିଛି। କୋରାପୁଟରୁ ଦେଖନ୍ତୁ ଏ ରିପୋର୍ଟ। ...
ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ମୁଖ୍ୟାଳୟର ବ୍ରାହ୍ମଣିପୁଟ ଗାଁର ଲୋକେ । ଗାଁରେ ଜଳ ଯୋଗାଣ ପାଇଁ ନିର୍ମାଣ ହୋଇଛି ବିଭିନ୍ନ ପ୍ରକଳ୍ପ ।
ଗାଁରେ ଜଳ ଯୋଗାଣ ପାଇଁ ପ୍ରକଳ୍ପ ନିର୍ମାଣ ହୋଇଛି । ଘରେ ଘରେ ପିଇବା ପାଣି ପାଇଁ ସଂଯୋଗ ହୋଇଛି ପାଇପ । ସକାଳ ହେଲେ ଗାଁ ଲୋକଙ୍କୁ ଘାରୁଛି ପିଇବା ପାଣି ଚିନ୍ତା।
ଜଣେ ଦିବ୍ୟାଙ୍ଗ ଓ ଆଉ ଜଣେ ମାନସିକ ଭାରସାମ୍ୟ ହରାଇ ଅସହାୟ। ସମାଜରେ ମଣିଷ ପରି ଜିଇଁବା ପାଇଁ ଚାହୁଁଛନ୍ତି। ହେଲେ ମିଳୁନି ସରକାରୀ ସହୟତା କି ସହଯୋଗ। ଫଳରେ ଭାଗ୍ୟକୁ ଆଦରି ଭଙ୍ଗା କୁଡିଆରେ କାଟୁଛନ୍ତି ଦିନରାତି।
କେବେ ଦୂର ହେବ ବିଛିନ୍ନାଞ୍ଚଳବାସୀଙ୍କ ଦୁଃଖ? କେବେ ହଟିବ ଗମନାଗମନ ସମସ୍ୟା? ସବୁ ବେଳେ କ’ଣ ଏମିତି ବିପଦ ସଂକୁଳ ଭାବେ ଡଙ୍ଗାରେ ପାର ହେବାକୁ ପଡିବ? ଦୀର୍ଘ ୪ ଦଶନ୍ଧି ପ୍ରତିକ୍ଷାର ଅନ୍ତ କେବେ ହେବ? ଏମିତି ଅନେକ ପ୍ରଶ୍ନ ଭିତରେ ଦିନ କାଟୁଛନ୍ତି କୋରାପୁଟ ଜିଲ୍ଲା ଦଶମନ୍ତପୁର ଦୁଆରଶୁଣୀ ପଂଚାୟତର ଲୋକେ ।
କେବେ ଦୂର ହେବ ବିଛିନ୍ନାଞ୍ଚଳବାସୀଙ୍କ ଦୁଃଖ? କେବେ ହଟିବ ଗମନାଗମନ ସମସ୍ୟା? ସବୁ ବେଳେ କ’ଣ ଏମିତି ବିପଦ ସଂକୁଳ ଭାବେ ଡଙ୍ଗାରେ ପାର ହେବାକୁ ପଡିବ?
କୋରାପୁଟର ଅଧିଷ୍ଠାତ୍ରୀ ଦେବୀ ମାଆ ମୁତ୍ୟାଲୁମା..ମମତାମୟୀ ମାଆର ଦର୍ଶନ ପାଇଁ ପଡ଼ୋଶୀ ଆନ୍ଧ୍ର, ଛତିଶଗଡ଼ରୁ ବି ଭକ୍ତ ଛୁଟି ଆସନ୍ତି..
ଲମତାପୁଟରେ ବର୍ଷର ପ୍ରଥମ ଘନ କୁହୁଡି ଦେଖିବାକୁ ମିଳୁଛି l ଦୁଇ ଦିନ ହେବ କୁହୁଡି ଦେଖାଯାଉଥିଲେ ମଧ୍ୟ ଥଣ୍ଡା ଅନୁଭବ ହେଉନାହିଁ l ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ବେଶ ଉତ୍ସାହିତ..
ସିନେମାର ନାଁ ପ୍ରଶ୍ନ। ହ୍ୱାଟସଆପ୍ ଚାର୍ଟିଂରୁ ସିନେମା ଆରମ୍ଭ ହୋଇ ଚାର୍ଟିଂରେ ହିଁ ସରିଯାଉଛି। ସମ୍ପୂର୍ଣ୍ଣ ସିନେମାରେ ନାୟକ ଜଣକ ପଦିଏ କଥା କହି ନାହାନ୍ତି।
କୋରାପୁଟ ଜିଲ୍ଲା କୋଟିଆରେ ବାତ୍ୟା ଗୁଲାବରେ ଉଜୁଡିଗଲା ଚାଷବାଷ । ମୁଷଳ ଧାରାରେ ବର୍ଷା ସାଙ୍ଗକୁ ଭୂସ୍ଖଳନ ଯୋଗୁ ହୋଇଥିବା କ୍ଷୟକ୍ଷତିର ଏଯାଏଁ ସମ୍ପୂର୍ଣ୍ଣ ଭରଣା ହୋଇନି। ହେଲେ କିଛି କିଛି ସ୍ଥାନରେ ହୋଇଥିବା ରାସ୍ତା ଅବରୋଧ ହଟିଛି। ଏଭଳି ପରିସ୍ଥିତିରେ ଜିଲ୍ଲାପାଳ କୋଟିଆ ଗସ୍ତ କରିଛନ୍ତି । କୋଟିଆ ପଞ୍ଚାୟତର ବିଭିନ୍ନ ଗାଁର ଲୋକଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ।