ମେ’୭...ବିଶ୍ୱ ହସ ଦିବସ । ସେଇଥି ଲାଗି ତ ପାର୍କରେ ସବୁ ପ୍ରସ୍ତୁତି ହୋଇଛି । ଏକାଠି ହୋଇଛନ୍ତି ସ୍ଥାନୀୟ ଅଂଚଳର କିଛି ଲୋକେ । ବ୍ୟାୟାମ୍ କରିବା ସହିତ ସାଙ୍ଗ ହୋଇ ସମସ୍ତେ ହସିଥିଲେ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ୍ ସହର ଚନ୍ଦନ ପୋଖରୀ ଅଂଚଳରେ ।
ମୌଳିକ ସୁବିଧାରୁ ବଞ୍ଚିତ କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଳକର ୫ଟି ପଞ୍ଚାୟତର ଲୋକେ...ଗାଁକୁ ରାସ୍ତା ନାହିଁ କି ପିଇବା ପାଣିର ସୁବିଧା ନାହିଁ । ଦୂଷିତ ଝରଣା ଜଳ ପିଇ ବଞ୍ଚୁଛନ୍ତି ଲୋକେ । ଶୀଘ୍ର ସମାଧାନ ନହେଲେ ଆଗାମୀ ନିର୍ବାଚନରେ ଲୋକଙ୍କ ଭୋଟ୍ ବର୍ଜନ ଚେତାବନୀ
୬ ଟଙ୍କାର ଘୋଡ଼ାକୁ ୯ ଟଙ୍କାର ଦାନା, ଏହାର ପ୍ରମାଣ ଆଜି ପୁଣି ଥରେ ଦେଖିବାକୁ ମିଳିଛି । ୭ ଶହ ଟଙ୍କାର ଭତ୍ତା ପାଇଁ ଜଣେ ମାଉସୀ ୨ ଶହ ଟଙ୍କା ଖର୍ଚ୍ଚ କରୁଛନ୍ତି...
ରାସ୍ତାକଡ଼ରେ ବାସିଖାଦ୍ୟର ପସରା ଧରିବାକୁ କେହିନାହିଁ..ଜିଲ୍ଲାରେ ନାହାନ୍ତି ଖାଦ୍ୟ ନିରାପତ୍ତା ଅଧିକାରୀ ।
ହୋମିଓ ପାଥିର ଆବଶ୍ୟକତା ଏବେବି ରହିଛି । ଅନେକ ଜଣ ତା ଉପରେ ଭରଷା ମଧ୍ୟ କରୁଛନ୍ତି । ହେଲେ କୋରାପୁଟରେ ଅନ୍ଧାର ଭିତରେକୁ ଠେଲି ହୋଇଯାଇଛି ହୋମିଓପାଥିର ଭବିଷ୍ୟତ
ପାଗଳ କରିଛି ଫୁଲ । ମୋଟା ଦରମା ପାଉଥିଲେ ବି ଛାଡ଼ି ଦେଲେ ଚାକିରି । ଏବେ ଘରେ ରହି ଗଛର ନେଉଛନ୍ତି ଯତ୍ନ । ପୂରା ଏରିଆରେ ରଶ୍ମିତାଙ୍କୁ ନେଇ ବଢିଲା ଚର୍ଚ୍ଚା
କୋରାପୁଟର ସ୍ୱାଦିଷ୍ଟ ପଣସକୁ ମିଳୁନି ବଜାର । ଓଡିଶାରେ ହତାଦର ପଡିଶାରେ ଆଦର । ଜଙ୍ଗଲୀ ପଣସ କିଣିବା ପାଇଁ ଦଲାଲ ସକ୍ରିୟ । ପ୍ରଚୁର ଉତ୍ପାଦନ ସତ୍ୱେ ମିଳୁନି ଉପଯୁକ୍ତ ମୂଲ୍ୟ…
ଅଷ୍ଟମ ପର୍ଯ୍ୟନ୍ତ ପଢ଼ିଥିଲେ ବି ଆୟୁର୍ବେଦିକ ଚିକିତ୍ସା ଉପରେ ୪୩ ବର୍ଷୀୟ ହରିଙ୍କର ରହିଛି ଗଭୀର ଜ୍ଞାନ । ଜଙ୍ଗଲରୁ ଜଡ଼ିବୁଟି ସଂଗ୍ରହ କରି ଏଯାବତ ସେ ପ୍ରାୟ ୪୫୦ ପ୍ରକାରର ଚେରିମୂଳି ଔଷଧ ତିଆରି କରିଛନ୍ତି । ଏହି ଔଷଧ ଦ୍ଵାରା ହାର୍ଟ ଆଟାକ୍, ବ୍ଲଡ଼ ପ୍ରେସର୍, ସିକଲସେଲ୍ ସ୍ନାୟୁ ରୋଗ, ଋତୁସ୍ରାବ ସମସ୍ୟା, ଥାଇରଡ, କିଡନୀ ସମସ୍ୟା ଭଳି ୧୦୫ଟି ରୋଗ ଠିକ୍ ହେଉଥିବା ସେ କହିଛନ୍ତି । କେବଳ ସେତିକି ନୁହେଁ ଚେରମୂଳି ଔଷଧ ଏବଂ ପାରମ୍ପରିକ ବିଜ୍ଞାନ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରି ସେ ଗବେଷଣା କରୁଛନ୍ତି। ।
ବୋରିଗୁମ୍ମାରେ ଶିଶୁ ମଡକ। ୧୫ ଦିନରେ ଗଲାଣି ୮ ନବଜାତଙ୍କ ଜୀବନ
ଗାଁଗହଳିର ଲୋକଙ୍କୁ ଭଲ ରାସ୍ତା ଖଣ୍ଡେ ଯୋଗାଇବାକୁ ସରକାରଙ୍କ ସୂଦୁରପ୍ରସାରୀ ଲକ୍ଷ୍ୟ-ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା । ହେଲେ କେମିତି ଏ ଯୋଜନାରେ ଚାଲିଛି ହରିଲୁଟ୍, ଯାହାର ଚାକ୍ଷୁସ ପ୍ରମାଣ ଧରାପଡ଼ିଛି କୋରାପୁଟ ଜିଲ୍ଲା ଜୟପୁରରେ ।
ବାଃ ବାଃରେ ସରକାର। ପୋଲ ଖଣ୍ଡିଏ ତିଆରି କରିପାରିଲାନି। ଉପାୟ ନପାଇ ହଣ୍ଡାରେ ପାର ହେଉଛନ୍ତି ଲୋକ। ଆଉ ହଣ୍ଡାରେ ଯିଏ ନଗଲା ସିଏ ଏମିତି ଜଣଙ୍କ କାନ୍ଧରେ ବସି ପାର ହେଉଛନ୍ତି ନଈ…ପୋଲ ନିର୍ମାଣର ଅବଧି ସରିବାର ୩ ବର୍ଷ ହୋଇଗଲା ହେଲେ ପୋଲ ନିର୍ମାଣ ହେଲାନି
ସବୁ ଆଡ଼େ ଆଜି ଆନନ୍ଦ ଉଲ୍ଲାସ...ଭାଇ ହାତରେ ରାକ୍ଷୀ ବାନ୍ଧୁଛି ଭଉଣୀ ଆଉ ମାଗୁଛି ସୁରକ୍ଷା କବଚ। ଯୁଗ ଯୁଗ ଧରି ଭାଇ-ଭଉଣୀଙ୍କ ସମ୍ପର୍କ ଗୋଟିଏ ସୂତାରେ ବନ୍ଧା ଆଉ ସେଇ ସୂତା ହିଁ ହେଉଛି ରାକ୍ଷୀ...
ପୋତି ହେବାକୁ ବସିଲାଣି କୋଲାବ ଜଳଭଣ୍ଡାର । ଏହାର ଜଳଧାରଣ କ୍ଷମତା କ୍ରମାଗତ ଭାବେ ହ୍ରାସ ପାଉଛି । ଏମିତି ହେଲେ ସାଙ୍ଘାତିକ ବିଦ୍ୟୁତ ସଂକଟ ସହ ଜଳସେଚନ ଓ ପାନୀୟ ଜଳ ସମସ୍ୟା ଦେଖାଯିବା ଆଶଙ୍କା ରହିଛି । ସ୍ଥିତିକୁ ନେଇ ଜଳଭଣ୍ଡାର ଯେତିକି ଉପକାର କରିଛି ତାର ବହୁଗୁଣା ସମସ୍ୟାର କାରଣ ପାଲଟିବ ବୋଲି ସତର୍କ କରାଇଛନ୍ତି ବିଶେଷଜ୍ଞ ।
କୋରାପୁଟରେ ମା ମୁତ୍ୟାଲୁମାଙ୍କ ପୀଠରେ ଚାଲିଛି ଯାତ୍ରା... ଆପଣ ଦେଖୁଛନ୍ତି ନୃତ୍ୟ
କୋରାପୁଟର ଅଧିଷ୍ଠାତ୍ରୀ ଦେବୀ ମା ମୁତ୍ୟାଲୁମା... ଏଠି ପାଳନ ହୁଏ ନବଦିନାତ୍ମକ ଘଟଯାତ୍ରା। ଆଉ ଏଠି ରାସ୍ତା ଉପରେ ନଡ଼ିଆ ଫଟା ପରମ୍ପରା ମଧ୍ୟ ରହିଛି... ଦେଖନ୍ତୁ ଦୃଶ୍ୟ...
ବଡ଼ କଂପାନୀରେ ଚାକିରି କରାଇଦେବାକୁ କହି ବଡ଼ ଧରଣର ଠକେଇ । କୋରାପୁଟରୁ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ।
କିମିଆ କରୁଛି ସାର୍ଙ୍କ ବଂଶୀ ସ୍ୱର। ସକାଳ ୧୦ ଟା ବାଜିଲା କ୍ଷଣି ସ୍କୁଲ ଆସିବାକୁ ଛାଟିପିଟି ହେଉଛନ୍ତି ପିଲା...ପ୍ରାର୍ଥନା ହେଉ କି ଜନ୍ମଦିନ ସବୁଠି ଶୁଭୁଛୁ ସାର୍ଙ୍କ ବଂଶୀ ସ୍ୱର
ପଞ୍ଚାୟତ ପରେ ଏବେ ପୌର ଟକ୍କର। କୋରାପୁଟରେ ୩ ପ୍ରମୁଖ ଦଳ ଭିତରେ ଆରମ୍ଭ ହୋଇଯାଇଛି ଜୋରଦାର କସରତ । ସଚେତନ ଭୋଟର ନେତାଙ୍କୁ ରିପୋର୍ଟ କାର୍ଡ ମାଗୁଥିବା ବେଳେ, ନେତାଏ କିନ୍ତୁ ପରସ୍ପର ଉପରକୁ କାଦୁଅ ଫିଙ୍ଗାରେ ବ୍ୟସ୍ତ ଅଛନ୍ତି ।
କୋଇଲା ବୋଝେଇ ହୋଇ ଟ୍ରେନ୍ଟି ଯାଉଥିବା ବେଳେ ଏହାର ୬ଟି ବଗି ଲାଇନଚ୍ୟୁତ ହୋଇଛି ।
ବଉଳ ଫୁଲର ବାସ, ଚହଟଇ ଚଉପାସ। ପେନ୍ଥା ପେନ୍ଥା ଗଛ ଭର୍ତ୍ତି ଆମ୍ବ ବଉଳ, ଝରି ପଡ଼ୁଥିବା ଅଜସ୍ର କାଗେଜି ଫୁଲ। ଧୁ ଧୁ ଖରାବେଳେ ଭୁରୁଭୁରୁ ବାସ୍ନା, କେଉଁ ଏକ ଆମ୍ବ ଡାଳରେ କୋଇଲି ଗାଉଛି ବିରହର ଗୀତ। ଏବେ ଯଦି କୋରାପୁଟ ଯିବେ ସ୍ୱାଗତ କରିବ ଋତୁରାଜ ବସନ୍ତ।
ପ୍ରଚାର ବେଳେ ମୁହାଁମୁହିଁ ହେଲେ ବିଜେଡି-କଂଗ୍ରେସ କର୍ମୀ । ରଣକ୍ଷେତ୍ର ପାଲଟିଲା କୋରାପୁଟ ଡୁମ୍ବାଗୁଡା ସାପ୍ତାହିକ ହାଟ ।
ମୂଳରୁ ଘର ନାହିଁ କିନ୍ତୁ ମିଳିଛି ସରକାରୀ ମରାମତି ସହାୟତା। ପ୍ରକୃତ ହିତାଧିକାରୀ କିଛି ପାଉନାହାନ୍ତି , ଯେଉଁମାନଙ୍କର ଘର ନାହିଁ ସେମାନଙ୍କୁ ସହାୟତା ମିଳୁଛି
ଦୁଇ ପୁଅଙ୍କ ଚିକିତ୍ସା ପାଇଁ ୧୫ ହଜାର ଟଙ୍କାରେ ରାସନ ଓ ଭତ୍ତା କାର୍ଡ଼କୁ ବନ୍ଧା ପକାଇଦେଲା ବାପା। ଚାଉଳ ବିକି ବନ୍ଧା କାର୍ଡକୁ ଆଣିବାକୁ ଚେଷ୍ଟା କରୁଛନ୍ତି ବାପା...ପ୍ରଶ୍ନ ଉଠୁଛି କୁଆଡ଼େ ଗଲା ବିଜୁ ସ୍ୱାସ୍ଥ୍ୟ କାର୍ଡ଼?
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର SBIରୁ ସୁନା ଚୋରି ମାମଲା ପଛର କାହାଣୀ ଏବେ ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଛି। ବ୍ୟାଙ୍କ୍ ଚୋରି ତ ନୁହେଁ ପୁରା ଫିଲ୍ମ। ଚୋରି କରିବାକୁ ଗୋଟିଏ ଦିନ ବ୍ୟାଙ୍କ୍ରେ ରହିଲା ଲୁଟାରା। ଲୁଚିଲେ ଆଉ ଲୁଟିଲେ। ଚୋରି ପଛର ମାଷ୍ଟରମାଇଣ୍ଡ ହେଉଛନ୍ତି ପୂର୍ବତନ ବ୍ୟାଙ୍କ କର୍ମଚାରୀ ଶେଖର କୁଲଦିପିଆ।